ଲଞ୍ଚିଂର ତୃତୀୟ ପର୍ଯ୍ୟାୟରେ ଫେଲ ହୋଇଗଲା EOS-09, ISRO କହିଲା- ଆମେ ପୁଣି ଫେରିବୁ
ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ଲାଗିଛି ବଡ଼ ଝଟକା। ରବିବାର ସକାଳ ୫:୫୯ରେ ଶ୍ରୀହରିକୋଟାର ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୬୧ ରକେଟ ମାଧ୍ୟମରେ ଇଓଏସ-୦୯ ଉପଗ୍ରହ ଉତକ୍ଷେପଣ କରାଯାଇଥିଲା। କିନ୍ତୁ ତୃତୀୟ ପର୍ଯ୍ୟାୟରେ ଏକ ବୈଷୟିକ ତ୍ରୁଟି ଯୋଗୁଁ ଏହି ମିଶନ ସଫଳ ହୋଇପାରିନଥିଲା। ଏହା ଇସ୍ରୋର ୧୦୧ ତମ ମିଶନ ଥିଲା। ଇସ୍ରୋ ଅଧ୍ୟକ୍ଷ ଡ. ଭି. ନାରାୟଣନ କହିଛନ୍ତି, “ପିଏସଏଲଭି ଏକ ଚାରି-ପର୍ଯ୍ୟାୟ ରକେଟ। ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ […]

ଏହି ଘଟଣା ସତ୍ତ୍ଵେ ଇସ୍ରୋର ଅଧ୍ୟକ୍ଷ ଆଶାବାଦୀ ରହିଛନ୍ତି ଏବଂ କହିଛନ୍ତି, “ବିଶ୍ଳେଷଣ ପରେ ଆମେ ପୁନର୍ବାର ଫେରିବୁ।” ଏହି ମିଶନର ବିଫଳତା ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ ଏକ ଅସ୍ଥାୟୀ ଝଟକା ହୋଇପାରେ, କିନ୍ତୁ ଇସ୍ରୋର ପୂର୍ବ ସଫଳତା ଓ ଦୃଢ଼ତା ଏହା ସୂଚାଏ ଯେ ସେ ଶୀଘ୍ର ଏହି ଚ୍ୟାଲେଞ୍ଜକୁ ଅତିକ୍ରମ କରିବ।