ଲଳିତ ଦାସ ଓ ସପ୍ନା ତିୱାରୀଙ୍କୁ DG ପାହ୍ୟାକୁ ପଦୋନ୍ନତି

ଉଭୟ ହେଉଛନ୍ତି ୧୯୯୨ ବ୍ୟାଚ୍‌ର ଆଇପିଏସ୍ ଅଫିସର।

ଲଳିତ ଦାସ ଓ ସପ୍ନା ତିୱାରୀଙ୍କୁ DG ପାହ୍ୟାକୁ ପଦୋନ୍ନତି

୧୯୯୨ ବ୍ୟାଚ୍‌ର ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଲଳିତ ଦାସ ଓ ସପ୍ନା ତିୱାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଲଳିତ ଦାସଙ୍କୁ ତାଙ୍କ ପୂର୍ବ ସ୍ଥାନରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଅନ୍ୟପକ୍ଷରେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ସପ୍ନା ତିୱାରୀ।

ଲଳିତ ଦାସ ଏବେ ରାଜ୍ୟ ପୁଲିସ୍‌ର ସ୍ୱତନ୍ତ୍ର ଶାଖା ‘ମାନବାଧିକାର ସୁରକ୍ଷା ସେଲ୍‌’ (HRPC) ଦାୟିତ୍ୱରେ ଅଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ।