ଲଡୁଗାଁ ପିଏଚସି ରେ ମାନସିକ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ଶିବିର ଅନୁଷ୍ଠିତ।
କଳାହାଣ୍ଡି:୧୯/୦୯ କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୋଜନ ରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଲଡୁଗାଁ ଠାରେ ଗୁରୁବାର ମାନସିକ ରୋଗ ଚିଂହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ଡିପିଏଚଓ ଡ଼. ରାଜେଶ କୁମାର ସାହୁ ଉଦଘାଟନ କରିଥିଲେ। ଏହି ଶିବିର ରେ ଆସିଷ୍ଟାଣ୍ଡ ପ୍ରଫେସର ମାନସିକ ରୋଗ ଡ଼. ପ୍ରବୀଣ କୁମାର ସାହୁ ଶିବିର କୁ ଆସିଥିବା ମାନସିକ ରୋଗୀ ଙ୍କୁ ପରୀକ୍ଷା କରିବା […] The post ଲଡୁଗାଁ ପିଏଚସି ରେ ମାନସିକ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ଶିବିର ଅନୁଷ୍ଠିତ। appeared first on Odisha.News.

କଳାହାଣ୍ଡି:୧୯/୦୯
କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୋଜନ ରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଲଡୁଗାଁ ଠାରେ ଗୁରୁବାର ମାନସିକ ରୋଗ ଚିଂହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ଡିପିଏଚଓ ଡ଼. ରାଜେଶ କୁମାର ସାହୁ ଉଦଘାଟନ କରିଥିଲେ। ଏହି ଶିବିର ରେ ଆସିଷ୍ଟାଣ୍ଡ ପ୍ରଫେସର ମାନସିକ ରୋଗ ଡ଼. ପ୍ରବୀଣ କୁମାର ସାହୁ ଶିବିର କୁ ଆସିଥିବା ମାନସିକ ରୋଗୀ ଙ୍କୁ ପରୀକ୍ଷା କରିବା ସହ ଚିକିତ୍ସା କରିଥିଲେ। ଶିବିର ରେ କୋକସରା ସିଏଚସି ଭାରପ୍ରାପ୍ତ ଡ଼. ତତ୍ଵଦର୍ଶୀ ଦାସ, ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶର୍ମିଳା ଛାତ୍ରୀଆ,ବିପିଏଚଓ ସୁରଜିତ ସିଂ କୁମାର,ଫାର୍ମାସିଷ୍ଟ ସୁଧୀର ଧଙ୍ଗଡା ମାଝୀ,ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର,ମାନସିକ ରୋଗ ନିରାକରଣ ସ୍ୱେଚ୍ଛାସେବୀ ଅନୟାତ ମହମ୍ମଦ, ନର୍ସିଂ କର୍ମଚାରୀ ରୋଜାଲିନା ମଲ୍ଲିକ, ପୁରୁଷ ସ୍ୱାସ୍ଥ୍ୟ କର୍ମି ଶ୍ରବଣ ପାଢ଼ୀ,ରଜନୀ ଚଳାନ,ମଳୟ ଠାକୁର ସମେତ ଆଶା କର୍ମି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
The post ଲଡୁଗାଁ ପିଏଚସି ରେ ମାନସିକ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ଶିବିର ଅନୁଷ୍ଠିତ। appeared first on Odisha.News.