ଲଡୁ-କେକ୍, କୃଷ୍ଣ ଭଜନ ଓ ନୃତ୍ୟ…, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୁଷରେ କରାଗଲା ଏମିତି ଗ୍ରାଣ୍ଡ ୱେଲକମ୍
ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ମଙ୍ଗଳବାର ରୁଷର କଜାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅକ୍ଟୋବର ୨୩ ଏବଂ ୨୪ରେ କଜାନରେ ଆୟୋଜନ ହେବାକୁ ଯାଉଛି ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ । ଏଠାରେ ପହଞ୍ଚିବା ପରେ ପିଏମ୍ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଏହାର ଏକ ଭିଡିଓ ସେୟାର କରିଛନ୍ତି । ଭାରତୀୟ ସମ୍ପ୍ରଦାୟର ଲୋକେ ପିଏମ୍ ମୋଦିଙ୍କ ରୁଷ୍ ଗସ୍ତକୁ ନେଇ ଅତି ଉତ୍ସାହିତ ନଜର […] The post ଲଡୁ-କେକ୍, କୃଷ୍ଣ ଭଜନ ଓ ନୃତ୍ୟ…, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୁଷରେ କରାଗଲା ଏମିତି ଗ୍ରାଣ୍ଡ ୱେଲକମ୍ appeared first on KNews Odisha.

ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ମଙ୍ଗଳବାର ରୁଷର କଜାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅକ୍ଟୋବର ୨୩ ଏବଂ ୨୪ରେ କଜାନରେ ଆୟୋଜନ ହେବାକୁ ଯାଉଛି ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ । ଏଠାରେ ପହଞ୍ଚିବା ପରେ ପିଏମ୍ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଏହାର ଏକ ଭିଡିଓ ସେୟାର କରିଛନ୍ତି ।
ଭାରତୀୟ ସମ୍ପ୍ରଦାୟର ଲୋକେ ପିଏମ୍ ମୋଦିଙ୍କ ରୁଷ୍ ଗସ୍ତକୁ ନେଇ ଅତି ଉତ୍ସାହିତ ନଜର ଆସିଥିଲେ । ସବୁଆଡ଼େ ଲୋକଙ୍କ ହାତରେ ତ୍ରିରଙ୍ଗା ଦେଖାଯାଇଥିଲା । ସମସ୍ତେ ପିଏମ୍ ମୋଦିଙ୍କ ଝଲକ ପାଇବା ପାଇଁ ଅପେକ୍ଷାରତ ଥିଲେ ।
ଭାରତୀୟଙ୍କ ବ୍ୟତୀତ ରୁଷ୍ ଲୋକମାନେ ମଧ୍ୟ ମୋଦିଙ୍କୁ ଅତି ସୁନ୍ଦର ଢଙ୍ଗରେ ସ୍ୱାଗତ ଜଣାଇଥିଲେ । ଭାରତୀୟ ସମ୍ପ୍ରଦାୟ ଭଳି ସେମାନେ ମଧ୍ୟ ଲଡୁ ଓ କେକ୍ ଧରି ଆସିଥିଲେ । ଭାରତ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତରେ କଜାନରେ ରୁଷୀୟ ଲୋକମାନେ କୃଷ୍ଣ ଭଜନ ଗାଇଥିଲେ । ଏହାସହିତ କଳାକାରମାନେ ବଢ଼ିଆ ନୃତ୍ୟକଳା ମଧ୍ୟ ପ୍ରଦର୍ଶନ କରିଥିଲେ ।
ରୁଷରେ ଗ୍ରାଣ୍ଡ ୱେଲକମର ଏକ ଭିଡିଓ ପିଏମ୍ ମୋଦି ‘ଏକ୍ସ’ ପ୍ଲାଟଫର୍ମରେ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘କଜାନରେ ଏଭଳି ସୁନ୍ଦର ସ୍ୱାଗତ ପାଇଁ ମୁଁ କୃତଜ୍ଞ । ଭାରତୀୟ ସମ୍ପ୍ରଦାୟ ନିଜର ଉପଲବ୍ଧି ଦ୍ୱାରା ସମଗ୍ର ବିଶ୍ୱରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବିଶ୍ୱ ସ୍ତରରେ ଭାରତୀୟ ସଂସ୍କୃତିର ଲୋକପ୍ରିୟତା ମଧ୍ୟ ସେତିକି ଖୁସିର କଥା’ ।
A connect like no other!
Thankful for the welcome in Kazan. The Indian community has distinguished itself all over the world with their accomplishments. Equally gladdening is the popularity of Indian culture globally. pic.twitter.com/5Tc7UAF9z3
— Narendra Modi (@narendramodi) October 22, 2024
The post ଲଡୁ-କେକ୍, କୃଷ୍ଣ ଭଜନ ଓ ନୃତ୍ୟ…, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୁଷରେ କରାଗଲା ଏମିତି ଗ୍ରାଣ୍ଡ ୱେଲକମ୍ appeared first on KNews Odisha.