ଲଜ୍‌ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଟଣୀ:  ଜଟଣୀ ସୀତାରାମ ଛକରେ ଥିବା ଏକ ଲଜରୁ ଆଜି ସନ୍ଧ୍ୟାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ପୁରୁଣା ଭୁବନେଶ୍ୱର  ଅଞ୍ଚଳର ନାରାୟଣ ସାହୁ। ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।ସୂଚନା ଅନୁଯାୟୀ, ନାରାୟଣ ଜଟଣୀ ସୀତାରାମ ଛକ ସ୍ଥିତ କାହ୍ନା ଗେଷ୍ଟ ହାଉସକୁ ଗତକାଲି ଆସି ରହିଥଲେ l ଆଧାରକାର୍ଡ ଦେଇ ରୁମ ବୁକ କରିଥିଲେ l ଆଜି ସନ୍ଧ୍ୟାରେ ଲଜ୍‌ର ସଫେଇ କର୍ମଚାରୀ ସଫା କରିବା ପାଇଁ କବାଟ ବାଡ଼ାଇ ଡାକିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ କୌଣସି ଅଘଟଣର ଆଶଙ୍କା କରି ଲଜ୍ ମାଲିକଙ୍କୁ ଜଣାଇଥିଲେ l ମାଲିକ ଏ ନେଇ ଜଟଣୀ ଥାନାକୁ ଖବର ଦେଇଥିଲେ। ଖବର ପାଇ ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାର ସିଂ ଲଜ୍‌ରେ ପହଞ୍ଚି ଲଜ୍ ରୁମର କବାଟ ଭାଙ୍ଗିଥିଲେ l ଯୁବକ ଜଣକ ରୁମ୍ ବେଡ଼ସିଟରେ ପଙ୍ଖାରେ ଝୁଲୁଥିବା ଦେଖିବାକୁ  ପାଇଥିଲେl ଯୁବକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ପରିବାର ଲୋକେ ଆସିବା ପରେ ଆସନ୍ତାକାଲି ମୃତଦେହକୁ ପୋଷ୍ଟ ମାର୍ଟମ ପାଇଁ ପଠାଯିବ ବୋଲି କହିଛି ପୋଲିସ l 

ଲଜ୍‌ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଟଣୀ:  ଜଟଣୀ ସୀତାରାମ ଛକରେ ଥିବା ଏକ ଲଜରୁ ଆଜି ସନ୍ଧ୍ୟାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ପୁରୁଣା ଭୁବନେଶ୍ୱର  ଅଞ୍ଚଳର ନାରାୟଣ ସାହୁ। ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ନାରାୟଣ ଜଟଣୀ ସୀତାରାମ ଛକ ସ୍ଥିତ କାହ୍ନା ଗେଷ୍ଟ ହାଉସକୁ ଗତକାଲି ଆସି ରହିଥଲେ l ଆଧାରକାର୍ଡ ଦେଇ ରୁମ ବୁକ କରିଥିଲେ l ଆଜି ସନ୍ଧ୍ୟାରେ ଲଜ୍‌ର ସଫେଇ କର୍ମଚାରୀ ସଫା କରିବା ପାଇଁ କବାଟ ବାଡ଼ାଇ ଡାକିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ କୌଣସି ଅଘଟଣର ଆଶଙ୍କା କରି ଲଜ୍ ମାଲିକଙ୍କୁ ଜଣାଇଥିଲେ l ମାଲିକ ଏ ନେଇ ଜଟଣୀ ଥାନାକୁ ଖବର ଦେଇଥିଲେ। 

ଖବର ପାଇ ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାର ସିଂ ଲଜ୍‌ରେ ପହଞ୍ଚି ଲଜ୍ ରୁମର କବାଟ ଭାଙ୍ଗିଥିଲେ l ଯୁବକ ଜଣକ ରୁମ୍ ବେଡ଼ସିଟରେ ପଙ୍ଖାରେ ଝୁଲୁଥିବା ଦେଖିବାକୁ  ପାଇଥିଲେl ଯୁବକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ପରିବାର ଲୋକେ ଆସିବା ପରେ ଆସନ୍ତାକାଲି ମୃତଦେହକୁ ପୋଷ୍ଟ ମାର୍ଟମ ପାଇଁ ପଠାଯିବ ବୋଲି କହିଛି ପୋଲିସ l