ଲଟେରୀ କମ୍ପାନୀ ସିକ୍ରେଟ୍ ଦାନବୀର; ମିଆଁମାର୍ ଶ୍ରମିକ ଦେଇଛି ୧,୩୬୮ କୋଟିର ନିର୍ବାଚନୀ ଚାନ୍ଦା
ନୂଆଦିଲ୍ଲୀ: ନିର୍ବାଚନୀ ଚାନ୍ଦା ତଥ୍ୟ ସାର୍ବଜନୀନ । ECI ଓ୍ବେବ୍ସାଇଟରେ ଦାନ ଡାଟା । SBI ତାଲିକାରେ ସିକ୍ରେଟ୍ ଦାନବୀର । ଲଟେରୀ କମ୍ପାନୀ ଦେଇଛି ୧୩ ଶହ କୋଟି । ଇଲେକ୍ଟୋରାଲ୍ ବଣ୍ଡ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ସମୟ ସୀମା ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତଥ୍ୟ ପ୍ରଦାନ କରିଛି । ୭୬୩ ପୃଷ୍ଠାର ଡାଟାକୁ ନିର୍ବାଚନ ଆୟୋଗ ଇସିଆଇ ଓ୍ବେବସାଇଟରେ ସାର୍ବଜନୀନ କରିଛନ୍ତି । ଆଉ ଏହି ତଥ୍ୟ ଖୋଲି ଦେଇଛି ରାଜନୈତିକ ଦଳ ଏବଂ କମ୍ପାନୀ ମାଲିକଙ୍କ ଭିତିରି ସମ୍ପର୍କ । ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ଗତ ପାଞ୍ଚ ବର୍ଷରେ ପଲିଟିକାଲ୍ ପାର୍ଟି ମାନଙ୍କୁ ମିଳିଛି ୧୨, ୭୬୯ କୋଟି ଟଙ୍କା । ଏଥିମଧ୍ୟରୁ ବିଜେପିକୁ ସର୍ବାଧିକ ୬, ୦୬୦ କୋଟି ଟଙ୍କା ମିଳିଥିବା ବେଳେ କଂଗ୍ରେସ ଗ୍ରହଣ କରିଛି ୧୧୨୩ କୋଟି । ତେବେ ନିର୍ବାଚନୀ ବଣ୍ଡ୍ କଣିଥିବା ପ୍ରମୁଖ ୧୦ କମ୍ପାନୀ ମାନଙ୍କ ମଧ୍ୟରେ ରହିଛି ଲଟେରୀ କମ୍ପାନୀ । ଯିଏ ସିକ୍ରେଟ୍ ଦାନବୀର ସାଜି ୫ ବର୍ଷରେ ସର୍ବାଧିକ ୧,୩୬୮ କୋଟିର ଇଲେକ୍ଟୋରାଲ୍ ବଣ୍ଡ୍ କିଣିଛି । କିଏ ଏହି ସିକ୍ରେଟ୍ ଦାନବୀର ? କିଏ ଗେମିଂ କମ୍ପାନୀର ମାଲିକ କିଏ ? କମ୍ପାନୀର ଇତିହାସ କ’ଣ ? କାହିଁକି ଏତେ ଟଙ୍କା ଦାନ କରୁଥିଲେ ସେ ? କଳାଧନ ଇଲେକ୍ଟୋରା ବଣ୍ଡ ମାଧ୍ୟମରେ ଧଳା ହେଉନଥିଲା ତ ? SBI ଇଲେକ୍ଟୋରାଲ୍ ବଣ୍ଡ୍ ଡାଟା ଅନୁଯାୟୀ, ଫ୍ୟୁଚର ଗେମିଂ ଆଣ୍ଡ୍ ହୋଟେଲ୍ ସର୍ଭିସେସ୍ ରାଜନୈତିକ
ନୂଆଦିଲ୍ଲୀ: ନିର୍ବାଚନୀ ଚାନ୍ଦା ତଥ୍ୟ ସାର୍ବଜନୀନ । ECI ଓ୍ବେବ୍ସାଇଟରେ ଦାନ ଡାଟା । SBI ତାଲିକାରେ ସିକ୍ରେଟ୍ ଦାନବୀର । ଲଟେରୀ କମ୍ପାନୀ ଦେଇଛି ୧୩ ଶହ କୋଟି । ଇଲେକ୍ଟୋରାଲ୍ ବଣ୍ଡ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ସମୟ ସୀମା ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତଥ୍ୟ ପ୍ରଦାନ କରିଛି । ୭୬୩ ପୃଷ୍ଠାର ଡାଟାକୁ ନିର୍ବାଚନ ଆୟୋଗ ଇସିଆଇ ଓ୍ବେବସାଇଟରେ ସାର୍ବଜନୀନ କରିଛନ୍ତି । ଆଉ ଏହି ତଥ୍ୟ ଖୋଲି ଦେଇଛି ରାଜନୈତିକ ଦଳ ଏବଂ କମ୍ପାନୀ ମାଲିକଙ୍କ ଭିତିରି ସମ୍ପର୍କ । ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ଗତ ପାଞ୍ଚ ବର୍ଷରେ ପଲିଟିକାଲ୍ ପାର୍ଟି ମାନଙ୍କୁ ମିଳିଛି ୧୨, ୭୬୯ କୋଟି ଟଙ୍କା । ଏଥିମଧ୍ୟରୁ ବିଜେପିକୁ ସର୍ବାଧିକ ୬, ୦୬୦ କୋଟି ଟଙ୍କା ମିଳିଥିବା ବେଳେ କଂଗ୍ରେସ ଗ୍ରହଣ କରିଛି ୧୧୨୩ କୋଟି । ତେବେ ନିର୍ବାଚନୀ ବଣ୍ଡ୍ କଣିଥିବା ପ୍ରମୁଖ ୧୦ କମ୍ପାନୀ ମାନଙ୍କ ମଧ୍ୟରେ ରହିଛି ଲଟେରୀ କମ୍ପାନୀ । ଯିଏ ସିକ୍ରେଟ୍ ଦାନବୀର ସାଜି ୫ ବର୍ଷରେ ସର୍ବାଧିକ ୧,୩୬୮ କୋଟିର ଇଲେକ୍ଟୋରାଲ୍ ବଣ୍ଡ୍ କିଣିଛି ।
କିଏ ଏହି ସିକ୍ରେଟ୍ ଦାନବୀର ? କିଏ ଗେମିଂ କମ୍ପାନୀର ମାଲିକ କିଏ ? କମ୍ପାନୀର ଇତିହାସ କ’ଣ ? କାହିଁକି ଏତେ ଟଙ୍କା ଦାନ କରୁଥିଲେ ସେ ? କଳାଧନ ଇଲେକ୍ଟୋରା ବଣ୍ଡ ମାଧ୍ୟମରେ ଧଳା ହେଉନଥିଲା ତ ? SBI ଇଲେକ୍ଟୋରାଲ୍ ବଣ୍ଡ୍ ଡାଟା ଅନୁଯାୟୀ, ଫ୍ୟୁଚର ଗେମିଂ ଆଣ୍ଡ୍ ହୋଟେଲ୍ ସର୍ଭିସେସ୍ ରାଜନୈତିକ ଦଳମାନଙ୍କୁ ମୋଟା ଅଙ୍କର ଅର୍ଥରାଶି ଦାନ କରିଛି । ପ୍ରାୟ ୧,୩୬୮ କୋଟିର ଇଲେକ୍ଟୋରାଲ୍ ବଣ୍ଡ୍ କିଣି ସର୍ବାଧିକ ନିର୍ବାଚନୀ ଚାନ୍ଦା ଦେଥିବା କେତ୍ରାମାନଙ୍କ ସହ ଆଗ ଧାଡ଼ିରେ ଛିଡ଼ା ହୋଇଛି । ତାମିଲନାଡ଼ୁରେ ଲଟେରୀ କମ୍ପାନୀ ନାଁରେ ଫ୍ୟୁଚର ଗେମିଂ ଆଣ୍ଡ୍ ହୋଟେଲ୍ ସର୍ଭିସେସ୍ ରେଜିଷ୍ଟର ହୋଇଛି । ଏହାର ମାଲିକ ହେଉଛନ୍ତି ସାଣ୍ଟିଆଗୋ ମାର୍ଟିନ୍ ଯିଏ ଲଟେରୀ କିଙ୍ଗ ଭାବେ ଜଣାଶୁଣା । ମାର୍ଟିନଙ୍କ କମ୍ପାନୀ ନାଁରେ ଲଟେରୀ ରେଗୁଲେସନ ଆକ୍ଟ ୧୯୯୮ ଆଧରରେ ୨୦୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାୟ ମାମଲାରୁ ରୁଜୁ କରିଥିଲା ।
