ଲମତାପୁଟରେ ତାତିରୁ ଉପଶମ, ବର୍ଷା ପ୍ରଭାବରେ ଖସିଲା ପାରଦ

ଲମତାପୁଟ ୦୭/୦୫: ବର୍ଷା ପ୍ରଭାବରେ ସାରା ରାଜ୍ୟରେ ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । କାଳ ବୈଶାଖା ହେତୁ ବିଭିନ୍ନ ସ୍ଥାନରେ ଲାଗି ରହିଛି ପବନ ସହ ବର୍ଷା । ଖାସ୍‌ କରି ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି । ସୋମବାର ମଧ୍ୟ ରାତ୍ରିରୁ ଲଗାଣ ବର୍ଷା ଜାରି ରହିଛି ଲମତାପୁଟ ବ୍ଲକରେ l ଘଡଘଡି ସହ ପାହାନ୍ତିଆ ସମୟରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ବି ଲାଗି ରହିଛି ବର୍ଷା । ଦିନ 10ଟା ସୁଦ୍ଧା କଳା ହାଣ୍ଡିଆ ମେଘ ଢାଙ୍କି ରହିଥିବାରୁ ସାରା ଅଞ୍ଚଳ ଅନ୍ଧାର ସଦୃଶ ହୋଇ ରହିଛି  । ଫଳରେ ଅଞ୍ଚଳ ସମ୍ପୂର୍ଣ ଥଣ୍ଡା ମୟ ହୋଇଯାଇଛି l ଏହାର ପ୍ରଭାବରେ ୧୫ ଡିଗ୍ରୀ ତଳକୁ ଖସିଛି ପାରଦ l ଲଗାଣ ବର୍ଷା ହେବା ପରେ ଅଞ୍ଚଳ ବାସି ବହୁ ଆଶ୍ବସ୍ତି ଅନୁଭବ କରୁଛନ୍ତି l

ଲମତାପୁଟରେ ତାତିରୁ ଉପଶମ, ବର୍ଷା ପ୍ରଭାବରେ ଖସିଲା ପାରଦ

ଲମତାପୁଟ ୦୭/୦୫: ବର୍ଷା ପ୍ରଭାବରେ ସାରା ରାଜ୍ୟରେ ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । କାଳ ବୈଶାଖା ହେତୁ ବିଭିନ୍ନ ସ୍ଥାନରେ ଲାଗି ରହିଛି ପବନ ସହ ବର୍ଷା । ଖାସ୍‌ କରି ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି । 

ସୋମବାର ମଧ୍ୟ ରାତ୍ରିରୁ ଲଗାଣ ବର୍ଷା ଜାରି ରହିଛି ଲମତାପୁଟ ବ୍ଲକରେ l ଘଡଘଡି ସହ ପାହାନ୍ତିଆ ସମୟରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ବି ଲାଗି ରହିଛି ବର୍ଷା । 

ଦିନ 10ଟା ସୁଦ୍ଧା କଳା ହାଣ୍ଡିଆ ମେଘ ଢାଙ୍କି ରହିଥିବାରୁ ସାରା ଅଞ୍ଚଳ ଅନ୍ଧାର ସଦୃଶ ହୋଇ ରହିଛି  । ଫଳରେ ଅଞ୍ଚଳ ସମ୍ପୂର୍ଣ ଥଣ୍ଡା ମୟ ହୋଇଯାଇଛି l ଏହାର ପ୍ରଭାବରେ ୧୫ ଡିଗ୍ରୀ ତଳକୁ ଖସିଛି ପାରଦ l ଲଗାଣ ବର୍ଷା ହେବା ପରେ ଅଞ୍ଚଳ ବାସି ବହୁ ଆଶ୍ବସ୍ତି ଅନୁଭବ କରୁଛନ୍ତି l