ଲାଞ୍ଚ ନେଇ ଧରା ପଡିଲେ ଇଡିର ବରିଷ୍ଠ ଅଧିକାରୀ

ଭୁବନେଶ୍ବର : ଲାଞ୍ଚ ନେଇ ଧରା ପଡିଲେ ଇଡିର ବରିଷ୍ଠ ଅଧିକାରୀ । ଲାଞ୍ଚ ନେବା ଅଭିଯୋଗରେ ଭୁବନେଶ୍ବର ସିବିଆଇ ଭୁବନେଶ୍ବର ଇଡିର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ଅଟକ ରଖିଛି । ଅଟକ ଥିବା ଇଡିର ଅତିରିକ୍ତ ନିର୍ଦ୍ଦେଶକଙ୍କ ନାମ ହେଉଛି ଚିନ୍ତନ ରଘୁବଂଶୀ । ୨୦ ଲକ୍ଷ ଟଙ୍କାର ଡିଲ୍ ବେଳେ ସିବିଆଇ ତାଙ୍କୁ ରେଡ୍ ହ୍ୟାଣ୍ଡ ଧରିଛି । ଏକ ଖଣି ମାମଲାର ରଫାଦଫା କରିବା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ କରିଥିଲେ ଅତିରିକ୍ତ […]

ଲାଞ୍ଚ ନେଇ ଧରା ପଡିଲେ ଇଡିର ବରିଷ୍ଠ ଅଧିକାରୀ

ଭୁବନେଶ୍ବର : ଲାଞ୍ଚ ନେଇ ଧରା ପଡିଲେ ଇଡିର ବରିଷ୍ଠ ଅଧିକାରୀ । ଲାଞ୍ଚ ନେବା ଅଭିଯୋଗରେ ଭୁବନେଶ୍ବର ସିବିଆଇ ଭୁବନେଶ୍ବର ଇଡିର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ଅଟକ ରଖିଛି । ଅଟକ ଥିବା ଇଡିର ଅତିରିକ୍ତ ନିର୍ଦ୍ଦେଶକଙ୍କ ନାମ ହେଉଛି ଚିନ୍ତନ ରଘୁବଂଶୀ । ୨୦ ଲକ୍ଷ ଟଙ୍କାର ଡିଲ୍ ବେଳେ ସିବିଆଇ ତାଙ୍କୁ ରେଡ୍ ହ୍ୟାଣ୍ଡ ଧରିଛି । ଏକ ଖଣି ମାମଲାର ରଫାଦଫା କରିବା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ କରିଥିଲେ ଅତିରିକ୍ତ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ । ହେଲେ ଏହି ଲାଞ୍ଚ କାରାବାର କଥା ସିବିଆଇ କାନରେ ପଡିଥିଲା । ଏହା ପରେ ଚିନ୍ତନଙ୍କୁ ଗିରଫ କରିବା ପାଇଁ ସିବିଆଇ ଜାଲ ବିଛାଇଥିଲା । ଚିନ୍ତନ ରଘୁବଂଶୀଙ୍କୁ ଏବେ ଭୁବନେଶ୍ବର କାର୍ଯ୍ୟାଳୟରେ ଅଟକ ରଖାଯାଇ ଜେରା ଚାଲିଛି ।

ଭାରତରେ ଲଞ୍ଚ ହେଲା ମୋଟୋରୋଲାର ଏହି ଫୋନ୍‌: ଜବରଦସ୍ତ ଫିଚର୍‌ ସହ ଆକର୍ଷଣୀୟ ଲୁକ୍‌, ଜାଣନ୍ତୁ କେତେ ଦାମ୍‌