ଲମ୍ବା ଛୁଟିରେ ଗଲେ ମନୁ ଭାକର: ଖେଳିବେ ନାହିଁ ବିଶ୍ୱକପ୍!
ନୂଆଦିଲ୍ଲୀ,୧୩।୮: ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର ମଙ୍ଗଳବାର ଭାରତ ଫେରିପାରନ୍ତି। ଏହା ପରେ ସେ ତିନି ମାସର ବ୍ରେକ ନେଇପାରନ୍ତି। ସେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରୁ ମଧ୍ୟ ଦୂରେଇ ରହିପାରନ୍ତି ବୋଲି କୁହାଯାଉଛି। ଭାରତୀୟ ଦଳ ଅଲିମ୍ପିକ୍ସରେ ମୋଟ ୬ଟି ପଦକ ଜିତିବାରେ ସଫଳ ହୋଇଥିଲା। ମନୁ ଭାକର ଏଥିରୁ ଦୁଇଟି ଜିତିଥିଲେ। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଏବଂ ସରବୋଜିତ୍ଙ୍କ […] The post ଲମ୍ବା ଛୁଟିରେ ଗଲେ ମନୁ ଭାକର: ଖେଳିବେ ନାହିଁ ବିଶ୍ୱକପ୍! appeared first on Dharitri Odia News.
ନୂଆଦିଲ୍ଲୀ,୧୩।୮: ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର ମଙ୍ଗଳବାର ଭାରତ ଫେରିପାରନ୍ତି। ଏହା ପରେ ସେ ତିନି ମାସର ବ୍ରେକ ନେଇପାରନ୍ତି। ସେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରୁ ମଧ୍ୟ ଦୂରେଇ ରହିପାରନ୍ତି ବୋଲି କୁହାଯାଉଛି। ଭାରତୀୟ ଦଳ ଅଲିମ୍ପିକ୍ସରେ ମୋଟ ୬ଟି ପଦକ ଜିତିବାରେ ସଫଳ ହୋଇଥିଲା। ମନୁ ଭାକର ଏଥିରୁ ଦୁଇଟି ଜିତିଥିଲେ। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଏବଂ ସରବୋଜିତ୍ଙ୍କ ସହ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ। ସ୍ବାଧୀନ ଭାରତ ଇତିହାସରେ ସେ ପ୍ରଥମ ଭାରତୀୟ ଆଥଲେଟ ହୋଇ ସମାନ ସଂସ୍କରଣରେ ଦୁଇଟି ପଦକ ଜିତିଥିଲେ।
ମନୁଙ୍କ କୋଚ ଜଶପାଲ ରାଣା ସୂଚନା ଦେଇଛନ୍ତି, ସେ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍ର ଅଂଶ ହେବେ ନାହିଁ। ଜଶପାଲ କହିଛନ୍ତି, ଅକ୍ଟୋବରରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍ରେ ସେ ଖେଳିବେ କି ନାହିଁ ମୁଁ ଜାଣେ ନାହିଁ କାରଣ ସେ ତିନିମାସ ବିରତି ନେଉଛନ୍ତି। ତେଣୁ ସେ ଦୀର୍ଘ ଦିନ ଧରି କଠିନ ପରିଶ୍ରମ କରିଛନ୍ତି, ତେଣୁ ଏହା ନର୍ମାଲ ବ୍ରେକ। ୧୩ ରୁ ୧୮ ଅକ୍ଟୋବର ମଧ୍ୟରେ ଦିଲ୍ଲୀରେ ଶୁଟିଂ ବିଶ୍ୱକପ ଅନୁଷ୍ଠିତ ହେବ। ବ୍ରେକ ପରେ ସେମାନେ ୨୦୨୬ ଏସୀୟ ଗେମ୍ସ ଏବଂ କମନୱେଲଥ ଗେମ୍ସରେ କାମ କରିବେ।
The post ଲମ୍ବା ଛୁଟିରେ ଗଲେ ମନୁ ଭାକର: ଖେଳିବେ ନାହିଁ ବିଶ୍ୱକପ୍! appeared first on Dharitri Odia News.