ଲଘୁଚାପ ବର୍ଷା: ବିଲରୁ ଧାନ ଉଠାଇବାରେ ବ୍ୟସ୍ତ ଚାଷୀ
ଭୁବନେଶ୍ୱର,୨୦।୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ବେଳେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି। ବର୍ଷାର ପ୍ରଭାବରେ ଶୀତ ସାମାନ୍ୟ ହାସ ପାଇଥିବା ବେଳେ କୋହଳା ପାଗ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ପାଗକୁ ଦେଖି ଚାଷୀ […] The post ଲଘୁଚାପ ବର୍ଷା: ବିଲରୁ ଧାନ ଉଠାଇବାରେ ବ୍ୟସ୍ତ ଚାଷୀ appeared first on Dharitri Odia News.
ଭୁବନେଶ୍ୱର,୨୦।୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ବେଳେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି। ବର୍ଷାର ପ୍ରଭାବରେ ଶୀତ ସାମାନ୍ୟ ହାସ ପାଇଥିବା ବେଳେ କୋହଳା ପାଗ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି।
ପାଗକୁ ଦେଖି ଚାଷୀ ତରତର ହୋଇ ଧାନ କାଟି ନେଉଥିବା ଦେଖିବାକୁ ମିଳିଛି। ଏପରିକି ବିଲରୁ ଖଳାକୁ ଆଉ ଖଳାରେ ଧାନକୁ ସୁରକ୍ଷିତ ଭାବେ ରଖିବାକୁ ଚେଷ୍ଟା କରାଯାଉଛି। ଅନ୍ୟପକ୍ଷେ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ଚାଷୀମାନେ ଧାନ କଟାରେ ବ୍ୟସ୍ତ ଥିବାବେଳେ କିଛି ଚାଷୀ ଧାନ କାଟି ବିଲରେ କଚଡ଼ା ପକାଇଛନ୍ତି। ମଧ୍ୟମ ଧରଣର ବର୍ଷା ସମ୍ଭାବନାକୁ ନେଇ ଚାଷୀ ଆଖିରୁ ନିଦ ହଜିଯାଇଛି। ଆସନ୍ତା ୨୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓ ଦକ୍ଷିଣ ଉପକୂଳ ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି।
The post ଲଘୁଚାପ ବର୍ଷା: ବିଲରୁ ଧାନ ଉଠାଇବାରେ ବ୍ୟସ୍ତ ଚାଷୀ appeared first on Dharitri Odia News.