ଲାଞ୍ଚ ନେଇ କଂସ ମହାରାଜ ନିଲମ୍ବିତ
ବରଗଡ : ଚାକିରିରୁ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ହୃଷିକେଶ ଭୋଇ । ମହାପ୍ରୟାଣ ଗାଡ଼ି ବାବଦରେ ମୃତକଙ୍କ ପରିବାର ଠାରୁ ୩୦୦୦ ଟଙ୍କା ଲାଞ୍ଚ ନେଇ ନିଲମ୍ବିତ ହୋଇଛନ୍ତି ସରକାରୀ ଡ୍ରାଇଭର ହୃଷିକେଶ ଭୋଇ । ଯାହାକୁ ନେଇ ବିଭାଗୀୟ ତଦନ୍ତ ଚାଲିଥିଲା । ତଦନ୍ତ କମିଟିର ରିପୋର୍ଟ ଅନୁସାରେ ଡ୍ରାଇଭର ହୃଷିକେଶ ଭୋଇଙ୍କୁ ନିଲମ୍ୱିତ କରିଛନ୍ତି ବରଗଡ଼ ସିଡିଏମଓ । ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ହୃଷିକେଶ ଭୋଇଙ୍କୁ ନିଲମ୍ୱିତ କରାଯିବା […]

ବରଗଡ : ଚାକିରିରୁ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ହୃଷିକେଶ ଭୋଇ । ମହାପ୍ରୟାଣ ଗାଡ଼ି ବାବଦରେ ମୃତକଙ୍କ ପରିବାର ଠାରୁ ୩୦୦୦ ଟଙ୍କା ଲାଞ୍ଚ ନେଇ ନିଲମ୍ବିତ ହୋଇଛନ୍ତି ସରକାରୀ ଡ୍ରାଇଭର ହୃଷିକେଶ ଭୋଇ । ଯାହାକୁ ନେଇ ବିଭାଗୀୟ ତଦନ୍ତ ଚାଲିଥିଲା । ତଦନ୍ତ କମିଟିର ରିପୋର୍ଟ ଅନୁସାରେ ଡ୍ରାଇଭର ହୃଷିକେଶ ଭୋଇଙ୍କୁ ନିଲମ୍ୱିତ କରିଛନ୍ତି ବରଗଡ଼ ସିଡିଏମଓ । ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ହୃଷିକେଶ ଭୋଇଙ୍କୁ ନିଲମ୍ୱିତ କରାଯିବା ସହ ତାଙ୍କ ନାଁରେ ଭଟଲି ଥାନାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଫଆଇଆର୍ ଦିଆଯାଇଥିବା ବରଗଡ଼ ସିଡ଼ିଏମଓ କହିଛନ୍ତି ।
ସୂଚନାନୁସାରେ,ବରଗଡ଼ ଜିଲ୍ଲା ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଛନ୍ତି ହୃଷିକେଶ ଭୋଇ । ସେ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ମହାପ୍ରୟାଣ ଗାଡି ଡ୍ରାଇଭର ଭାବରେ ନିଯୁକ୍ତି ପାଇଛନ୍ତି । ଗତ ଦୁଇ ତିନି ଦିନ ତଳେ ଗାଇସିଲେଟ ବ୍ଲକ ବଡ ସାହାଜବାହାଲ ଗ୍ରାମର ମୃତ ପ୍ରହଲ୍ଲାଦ ସାହୁଙ୍କ ମୃତଦେହକୁ ଘରେ ଛାଡିବା ପାଇଁ ୩ ହଜାର ଟଙ୍କା ହୃଷିକେଶ ଭୋଇ ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ବରଗଡ଼ ସିଡିଏମଓ ନିରୁପମା ଷଡ଼ଙ୍ଗୀ ତଦନ୍ତ କରିଥିଲେ। ଯେଉଁଥିରେ ହୃଷିକେଶ ଭୋଇ ଟଙ୍କା ନେଇଥିବା ଜଣାପଡିଥିଲା। ଯାହା ପରେ ହୃଷିକେଶ ଭୋଇଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ବରଗଡ ସିଡିଏମ୍ଓ। ଏଥି ସହିତ ଭଟଲି ଥାନାରେ ହୃଷିକେଶ ଭୋଇଙ୍କ ନାମରେ ମାମଲା ରୁଜୁ କରାଯାଇଛି । କିନ୍ତୁ ଏନେଇ ହୃଷିକେଶ ଭୋଇ କହିଛନ୍ତି ସେ ଉକ୍ତ ବ୍ୟକ୍ତିଙ୍କ ଠାରୁ ୩ ହଜାର ଟଙ୍କା ଧାର ଆଣିଥିଲେ ।