ଲଡୁ ପ୍ରସାଦ ମାମଲାକୁ ନେଇ ତିରୁପତି ମନ୍ଦିର ଟ୍ରଷ୍ଟ ଦେଲା ରିପୋର୍ଟ
ତିରୁପତି,୨୩।୯: ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦ ଭାବରେ ତିଆରି ହୋଇଥିବା ଲଡୁରେ ପଶୁ ଚର୍ବି ମିଶୁଥିବା ମାମଲାରେ ମୁଖ୍ୟ ସୂଚନା ସାମ୍ନାକୁ ଆସିଛି। ଘିଅରେ ଅପମିଶ୍ରଣ ଏବଂ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଟିଡିପି ପକ୍ଷରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କୁ ରିପୋର୍ଟର ଏକ ନକଲ ଦାଖଲ ଦିଆଯାଇଛି। ରିପୋର୍ଟ ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ଏସଆଇଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସଆଇଟି ରିପୋର୍ଟ ପରେ ନୂତନ ନିୟମ ପ୍ରସ୍ତୁତ କରାଯିବ। ସୂଚନାନୁସାରେ, ଘିଅର ଗୁଣବତ୍ତାରେ ଉନ୍ନତି […] The post ଲଡୁ ପ୍ରସାଦ ମାମଲାକୁ ନେଇ ତିରୁପତି ମନ୍ଦିର ଟ୍ରଷ୍ଟ ଦେଲା ରିପୋର୍ଟ appeared first on Dharitri Odia News.
ତିରୁପତି,୨୩।୯: ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦ ଭାବରେ ତିଆରି ହୋଇଥିବା ଲଡୁରେ ପଶୁ ଚର୍ବି ମିଶୁଥିବା ମାମଲାରେ ମୁଖ୍ୟ ସୂଚନା ସାମ୍ନାକୁ ଆସିଛି। ଘିଅରେ ଅପମିଶ୍ରଣ ଏବଂ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଟିଡିପି ପକ୍ଷରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କୁ ରିପୋର୍ଟର ଏକ ନକଲ ଦାଖଲ ଦିଆଯାଇଛି। ରିପୋର୍ଟ ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ଏସଆଇଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସଆଇଟି ରିପୋର୍ଟ ପରେ ନୂତନ ନିୟମ ପ୍ରସ୍ତୁତ କରାଯିବ।
ସୂଚନାନୁସାରେ, ଘିଅର ଗୁଣବତ୍ତାରେ ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା କପିରେ ଉଲ୍ଲେଖ କରାଯାଇଛି। ଏହା ବ୍ୟତୀତ ସ୍ବତନ୍ତ୍ର କମିଟି ଅଧିକ ତଦାରଖ ପାଇଁ ଅନେକ ସୁପାରିଶ ମଧ୍ୟ କରିଛନ୍ତି, ଯାହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ବିଶ୍ୱାସ କରାଯାଏ।
ଏବେ ଘିଅ ଉତ୍ପାଦନ ପ୍ରଣାଳୀ ଅଧ୍ୟୟନ ଏବଂ ସୁପାରିଶ କରିବା ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି।
ଗାଈ ଘିଅ ଉତ୍ପାଦନର ଗୁଣବତ୍ତା ଏବଂ ଦକ୍ଷତାକୁ ଆକଳନ କରିବା ପାଇଁ ଏକ ଅବଜେକ୍ଟିଭ ସ୍କୋରିଂ ମଡେଲ ପ୍ରୟୋଗ କରାଯାଉ।
ଯୋଗାଣକାରୀଙ୍କୁ ନିୟମିତ ନୀରିକ୍ଷଣ କରାଯାଉ।
ଗାଈ କ୍ଷୀର କିଣିବା ଏବଂ ଗାଈ ଘିଅ ଉତ୍ପାଦନ ସମ୍ବନ୍ଧୀୟ ରେକର୍ଡଗୁଡିକ ଯାଞ୍ଚ କରଯେେଉ। ଗୁଣାତ୍ମକ ରିପୋର୍ଟଗୁଡିକ ସମୀକ୍ଷା କରାଯାଉ। ଆଶ୍ଚର୍ଯ୍ୟଜନକ ଯାଞ୍ଚ ଏବଂ ନୀରିକ୍ଷଣ ଅଡିଟ କରିବା ବ୍ୟବସ୍ଥା କରାଯାଉ।
The post ଲଡୁ ପ୍ରସାଦ ମାମଲାକୁ ନେଇ ତିରୁପତି ମନ୍ଦିର ଟ୍ରଷ୍ଟ ଦେଲା ରିପୋର୍ଟ appeared first on Dharitri Odia News.