ଲରେନ୍ସଙ୍କ ସହ କଥା ହେବେ ସଲମାନଙ୍କ ପୂର୍ବ ପ୍ରେମିକା ସୋମି ! କହିଲେ-ପ୍ରଥମେ ଜୁମ୍ କଲ୍ କରିବା..

ମୁମ୍ଵାଇ ୧୮।୧୦: ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ଖାନ । ସେ ଫିଲ୍ମ ଜଗତରୁ ଦୂରରେ ଥିଲେ ବି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍ । ଅନେକ ଥର ସଲମାନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ ଖୁଲାସା କରିଥିଲେ। ନିକଟରେ ତାଙ୍କର ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ସେ ସଲମାନ ଖାନଙ୍କ ଜୀବନର ଶତ୍ରୁ ଥିବା ବ୍ୟକ୍ତିଙ୍କ ନାମରେ ଏହି ପୋଷ୍ଟ ଲେଖିଛନ୍ତି, ବର୍ତ୍ତମାନ ଆପଣ ନିଶ୍ଚୟ ବୁଝିପାରୁଥିବେ । ଏହା ଲରେନ୍ସଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି । ଲରେନ୍ସଙ୍କୁ ତାଙ୍କ ଭାଇ ବୋଲି କହି ଜୁମ୍ କଲରେ ଇନଭାଇଟ୍‌ କରିଛନ୍ତି। ସୋମି ତାଙ୍କୁ ମୋବାଇଲ୍ ନମ୍ବର ମଧ୍ୟ ମାଗିଛନ୍ତି।ସୋମି ଅଲୀ ସେଣ୍ଟ୍ରାଲ ଜେଲରେ ଥିବା ଲରେନ୍ସ ଇଙ୍କ ସହ ଯୋଗାଯୋଗ କରିବାକୁ ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି। ଗୁରୁବାର ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲରେନ୍ସଙ୍କ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିପାଇଁ ତାଙ୍କ କ୍ୟାପସନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୋମି ଲେଖିଛନ୍ତି, 'ଏହା ଲରେନ୍ସ ବିଷ୍ଣୋଇଙ୍କ ପାଇଁ ଏକ ପ୍ରତ୍ୟକ୍ଷ ବାର୍ତ୍ତା - ହେଲୋ, ଲରେନ୍ସ ଭାଇ, ମୁଁ ଶୁଣିଛି ଏବଂ ଦେଖିଛି ଯେ ଆପଣ ଜେଲରୁ ମଧ୍ୟ ଜୁମ୍ କଲ କରୁଛନ୍ତି, ତେଣୁ ମୁଁ ଆପଣଙ୍କ ସହ କିଛି କଥା ହେବାକୁ ଚାହେଁ।'ସୋମି ଆହୁରି କହିଛନ୍ତି, 'ଦୟାକରି ମୋତେ କୁହନ୍ତୁ ଏହା କିପରି ସମ୍ଭବ। ସାରା ବିଶ୍ୱରେ ଆମର ସବୁଠାରୁ ପ୍ରିୟ ସ୍ଥା

ଲରେନ୍ସଙ୍କ ସହ କଥା ହେବେ ସଲମାନଙ୍କ ପୂର୍ବ ପ୍ରେମିକା ସୋମି ! କହିଲେ-ପ୍ରଥମେ ଜୁମ୍ କଲ୍ କରିବା..

ମୁମ୍ଵାଇ ୧୮।୧୦: ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ଖାନ । ସେ ଫିଲ୍ମ ଜଗତରୁ ଦୂରରେ ଥିଲେ ବି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍ । ଅନେକ ଥର ସଲମାନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ ଖୁଲାସା କରିଥିଲେ। ନିକଟରେ ତାଙ୍କର ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ସେ ସଲମାନ ଖାନଙ୍କ ଜୀବନର ଶତ୍ରୁ ଥିବା ବ୍ୟକ୍ତିଙ୍କ ନାମରେ ଏହି ପୋଷ୍ଟ ଲେଖିଛନ୍ତି, ବର୍ତ୍ତମାନ ଆପଣ ନିଶ୍ଚୟ ବୁଝିପାରୁଥିବେ । ଏହା ଲରେନ୍ସଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି । ଲରେନ୍ସଙ୍କୁ ତାଙ୍କ ଭାଇ ବୋଲି କହି ଜୁମ୍ କଲରେ ଇନଭାଇଟ୍‌ କରିଛନ୍ତି। ସୋମି ତାଙ୍କୁ ମୋବାଇଲ୍ ନମ୍ବର ମଧ୍ୟ ମାଗିଛନ୍ତି।

ସୋମି ଅଲୀ ସେଣ୍ଟ୍ରାଲ ଜେଲରେ ଥିବା ଲରେନ୍ସ ଇଙ୍କ ସହ ଯୋଗାଯୋଗ କରିବାକୁ ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି। ଗୁରୁବାର ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲରେନ୍ସଙ୍କ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିପାଇଁ ତାଙ୍କ କ୍ୟାପସନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୋମି ଲେଖିଛନ୍ତି, 'ଏହା ଲରେନ୍ସ ବିଷ୍ଣୋଇଙ୍କ ପାଇଁ ଏକ ପ୍ରତ୍ୟକ୍ଷ ବାର୍ତ୍ତା - ହେଲୋ, ଲରେନ୍ସ ଭାଇ, ମୁଁ ଶୁଣିଛି ଏବଂ ଦେଖିଛି ଯେ ଆପଣ ଜେଲରୁ ମଧ୍ୟ ଜୁମ୍ କଲ କରୁଛନ୍ତି, ତେଣୁ ମୁଁ ଆପଣଙ୍କ ସହ କିଛି କଥା ହେବାକୁ ଚାହେଁ।'

ସୋମି ଆହୁରି କହିଛନ୍ତି, 'ଦୟାକରି ମୋତେ କୁହନ୍ତୁ ଏହା କିପରି ସମ୍ଭବ। ସାରା ବିଶ୍ୱରେ ଆମର ସବୁଠାରୁ ପ୍ରିୟ ସ୍ଥାନ ହେଉଛି ରାଜସ୍ଥାନ । ଆମେ ପୂଜା ପାଇଁ ଆପଣଙ୍କ ମନ୍ଦିରକୁ ଆସିବାକୁ ଚାହୁଁ, କିନ୍ତୁ ପ୍ରଥମେ ଜୁମ୍ କଲ୍ କରିବା । ପରେ ପୂଜା ବିଷୟରେ ଆଲୋଚନା କରିବା । 'ମୋତେ ବିଶ୍ୱାସ କରନ୍ତୁ, ଏହା କେବଳ ଆପଣଙ୍କ ଲାଭ ପାଇଁ । ମୋତେ ଆପଣଙ୍କ ମୋବାଇଲ୍ ନମ୍ବର ଦିଅନ୍ତୁ, ଏହା ଆପଣଙ୍କ ପାଇଁ ଏକ ବଡ଼ ଅନୁକମ୍ପା ହେବ । ଧନ୍ୟବାଦ। ସଲମାନଙ୍କ ପୂର୍ବ ପ୍ରେମିକାଙ୍କଏହି ପୋଷ୍ଟ ବର୍ତ୍ତମାନ ଭାଇରାଲ ହେଉଛି।