ଲଡୁଗାଁରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ
ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଶିଶୁ ମନ୍ଦିର ପଡା ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ଲଡୁଗାଁ ସରପଞ୍ଚ ତଥା ପଞ୍ଚାୟତ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଲଡୁଗାଁ ସ୍ଥିତି ଦିନକୁ ଦିନ ଦୟନୀୟ ହୋଇପଡିଥିବା ଅଭିଯୋଗ ହେଉଛି। ଶିଶୁ ମନ୍ଦିର ପାଖରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ ଆବର୍ଜନା। ବାରମ୍ଵାର ଅଭିଯୋଗ ହେଉଥିଲେ ହେଁ ଏଯାଏ ପଞ୍ଚାୟତ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ବ୍ୟବସ୍ଥା କରିନାହାନ୍ତି। ଅଳିଆ ଆବର୍ଜନାରୁ ବାହାରୁଥିବା ଦୁର୍ଗନ୍ଧରେ ଗ୍ରାମବାସୀ […]

ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଶିଶୁ ମନ୍ଦିର ପଡା ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ଲଡୁଗାଁ ସରପଞ୍ଚ ତଥା ପଞ୍ଚାୟତ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଲଡୁଗାଁ ସ୍ଥିତି ଦିନକୁ ଦିନ ଦୟନୀୟ ହୋଇପଡିଥିବା ଅଭିଯୋଗ ହେଉଛି। ଶିଶୁ ମନ୍ଦିର ପାଖରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ ଆବର୍ଜନା। ବାରମ୍ଵାର ଅଭିଯୋଗ ହେଉଥିଲେ ହେଁ ଏଯାଏ ପଞ୍ଚାୟତ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ବ୍ୟବସ୍ଥା କରିନାହାନ୍ତି। ଅଳିଆ ଆବର୍ଜନାରୁ ବାହାରୁଥିବା ଦୁର୍ଗନ୍ଧରେ ଗ୍ରାମବାସୀ ଅସ୍ତବ୍ୟସ୍ତ ହୋଇପଡିଲେଣି। ଲଡୁଗାଁ ଶିଶୁ ମନ୍ଦିର ପାଖରେ ଦେଖିବାକୁ ମିଳିଛି ଏଭଳି ଚିତ୍ର, ଶିଶୁମନ୍ଦିର ସମ୍ମୁଖରେ ଆବର୍ଜନା ଗଦା ହେଉଥିବାରୁ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ବେଳେ ସବୁଦିନ ସେଠାରେ ବିଭିନ୍ନ ପ୍ରକାରର ଓଦା ଓ ଶୁଖିଲା ଆବର୍ଜନା ପଡ଼ୁଥିବାରୁ ଜାଗାଟି ସନ୍ତସନ୍ତିଆ ହୋଇ ରହୁଛି ଓ ଦୁର୍ଗନ୍ଧ ବାହାରୁଛି। ତା’ସହିତ ମଶା ଓ ମାଛି ପ୍ରାଦୁର୍ଭାବ ସ୍କୁଲ୍ ପିଲାଙ୍କୁ ରୋଗଗ୍ରସ୍ତ ଯେ କରୁନଥିବ ତାହା କହି ହେବ ନାହିଁ।