ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍‌ ଏବଂ ବିକେଆଇ ନେଟଓ୍ୱର୍କ ବିରୋଧରେ ଏନଆଇର କାର୍ଯ୍ୟାନୁଷ୍ଠାନ, ୬ ରାଜ୍ୟରେ ରେଡ୍

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଗୁରୁବାର ବ୍ୟାନ୍‌ ସଂଗଠନ ବବ୍ବର ଖାଲସା ଇଣ୍ଟରନାସନାଲ ଏବଂ ଲରେନ୍ସ ବିଶ୍ନୋଇର ଅପରାଧିକ ନେଟ୍‌ଓ୍ବର୍କ ବିରୋଧରେ ଅନେକ ରାଜ୍ୟରେ ରେଡ୍‌ କରିଛି। ଏନଆଇଏ ପ୍ରବକ୍ତା କହିଛନ୍ତି ଏଜେନ୍ସୀ ଗୁରୁବାର ଉତ୍ତର ଭାରତର ଛଅ ରାଜ୍ୟରେ ସମୁଦାୟ ୩୨ ଠିକଣା ଉପରେ ରେଡ୍ କରିଥିଲା। ଏହି ସମୟରେ ଏନଆଇଏ ଅବୈଧ ହତିଆର ଏବଂ ଗୋଳା ବାରୁଦ, ଦସ୍ତାବିଜ୍‌, ଡିଜିଟାଲ ରେକର୍ଡ ଏବଂ ନଗଦ ଜବତ କରିଛି। ଏନଆଇଏ ଗୁରୁବାର ସକାଳେ ଏନଆଇଏ ପଞ୍ଜାବ, ହରିୟାଣା, ରାଜସ୍ଥାନ, ୟୁପି, ଦିଲ୍ଲୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ରେ ରେଡ୍‌ କରିଛନ୍ତି। ଏନଆଇଏ ପ୍ରବକ୍ତା କହିଛନ୍ତି ଏହି ରେଡ୍‌ରେ ଦୁଇ ପିସ୍ତଲ, ଦୁଇ ମାଗାଜିନ୍‌ ଏବଂ ଗୋଳା ବାରୁଦ ସହ ୪.୬ ଲକ୍ଷ ଟଙ୍କାର ନଗଦ ସହ ଦସ୍ତାବିଜ୍‌ ଏବଂ ଡିଜିଟାଲ ଡିଭାଇସ ଜବତ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ୟୁଏପିଏ ଆକ୍ଟର ଅନୁଯାୟୀ ହୋଇଛି। ପ୍ରବକ୍ତା କହିଛନ୍ତି ଏଜେନ୍ସୀ ଦେଶରେ ସକ୍ରିୟ ଆତଙ୍କୀ ଗ୍ୟାଙ୍ଗଷ୍ଟରର ନେଟଓ୍ବର୍କ ଖୋଜ୍ କରିବାକୁ ଚାହୁଛି। ଆହୁରି ପଢ଼ନ୍ତୁ: ହାଫିଜ ସଇଦର ଡେପୁଟୀର ମୃତ୍ୟୁ ଖବରରେ ମୋହର ମାରିଲା ଜାତିସଂଘ, ୨୬/୧୧ ଆକ୍ରମଣକାରୀଙ୍କୁ ଦେଇଥିଲା ଟ୍ରେନିଂ ଗୋଳା-ବାରୁଦ, ବିସ୍ଫୋଟକ, ଆଇଇଡି ଆଦି ତସ୍କରୀ ସାମିଲ ଥିଲେ ଗ୍ୟାଙ୍ଗ୍‌ ଏନଆଇଏ ପ୍ରବକ୍ତା କହିଛନ୍ତି ଆତଙ୍କୀ ଗ୍ୟାଙ୍ଗଷ୍ଟର ନେଟଓ୍ବର୍କର ଗତିବିଧିରେ ସୀମାପାର୍‌ରୁ

ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍‌ ଏବଂ ବିକେଆଇ ନେଟଓ୍ୱର୍କ ବିରୋଧରେ ଏନଆଇର କାର୍ଯ୍ୟାନୁଷ୍ଠାନ, ୬ ରାଜ୍ୟରେ ରେଡ୍

