ଲାଉସାନ ଡାଏମଣ୍ଡ୍ ଲିଗ୍ରେ ଭାଗ ନେବେ ନୀରଜ, ଭିଡିଓ ସେୟାର କରି ଦେଲେ ସୂଚନା
ନୂଆଦିଲ୍ଲୀ ୧୮। ୮ : ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା । ବର୍ତ୍ତମାନ ସେ ଆଗାମୀ ଲାଉସାନ୍ ଡାଏମଣ୍ଡ୍ ଲିଗ୍ରେ ଭାଗ ନେବେ। ଏନେଇ ସେ ନିଜେ ସ୍ପଷ୍ଟ କରି ଦେଇଛନ୍ତି । ଏବେ ସେ ସ୍ୱିଜରଲାଣ୍ଡ୍ ସ୍ଥିତ ମାଗଲିଙ୍ଗନ ଠାରେ କୋଚ୍ କ୍ଲାଉସ୍ ବାର୍ଟୋନିଜ୍ଙ୍କ ଅଧିନରେ ପ୍ରଶିକ୍ଷଣ ନେଉଛନ୍ତି । ଆସନ୍ତା ୨୨ ତାରିଖରେ ଲାଉସାନ୍ ଡାଏମଣ୍ଡ୍ ଲିଗ୍ ଅନୁଷ୍ଠିତ ହେବ। #WATCH | On his plans post his Olympic stint, Neeraj Chopra says, "... I have finally decided to participate in the Lausanne Diamond League, which begins August 22." pic.twitter.com/euMxssIYak— ANI (@ANI) August 17, 2024ନୀରଜ କହିଛନ୍ତି, ପ୍ୟାରିସ୍ ଅଲିମ୍ପିକ୍ସ ଜାଭେଲିନ ଫାଇନାଲ୍ ସମୟରେ ମୁଁ ଶାରୀରିକ ଭାବେ ଶତପ୍ରତିଶତ ଫିଟ୍ ନଥିଲି । ସ୍ୱର୍ଣ୍ଣ ପଦକ ଜିତିଥିବା ପାକିସ୍ତାନର ଅର୍ଶଦ ନଦୀମ ବହୁତ ପରିଶ୍ରମୀ । ଫାଇନାଲ୍ ଦିନ ଆମ ମଧ୍ୟରେ କଡ଼ା ସଂଘର୍ଷ ହେବ ବୋଲି ଜାଣିଥିଲି । ମାତ୍ର ସେ ଦ୍ୱିତୀୟ ପ୍ରୟାସରେ ୯୨.୯୭ମିଟର ଫିଙ୍ଗି ଅଲିମ୍ପିକ୍ସ ରେକର୍ଡ଼ ସ୍ଥାପନ କରିବା ପରେ ଆମ ସମସ୍ତଙ୍କ ଉପରେ ଚାପ ବଢ଼ି ଯାଇଥିଲା । ମୁଁ ତାଙ୍କ ରେକର୍ଡ଼ ଭାଙ୍ଗିବି ବୋଲି ଦୃଢ଼ ମନୋବଳରେ ରହିଥିଲି । ହେଲେ ସମ୍ଭବ ହେଲା ନାହିଁ । ଦ୍ୱିତୀୟ ପ୍ରୟ
ନୂଆଦିଲ୍ଲୀ ୧୮। ୮ : ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା । ବର୍ତ୍ତମାନ ସେ ଆଗାମୀ ଲାଉସାନ୍ ଡାଏମଣ୍ଡ୍ ଲିଗ୍ରେ ଭାଗ ନେବେ। ଏନେଇ ସେ ନିଜେ ସ୍ପଷ୍ଟ କରି ଦେଇଛନ୍ତି । ଏବେ ସେ ସ୍ୱିଜରଲାଣ୍ଡ୍ ସ୍ଥିତ ମାଗଲିଙ୍ଗନ ଠାରେ କୋଚ୍ କ୍ଲାଉସ୍ ବାର୍ଟୋନିଜ୍ଙ୍କ ଅଧିନରେ ପ୍ରଶିକ୍ଷଣ ନେଉଛନ୍ତି । ଆସନ୍ତା ୨୨ ତାରିଖରେ ଲାଉସାନ୍ ଡାଏମଣ୍ଡ୍ ଲିଗ୍ ଅନୁଷ୍ଠିତ ହେବ।
#WATCH | On his plans post his Olympic stint, Neeraj Chopra says, "... I have finally decided to participate in the Lausanne Diamond League, which begins August 22." pic.twitter.com/euMxssIYak— ANI (@ANI) August 17, 2024
ନୀରଜ କହିଛନ୍ତି, ପ୍ୟାରିସ୍ ଅଲିମ୍ପିକ୍ସ ଜାଭେଲିନ ଫାଇନାଲ୍ ସମୟରେ ମୁଁ ଶାରୀରିକ ଭାବେ ଶତପ୍ରତିଶତ ଫିଟ୍ ନଥିଲି । ସ୍ୱର୍ଣ୍ଣ ପଦକ ଜିତିଥିବା ପାକିସ୍ତାନର ଅର୍ଶଦ ନଦୀମ ବହୁତ ପରିଶ୍ରମୀ । ଫାଇନାଲ୍ ଦିନ ଆମ ମଧ୍ୟରେ କଡ଼ା ସଂଘର୍ଷ ହେବ ବୋଲି ଜାଣିଥିଲି । ମାତ୍ର ସେ ଦ୍ୱିତୀୟ ପ୍ରୟାସରେ ୯୨.୯୭ମିଟର ଫିଙ୍ଗି ଅଲିମ୍ପିକ୍ସ ରେକର୍ଡ଼ ସ୍ଥାପନ କରିବା ପରେ ଆମ ସମସ୍ତଙ୍କ ଉପରେ ଚାପ ବଢ଼ି ଯାଇଥିଲା । ମୁଁ ତାଙ୍କ ରେକର୍ଡ଼ ଭାଙ୍ଗିବି ବୋଲି ଦୃଢ଼ ମନୋବଳରେ ରହିଥିଲି । ହେଲେ ସମ୍ଭବ ହେଲା ନାହିଁ ।
ଦ୍ୱିତୀୟ ପ୍ରୟାସରେ ମୁଁ ୮୯.୫୪ମିଟର ଥ୍ରୋ କରିପାରିଥିଲି । ଅଲିମ୍ପିକ୍ସ ପ୍ରଦର୍ଶନକୁ ଭୁଲି ଏବେ ଲାଉସାନ୍ ଡାଏମଣ୍ଡ ଲିଗ୍ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଲକ୍ଷ୍ୟ ରଖିଛି ।’ ସୂଚନାଯୋଗ୍ୟ, ନୀରଜ ତୃତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ କ୍ରମାନ୍ୱୟରେ ଦ୍ୱିତୀୟ ପଦକ ଜିତିଥିଲେ। ତାଙ୍କ ପୂର୍ବରୁ ରେସଲର ସୁଶୀଲ କୁମାର (୨୦୦୮, ୨୦୧୨) ଏବଂ ବ୍ୟାଡ଼ମିଣ୍ଟନ ତାରକା ପିଭି ସିନ୍ଧୁ (୨୦୧୬, ୨୦୨୦) ଏହି ସଫଳତା ଲାଭ କରିଥିଲେ ।