ଲଦାଖରେ ସ୍ଥାପନ ହେଲା ଏସିଆର ସବୁଠୁ ବଡ଼ ଟେଲିସ୍କୋପ୍, ଖୋଲିବ ବ୍ରହ୍ମାଣ୍ଡର ରହସ୍ୟ

ନୂଆଦିଲ୍ଲୀ: ଭାଭା ଅଟୋମିକ୍ ରିସର୍ଚ୍ଚ ସେଣ୍ଟର (BARC) ଏବଂ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ ମିଳିତ ଭାବେ ଏସିଆର ସବୁଠୁ ବଡ଼ ଇମେଜିଂ ଟେଲିସ୍କୋପ ନିର୍ମାଣ କରିଛନ୍ତି । ଏହି ଟେଲିସ୍କୋପର ନାଁ ମେଜର ଆଟମସ୍ଫେରିକ ଚେରେନକୋଭ ଏକ୍ସପେରିମେଣ୍ଟ (MACE) ଦିଆଯାଇଛି । ଏହି ଟେଲିସ୍କୋପକୁ ଲଦାଖର ହାନଲେ ବେଦଶାଳାରେ ସ୍ଥାପନ କରାଯାଇଛି, ଯାହା ସମୁଦ୍ର ସ୍ଥଳରୁ ୪୩୦୦ ମିଟର ଉଚ୍ଚରେ ଅବସ୍ଥିତ ରହିଛି । ଏହି ଟେଲିସ୍କୋପ ସ୍ଥାପନ ଦ୍ୱାରା ବିଶ୍ୱ ସ୍ତରରେ ଭାରତକୁ କସ୍ମିକ-ରେ ରିସର୍ଚ୍ଚ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଉଛି ।MACE ଟେଲିସ୍କୋପର ଉଦ୍ଦେଶ୍ୟ ବ୍ରହ୍ମାଣ୍ଡର ସବୁଠାରୁ ଉର୍ଜାବାନ ଘଟଣାର ଅଧ୍ୟୟନ କରିବା, ଯାହା ଗାମା ରଶ୍ମି ରୂପେ ପ୍ରକଟ ହୋଇଥାଏ । ଏହି ଅତ୍ୟଧିକ ଉର୍ଜା ସମ୍ପନ୍ନ ରଶ୍ମି ବିଭିନ୍ନ ଖଗୌଳିକ ଘଟଣା, ଯେପରି ସୁପରନୋଭା ବିସ୍ଫୋରଣ ଏବଂ ବ୍ଲାକ୍ ହୋଲରୁ ଉତ୍ପନ୍ନ ହୋଇଥାଏ ।ଅଟୋମିକ୍ ଏନର୍ଜି ବିଭାଗ ସଚିବ ଅଜିତ କୁମାର ମହାନ୍ତିଙ୍କ ଅନୁସାରେ, ଏହି ଟେଲିସ୍କୋପ ବୈଜ୍ଞାନିକଙ୍କୁ ଗାମା ରଶ୍ମିର ଗଭୀର ଅଧ୍ୟୟନ କରିବାରେ ସହାୟକ ହେବ । ଏହି ରଶ୍ମିର ଅଧ୍ୟୟନରୁ ବ୍ରହ୍ମାଣ୍ଡର ସଂରଚନା ଏବଂ ଏହା ଉତ୍ପତ୍ତି ଉପରେ ନୂଆ ସୂଚନା ମିଳିପାରିବ । ଯାହାଦ୍ୱାରା ମହାକଶ ବିଜ୍ଞାନ କ୍ଷେତ୍ରରେ ନୂଆ ଅନୁସନ୍ଧାନ ମାର୍ଗ ପ୍ରଶସ୍ତ ହେବ । ଏହି ପରିଯୋଜନା ଦ୍ୱାରା ବୈଜ୍ଞାନିକ ଅନୁସନ୍ଧାନକୁ ପ୍ରୋତ୍ସାହନ

