ଲଜ୍ଜାଜନକ ରେକର୍ଡ କଲା ଦକ୍ଷିଣ ଆଫ୍ରିକା
କେପଟାଉନ୍,୩।୧: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୫୫ ରନ ସଂଗ୍ରହ କରିଥିଲା। ମୋଟ ୫୫ ରନ ସହ ଆଫ୍ରିକା ଭାରତ ବିପକ୍ଷ ଟେଷ୍ଟ କ୍ରିକେଟର ଏକ ଇନିଂସରେ ସବୁଠାରୁ କମ୍ ସ୍କୋର କରିବାର ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଆଫ୍ରିକୀୟ ବ୍ୟାଟିଂ ଲାଇନଅପ ଧ୍ୱଂସ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ସେ ୬ଟି ଉଇକେଟ୍ ନେଇଥିଲେ। ଏହାପୂର୍ବରୁ ନ୍ୟୁଜିଲାଣ୍ଡରେ […] The post ଲଜ୍ଜାଜନକ ରେକର୍ଡ କଲା ଦକ୍ଷିଣ ଆଫ୍ରିକା appeared first on Dharitri Odia News.
କେପଟାଉନ୍,୩।୧: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୫୫ ରନ ସଂଗ୍ରହ କରିଥିଲା। ମୋଟ ୫୫ ରନ ସହ ଆଫ୍ରିକା ଭାରତ ବିପକ୍ଷ ଟେଷ୍ଟ କ୍ରିକେଟର ଏକ ଇନିଂସରେ ସବୁଠାରୁ କମ୍ ସ୍କୋର କରିବାର ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଆଫ୍ରିକୀୟ ବ୍ୟାଟିଂ ଲାଇନଅପ ଧ୍ୱଂସ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ସେ ୬ଟି ଉଇକେଟ୍ ନେଇଥିଲେ।
ଏହାପୂର୍ବରୁ ନ୍ୟୁଜିଲାଣ୍ଡରେ ଭାରତ ବିପକ୍ଷ ଟେଷ୍ଟରେ ସର୍ବନିମ୍ନ ସ୍କୋର କରିବାର ଲଜ୍ଜାଜନକ ରେକର୍ଡ ଥିଲା। ୨୦୨୧ରେ କିୱି ଦଳ ୱାଙ୍ଖେଡେରେ ଭାରତୀୟ ଦଳ ବିପକ୍ଷରେ ୬୨ ରନ ସଂଗ୍ରହ କରିଥିଲେ। କିନ୍ତୁ ଭାରତ ସାମ୍ନାରେ ୫୫ ରନ କରି ଆଉଟ ହୋଇ ଦକ୍ଷିଣ ଆଫ୍ରିକା ନିଜ ନାମରେ ଏହି ଖରାପ ରେକର୍ଡ ସୃଷ୍ଟି କରିଛି।
The post ଲଜ୍ଜାଜନକ ରେକର୍ଡ କଲା ଦକ୍ଷିଣ ଆଫ୍ରିକା appeared first on Dharitri Odia News.