ଲାଞ୍ଚ ନେଇ ସହକାରୀ ଆର୍‌ଆଇ ଗିରଫ

କଟକ,୪ା୭(କାର୍ତ୍ତିକ ସାହୁ): ପୁରୀ ତହସିଲ ଅଧୀନ ଚନ୍ଦନପୁର ଆର୍‌ଆଇ ସର୍କଲର ସହକାରୀ ଆର୍‌ଆଇ ପବିତ୍ର କୁମାର କାଣ୍ଡି ଲାଞ୍ଚ ନେବା ମାମଲାରେ ଗୁରୁବାର ଗିରଫ ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କଠାରୁ ୫୧୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ। ଚାଷଜମିକୁ ବାସୋପଯୋଗୀ ଜମିଳ କିସମ ପରିବର୍ତ୍ତନ ପାଇଁ ତଦନ୍ତ ରିପୋର୍ଟ ପ୍ରଦାନ କରିବା ନିମନ୍ତେ ଏହି ଅର୍ଥ ସେ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ଦାବି କରିଥିଲେ। ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ତାଙ୍କଠାରୁ ଜବତ କରାଯାଇଛି। […] The post ଲାଞ୍ଚ ନେଇ ସହକାରୀ ଆର୍‌ଆଇ ଗିରଫ appeared first on Dharitri Odia News.

ଲାଞ୍ଚ ନେଇ ସହକାରୀ ଆର୍‌ଆଇ ଗିରଫ

କଟକ,୪ା୭(କାର୍ତ୍ତିକ ସାହୁ): ପୁରୀ ତହସିଲ ଅଧୀନ ଚନ୍ଦନପୁର ଆର୍‌ଆଇ ସର୍କଲର ସହକାରୀ ଆର୍‌ଆଇ ପବିତ୍ର କୁମାର କାଣ୍ଡି ଲାଞ୍ଚ ନେବା ମାମଲାରେ ଗୁରୁବାର ଗିରଫ ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କଠାରୁ ୫୧୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ।

ଚାଷଜମିକୁ ବାସୋପଯୋଗୀ ଜମିଳ କିସମ ପରିବର୍ତ୍ତନ ପାଇଁ ତଦନ୍ତ ରିପୋର୍ଟ ପ୍ରଦାନ କରିବା ନିମନ୍ତେ ଏହି ଅର୍ଥ ସେ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ଦାବି କରିଥିଲେ। ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ତାଙ୍କଠାରୁ ଜବତ କରାଯାଇଛି। ସାକ୍ଷୀମାନଙ୍କ ଉପସ୍ଥିତିରେ ତାଙ୍କ ବାମ ହାତ ଓ ପ୍ୟାଣ୍ଟ ପକେଟ ଧୋଇବା ପରେ ରାସାୟନିକ ପ୍ରତିକ୍ରିୟାରୁ ରଙ୍ଗ ବାହାରିଥିଲା। ଏହାପରେ ତାଙ୍କ ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ବ୍ୟାଙ୍କ କଲୋନୀସ୍ଥିତ ବାସଭବନ ଓ କାକଟପୁର ଥାନା ଫକୀରପାଟଣାସ୍ଥିତ ପୈତୃକ ଘରେ ଏକ ସମୟରେ ଚଢ଼ାଉ କରାଯାଇଥିଲା। ଅଭିଯୁକ୍ତ ଏଆର୍‌ଆଇ କାଣ୍ଡିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ଏକ ମାମଲା(ନଂ.୧୨/୨୦୨୪) ରୁଜୁ ହୋଇଛି।

The post ଲାଞ୍ଚ ନେଇ ସହକାରୀ ଆର୍‌ଆଇ ଗିରଫ appeared first on Dharitri Odia News.