କିଏ ଏହି ସାଣ୍ଟିଆଗୋ ମାର୍ଟିନ୍ ? ମିଆଁମାର ଶ୍ରମିକ କେମିତି ହେଲେ ଲଟେରୀ କିଙ୍ଗ୍ ? ହଁ ଆଜ୍ଞା ୧୯୮୮ ପୂର୍ବରୁ ସାଣ୍ଟିଆଗୋ ମାର୍ଟିନ୍ ମିଆଁମାରର ୟାଙ୍ଗୁନ୍ ସହରରେ ଦିନ ମଜୁରିଆ ଭାବେ କାମ କରୁଥିଲେ ଏବଂ ସ୍ବଳ୍ପ ରୋଜଗାରରେ ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ୧୯୮୮ରେ ତାଙ୍କ ଭାଗ୍ୟରେ ହେଲା ନୂତନ ସୂର୍ଯ୍ୟୋଦୟ ହୋଇଥିଲା । ଭାରତ ଆସି ତାମିଲନାଡ଼ୁରେ ସେ ଲଟେରୀ ବିଜନେସ୍ ଆରମ୍ଭ କଲେ । ପରେ ଏହି ବେପାର ଧୀରେ ଧୀରେ କର୍ଣ୍ଣାଟକ, କେରଳ, ଉତ୍ତରପୂର୍ବ ରାଜ୍ୟ ସିକ୍କିମ୍, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଶ୍ଚିମ ରାଜ୍ୟ ଭାବେ ପଞ୍ଜାବ ଏବଂ ମହାରାଷ୍ଟ୍ରକୁ ବିସ୍ତାରିତ ହୋଇଥିଲା । ଆଉ ସାଧାରଣ ଲୋକଙ୍କ ଆଶା ଏବଂ ସ୍ବପ୍ନରେ ମାର୍ଟିନଙ୍କ ଲଟେରୀ ସମ୍ରାଜ୍ୟ ବିରଟ ଆକାର ଧରଣ କଲା ଏବଂ ଅନଲାଇନ୍ ଗେମିଂ ଦୁନିଆରେ ଫ୍ୟୁଚର ଗେମିଂ ଆଣ୍ଡ୍ ହୋଟେଲ୍ ସର୍ଭିସେସ୍ ନାଁରେ ବେତାଜ୍ ବାଦଶାହା ବନିଗଲେ ମାର୍ଟିନ୍ ।
ନିର୍ବାଚନୀ ବଣ୍ଡ୍ କିଣିଛନ୍ତି ଡଜନେରୁ ଅଧିକ ମଦ ନିର୍ମାତା ଓ ଉତ୍ପାଦ କମ୍ପାନି, ୫ ବର୍ଷରେ ଦାନ କରିଛନ୍ତି ୩୪ କୋଟି
ଏସବିଆଇ ତଥ୍ୟରେ ୨୦୧୯ରୁ ୨୦୨୪ ମଧ୍ୟରେ ସାଣ୍ଟିଆଗୋ ମାର୍ଟିନ୍ ଫ୍ୟୁଚର ଗେମିଂ ଆଣ୍ଡ୍ ହୋଟେଲ୍ ସର୍ଭିସେସ୍ କମ୍ପାନୀ ୧୩୬୮ କୋଟି ଟଙ୍କାର ଇଲେକ୍ଟୋରାଲ୍ ବଣ୍ଡ୍ କିଣିଛି । ଆଉ ଏହି ଚାନ୍ଦା ବିଭିନ୍ନ ରାଜନୈତିକ ଦଳ ମାନଙ୍କୁ ଯାଇଛି । ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍ ମାରିଥିବା ଏହି ଗେମିଂ କମ୍ପାନୀ ନାଁରେ ଷ୍ଟେଟ୍ ବ୍ୟାଙ୍କ କିପରି ଏତେ ଟଙ୍କାରେ ବଣ୍ଡ୍ ଇସ୍ୟୁ କଲେ ? ଏକ ବ୍ଲାକ୍ ଲିଷ୍ଟେଡ୍ କମ୍ପାନୀ ଟଙ୍କା ସ୍ବଚ୍ଛ ନିର୍ବାଚନ ଏବଂ ଆବାଧ ନିର୍ବାଚନରେ ପ୍ରତିବନ୍ଧକ ସାଜୁନଥିଲା, ଯାହା ସାଧାରଣ ଭୋଟରଙ୍କ ମନରେ ପ୍ରଶ୍ନର ପାହାଡ଼ ସୃଷ୍ଟି କରିଛି । ମଜାଦାର କଥା SBI ପାଞ୍ଚ ବର୍ଷ ତଥ୍ୟ ଦେଇଛନ୍ତି । ୨୦୧୯ ପୂର୍ବରୁ କମ୍ପାନୀ ଆଉ କେତେ ଦେଇଛି ହିସାବ ଆସିନି । ତେବେ ଯାହାବି ହେଉ ଡେଲି ଲେବରରୁ କିଙ୍ଗ୍ ରାଜନୈତିକ ଦଳକୁ ଲଟେରୀ ଭଳି ଟଙ୍କା ଦେଇଛି । ଏହି ଗେହ୍ଲା ପୁଅଙ୍କ ନେକ୍ସେ୍ସ ଜବରଦସ୍ତ । କିନ୍ତୁ ଏହା ଅସାଧୁ ଏବଂ ବେଆଇନ ନିଶ୍ଚିତ ।