ଲଜ୍ଜାଜନକ ରେକର୍ଡ କଲା ପାକିସ୍ତାନ,୧୯୬୫ ପରେ ପ୍ରଥମଥର ଘଟିଲା ଏମିତି…

ରାଓ୍ବଲପିଣ୍ଡି,୪।୯: ବାଂଲାଦେଶ ବିପକ୍ଷରେ ଘରେ ଅପମାନଜନକ ପରାଜୟର ସମ୍ମୁଖୀନ ହେବା ପରେ ପାକିସ୍ତାନ ଦଳ ବହୁ ସମାଲୋଚନାର ସମ୍ମୁଖୀନ ହୋଇଛି। ଏହି ପରାଜୟର ଗୋଟିଏ ଦିନ ପରେ ପାକିସ୍ତାନ ଦଳ ଆଉ ଏକ ବଡ଼ ଝଟକା ଦେଇଛି। ୨ ମ୍ୟାଚ୍‌ ଟେଷ୍ଟ ସିରିଜରେ ପାକିସ୍ତାନ ଦଳ ପରାସ୍ତ ପରେ ଆଇସିସି ର଼୍ୟାଙ୍କିଙ୍ଗରେ ବଡ଼ଧରଣର ପରିବର୍ତ୍ତନ ହୋଇଛି। ପାକିସ୍ତାନ ଦଳର ଅବସ୍ଥା ଏତେ ଖରାପ ହୋଇଛି ଯେ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ ଭଳି ଦଳ ଏହା ଉପରେ ଅଛନ୍ତି। […] The post ଲଜ୍ଜାଜନକ ରେକର୍ଡ କଲା ପାକିସ୍ତାନ,୧୯୬୫ ପରେ ପ୍ରଥମଥର ଘଟିଲା ଏମିତି… appeared first on Dharitri Odia News.

ଲଜ୍ଜାଜନକ ରେକର୍ଡ କଲା ପାକିସ୍ତାନ,୧୯୬୫ ପରେ ପ୍ରଥମଥର ଘଟିଲା ଏମିତି…

ରାଓ୍ବଲପିଣ୍ଡି,୪।୯: ବାଂଲାଦେଶ ବିପକ୍ଷରେ ଘରେ ଅପମାନଜନକ ପରାଜୟର ସମ୍ମୁଖୀନ ହେବା ପରେ ପାକିସ୍ତାନ ଦଳ ବହୁ ସମାଲୋଚନାର ସମ୍ମୁଖୀନ ହୋଇଛି। ଏହି ପରାଜୟର ଗୋଟିଏ ଦିନ ପରେ ପାକିସ୍ତାନ ଦଳ ଆଉ ଏକ ବଡ଼ ଝଟକା ଦେଇଛି। ୨ ମ୍ୟାଚ୍‌ ଟେଷ୍ଟ ସିରିଜରେ ପାକିସ୍ତାନ ଦଳ ପରାସ୍ତ ପରେ ଆଇସିସି ର଼୍ୟାଙ୍କିଙ୍ଗରେ ବଡ଼ଧରଣର ପରିବର୍ତ୍ତନ ହୋଇଛି। ପାକିସ୍ତାନ ଦଳର ଅବସ୍ଥା ଏତେ ଖରାପ ହୋଇଛି ଯେ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ ଭଳି ଦଳ ଏହା ଉପରେ ଅଛନ୍ତି। ପାକିସ୍ତାନ ତଳେ କେବଳ ୪ଟି ଦଳ ଅଛି। ସର୍ବଶେଷ ଆଇସିସି ଟେଷ୍ଟ ଦଳ ର଼୍ୟାଙ୍କିଙ୍ଗରେ ପାକିସ୍ତାନ ୨ଟି ସ୍ଥାନକୁ ଖସି ଆସିଛି ଏବଂ ବର୍ତ୍ତମାନ ୮ ନମ୍ବରରେ ପହଞ୍ଚିଛି। ପାକିସ୍ତାନର ଟେଷ୍ଟ କ୍ରିକେଟ ଇତିହାସରେ ଏହା ହେଉଛି ସବୁଠାରୁ ଖରାପ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌।
୨୦୨୧ ପରଠାରୁ ଘରୋଇ ଟେଷ୍ଟ ମ୍ୟାଚରେ ପାକିସ୍ତାନର ପ୍ରଦର୍ଶନ ଖରାପ ରହିଛି। ପାକିସ୍ତାନ ଦଳ ଗତ ୧୦ଟି ଟେଷ୍ଟ ମ୍ୟାଚରୁ ୬ଟି ହାରିଥିବା ବେଳେ ବାକି ଚାରିଟି ଡ୍ର’ ହୋଇଛି। ଘରୋଇ ଟେଷ୍ଟରେ ତାଙ୍କର ଶେଷ ବିଜୟ ଫେବୃଆରୀ ୨୦୨୧ରେ ହୋଇଥିଲା। ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଆୟୋଜକ ପାକିସ୍ତାନ ଦଳ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଷଷ୍ଠ ସ୍ଥାନରେ ରହିଥିଲା, କିନ୍ତୁ ଲଗାତାର ୨ ମ୍ୟାଚ ହାରିଯିବା ପରେ ଏହା ୭୬ ରେଟିଂ ପଏଣ୍ଟ ସହ ୱେଷ୍ଟଇଣ୍ଡିଜ ତଳେ ପହଞ୍ଚିଛି। ୧୯୬୫ ପରଠାରୁ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଏହା ହେଉଛି ପାକିସ୍ତାନର ସର୍ବନିମ୍ନ ରେଟିଂ ପଏଣ୍ଟ।
୧୨୪ ରେଟିଂ ପଏଣ୍ଟ ସହ ସର୍ବଶେଷ ଆଇସିସି ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି। ର଼୍ୟାଙ୍କିଙ୍ଗରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ରେଟିଂ ପଏଣ୍ଟରେ ଅଷ୍ଟ୍ରେଲିଆ ତୁଳନାରେ ଟିମ ଇଣ୍ଡିଆ ମାତ୍ର ୪ ପଏଣ୍ଟ କମ ଅଟେ। ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଅଛନ୍ତି। ପାକିସ୍ତାନ ୨ ସ୍ଥାନ ହ୍ରାସ ହେତୁ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ ପ୍ରତ୍ୟେକ ସ୍ଥାନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ୭ ନମ୍ବରରେ ପହଞ୍ଚିଥିବା ବେଳେ ଶ୍ରୀଲଙ୍କା ଷଷ୍ଠ ସ୍ଥାନରେ ପହଞ୍ଚିଛି।

The post ଲଜ୍ଜାଜନକ ରେକର୍ଡ କଲା ପାକିସ୍ତାନ,୧୯୬୫ ପରେ ପ୍ରଥମଥର ଘଟିଲା ଏମିତି… appeared first on Dharitri Odia News.