ଲଦାଖରେ ସ୍ଥାପନ ହେଲା ଏସିଆର ସବୁଠୁ ବଡ଼ ଟେଲିସ୍କୋପ୍, ଖୋଲିବ ବ୍ରହ୍ମାଣ୍ଡର ରହସ୍ୟ

ନୂଆଦିଲ୍ଲୀ: ଭାଭା ଅଟୋମିକ୍ ରିସର୍ଚ୍ଚ ସେଣ୍ଟର (BARC) ଏବଂ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ ମିଳିତ ଭାବେ ଏସିଆର ସବୁଠୁ ବଡ଼ ଇମେଜିଂ ଟେଲିସ୍କୋପ ନିର୍ମାଣ କରିଛନ୍ତି । ଏହି ଟେଲିସ୍କୋପର ନାଁ ମେଜର ଆଟମସ୍ଫେରିକ ଚେରେନକୋଭ ଏକ୍ସପେରିମେଣ୍ଟ (MACE) ଦିଆଯାଇଛି । ଏହି ଟେଲିସ୍କୋପକୁ ଲଦାଖର ହାନଲେ ବେଦଶାଳାରେ ସ୍ଥାପନ କରାଯାଇଛି, ଯାହା ସମୁଦ୍ର ସ୍ଥଳରୁ ୪୩୦୦ ମିଟର ଉଚ୍ଚରେ ଅବସ୍ଥିତ ରହିଛି । ଏହି ଟେଲିସ୍କୋପ ସ୍ଥାପନ ଦ୍ୱାରା ବିଶ୍ୱ ସ୍ତରରେ ଭାରତକୁ କସ୍ମିକ-ରେ ରିସର୍ଚ୍ଚ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଉଛି ।

MACE ଟେଲିସ୍କୋପର ଉଦ୍ଦେଶ୍ୟ ବ୍ରହ୍ମାଣ୍ଡର ସବୁଠାରୁ ଉର୍ଜାବାନ ଘଟଣାର ଅଧ୍ୟୟନ କରିବା, ଯାହା ଗାମା ରଶ୍ମି ରୂପେ ପ୍ରକଟ ହୋଇଥାଏ । ଏହି ଅତ୍ୟଧିକ ଉର୍ଜା ସମ୍ପନ୍ନ ରଶ୍ମି ବିଭିନ୍ନ ଖଗୌଳିକ ଘଟଣା, ଯେପରି ସୁପରନୋଭା ବିସ୍ଫୋରଣ ଏବଂ ବ୍ଲାକ୍ ହୋଲରୁ ଉତ୍ପନ୍ନ ହୋଇଥାଏ ।

ଅଟୋମିକ୍ ଏନର୍ଜି ବିଭାଗ ସଚିବ ଅଜିତ କୁମାର ମହାନ୍ତିଙ୍କ ଅନୁସାରେ, ଏହି ଟେଲିସ୍କୋପ ବୈଜ୍ଞାନିକଙ୍କୁ ଗାମା ରଶ୍ମିର ଗଭୀର ଅଧ୍ୟୟନ କରିବାରେ ସହାୟକ ହେବ । ଏହି ରଶ୍ମିର ଅଧ୍ୟୟନରୁ ବ୍ରହ୍ମାଣ୍ଡର ସଂରଚନା ଏବଂ ଏହା ଉତ୍ପତ୍ତି ଉପରେ ନୂଆ ସୂଚନା ମିଳିପାରିବ । ଯାହାଦ୍ୱାରା ମହାକଶ ବିଜ୍ଞାନ କ୍ଷେତ୍ରରେ ନୂଆ ଅନୁସନ୍ଧାନ ମାର୍ଗ ପ୍ରଶସ୍ତ ହେବ । ଏହି ପରିଯୋଜନା ଦ୍ୱାରା ବୈଜ୍ଞାନିକ ଅନୁସନ୍ଧାନକୁ ପ୍ରୋତ୍ସାହନ ମିଳିବା ସହ ଲଦାଖ କ୍ଷେତ୍ରର ସାମାଜିକ ଏବଂ ଆର୍ଥିକ ବିକାଶ ପାଇଁ ମଧ୍ୟ ଲାଭଦାୟକ ହେବ ।