ଲଜରୁ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟଣ୍ଟିନ୍ ସ୍ଥିତ ଏକ ଲଜରୁ ଜଣେ ବୃଦ୍ଧଙ୍କ ମୃତେଦେହ ଉଦ୍ଧାର କରାଯାଇଛି। ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ମୃତକ ଜଣଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣା ପଡିଛି। ତାଙ୍କ ନାମ ପ୍ରଦୀପ ବାନାର୍ଜୀ। ବୟସ ୬୧ ବର୍ଷ । ଦୀର୍ଘ ୭ ଦିନ ଧରି ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱରରେ ରହୁଥିଲେ। ଗତକାଲି ପରିବାର ଲୋକଙ୍କ ଫୋନ୍ ନ ଉଠେଇବାରୁ ଲଜ୍ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ ପରିବାରଲୋକେ। ଲଜ୍ କର୍ମଚାରୀ ଭିତରୁ କବାଟ […]

ଲଜରୁ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
death

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟଣ୍ଟିନ୍ ସ୍ଥିତ ଏକ ଲଜରୁ ଜଣେ ବୃଦ୍ଧଙ୍କ ମୃତେଦେହ ଉଦ୍ଧାର କରାଯାଇଛି। ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ମୃତକ ଜଣଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣା ପଡିଛି। ତାଙ୍କ ନାମ ପ୍ରଦୀପ ବାନାର୍ଜୀ। ବୟସ ୬୧ ବର୍ଷ । ଦୀର୍ଘ ୭ ଦିନ ଧରି ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱରରେ ରହୁଥିଲେ। ଗତକାଲି ପରିବାର ଲୋକଙ୍କ ଫୋନ୍ ନ ଉଠେଇବାରୁ ଲଜ୍ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ ପରିବାରଲୋକେ। ଲଜ୍ କର୍ମଚାରୀ ଭିତରୁ କବାଟ ଦିଆଯାଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛନ୍ତି। କେଉଁ କାରଣରୁ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ। ପାରିବାରିକ ଅର୍ଥ ସମସ୍ୟାରୁ ଆତ୍ମହତ୍ୟା କରିଥିବା ସନ୍ଦେହ।