NIA

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଗୁରୁବାର ବ୍ୟାନ୍‌ ସଂଗଠନ ବବ୍ବର ଖାଲସା ଇଣ୍ଟରନାସନାଲ ଏବଂ ଲରେନ୍ସ ବିଶ୍ନୋଇର ଅପରାଧିକ ନେଟ୍‌ଓ୍ବର୍କ ବିରୋଧରେ ଅନେକ ରାଜ୍ୟରେ ରେଡ୍‌ କରିଛି। ଏନଆଇଏ ପ୍ରବକ୍ତା କହିଛନ୍ତି ଏଜେନ୍ସୀ ଗୁରୁବାର ଉତ୍ତର ଭାରତର ଛଅ ରାଜ୍ୟରେ ସମୁଦାୟ ୩୨ ଠିକଣା ଉପରେ ରେଡ୍ କରିଥିଲା। ଏହି ସମୟରେ ଏନଆଇଏ ଅବୈଧ ହତିଆର ଏବଂ ଗୋଳା ବାରୁଦ, ଦସ୍ତାବିଜ୍‌, ଡିଜିଟାଲ ରେକର୍ଡ ଏବଂ ନଗଦ ଜବତ କରିଛି। ଏନଆଇଏ ଗୁରୁବାର ସକାଳେ ଏନଆଇଏ ପଞ୍ଜାବ, ହରିୟାଣା, ରାଜସ୍ଥାନ, ୟୁପି, ଦିଲ୍ଲୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ରେ ରେଡ୍‌ କରିଛନ୍ତି।

ଏନଆଇଏ ପ୍ରବକ୍ତା କହିଛନ୍ତି ଏହି ରେଡ୍‌ରେ ଦୁଇ ପିସ୍ତଲ, ଦୁଇ ମାଗାଜିନ୍‌ ଏବଂ ଗୋଳା ବାରୁଦ ସହ ୪.୬ ଲକ୍ଷ ଟଙ୍କାର ନଗଦ ସହ ଦସ୍ତାବିଜ୍‌ ଏବଂ ଡିଜିଟାଲ ଡିଭାଇସ ଜବତ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ୟୁଏପିଏ ଆକ୍ଟର ଅନୁଯାୟୀ ହୋଇଛି। ପ୍ରବକ୍ତା କହିଛନ୍ତି ଏଜେନ୍ସୀ ଦେଶରେ ସକ୍ରିୟ ଆତଙ୍କୀ ଗ୍ୟାଙ୍ଗଷ୍ଟରର ନେଟଓ୍ବର୍କ ଖୋଜ୍ କରିବାକୁ ଚାହୁଛି।

ଆହୁରି ପଢ଼ନ୍ତୁ: ହାଫିଜ ସଇଦର ଡେପୁଟୀର ମୃତ୍ୟୁ ଖବରରେ ମୋହର ମାରିଲା ଜାତିସଂଘ, ୨୬/୧୧ ଆକ୍ରମଣକାରୀଙ୍କୁ ଦେଇଥିଲା ଟ୍ରେନିଂ

ଗୋଳା-ବାରୁଦ, ବିସ୍ଫୋଟକ, ଆଇଇଡି ଆଦି ତସ୍କରୀ ସାମିଲ ଥିଲେ ଗ୍ୟାଙ୍ଗ୍‌

ଏନଆଇଏ ପ୍ରବକ୍ତା କହିଛନ୍ତି ଆତଙ୍କୀ ଗ୍ୟାଙ୍ଗଷ୍ଟର ନେଟଓ୍ବର୍କର ଗତିବିଧିରେ ସୀମାପାର୍‌ରୁ ହତିଆର ଏବଂ ଗୋଳା-ବାରୁଦ, ବିସ୍ଫୋଟକ, ଆଇଇଡି ଆଦି ତସ୍କରୀ ସାମିଲ ରହିଛି। ଆତଙ୍କୀ ଗ୍ୟାଙ୍ଗଷ୍ଟର ନେଟଓ୍ବର୍କର ବ୍ୟବହାର ଦେଶର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ, ଟାର୍ଗେଟ କିଲିଂ, ଦାଦାବଟି ଏବଂ ଅପରାଧିକ ଗ୍ୟାଙ୍ଗକୁ ଫଣ୍ଡିଂ କରିବା ପାଇଁ କରାଯାଉଛି।

୧୬ଟି ଠିକଣାରେ ହୋଇଥିବା ରେଡ୍‌ ବ୍ୟାନ୍‌ ସଂଗଠନ ବିକେଆଇର ନେଟଓ୍ବର୍କର ଖୋଜ୍‌ ସହ ଜଡ଼ିତ ଥିଲା। ସାତଟି ସ୍ଥାନରେ ରେଡ୍‌ ୟୁଏପିଏର ନିୟମ ଅନୁଯାୟୀ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଏବଂ ଗୋଲ୍ଡି ବରାଡ଼ ସହ ତାହାର ସହଯୋଗୀଙ୍କ ନିର୍ଦ୍ଦେଶରେ ଚାଲୁଥିବା ସଂଗଠିତ ଅପରାଧ ସିଣ୍ଡିକେଟ ବିରୋଧରେ ଏନଆଇଏ ଦ୍ବାରା ରୁଜୁ ମାମଲାରେ କରାଯାଇଛି।

The post ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍‌ ଏବଂ ବିକେଆଇ ନେଟଓ୍ୱର୍କ ବିରୋଧରେ ଏନଆଇର କାର୍ଯ୍ୟାନୁଷ୍ଠାନ, ୬ ରାଜ୍ୟରେ ରେଡ୍ appeared first on Prameya News7.