ଲାଞ୍ଚ ନେଉଥିବା ବେଳେ ସୁପରଭାଇଜରଙ୍କୁ ଧରିଲା ଭିଜିଲାନ୍ସ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ମିନି ଅଙ୍ଗନବାଡି କେନ୍ଦ୍ରକୁ ଅପଗ୍ରେଡେସନ କରାଇ ଦେଇଥିବା ପ୍ରତିଶ୍ରୁତି ଦେଇ ଜଣେ ମିନି ଅଙ୍ଗନବାଡି ୱାର୍କରଙ୍କ ଠାରୁ ୫୦୦୦ ଟଙ୍କା ଲଞ୍ଚ ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ବିଭାଗ ପକ୍ଷରୁ ସୁଭରଭାଇଜରଙ୍କୁ ଧରିଛି। ଫିରିଙ୍ଗିଆ ସମ୍ୟୁନିତ ଶିଶୁ ବିକାଶ ବିଭାଗ ଅଧୀନ ଗୋଚ୍ଛାପଡ଼ା ସେକ୍ଟର ସଲାଗୁଡା ପଞ୍ଚାୟତ ମୁର୍ଜା ଗାଁରେ ଦୀର୍ଘ ଦିନ ହେବ ମିନି ଅଙ୍ଗନବାଡି କେନ୍ଦ୍ର ଚାଲିଥିଲା ଏହି ମିନି ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଭାବରେ ପ୍ରେମଶିଳା କହଁର […] The post ଲାଞ୍ଚ ନେଉଥିବା ବେଳେ ସୁପରଭାଇଜରଙ୍କୁ ଧରିଲା ଭିଜିଲାନ୍ସ appeared first on Odisha.News.

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ମିନି ଅଙ୍ଗନବାଡି କେନ୍ଦ୍ରକୁ ଅପଗ୍ରେଡେସନ କରାଇ ଦେଇଥିବା ପ୍ରତିଶ୍ରୁତି ଦେଇ ଜଣେ ମିନି ଅଙ୍ଗନବାଡି ୱାର୍କରଙ୍କ ଠାରୁ ୫୦୦୦ ଟଙ୍କା ଲଞ୍ଚ ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ବିଭାଗ ପକ୍ଷରୁ ସୁଭରଭାଇଜରଙ୍କୁ ଧରିଛି। ଫିରିଙ୍ଗିଆ ସମ୍ୟୁନିତ ଶିଶୁ ବିକାଶ ବିଭାଗ ଅଧୀନ ଗୋଚ୍ଛାପଡ଼ା ସେକ୍ଟର ସଲାଗୁଡା ପଞ୍ଚାୟତ ମୁର୍ଜା ଗାଁରେ ଦୀର୍ଘ ଦିନ ହେବ ମିନି ଅଙ୍ଗନବାଡି କେନ୍ଦ୍ର ଚାଲିଥିଲା ଏହି ମିନି ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଭାବରେ ପ୍ରେମଶିଳା କହଁର ନିଯୁକ୍ତି ପାଇଥିଲେ।ଏହି କେନ୍ଦ୍ରକୁ ମିନି କେନ୍ଦ୍ରରୁ ଅଙ୍ଗନବାଡି କେନ୍ଦ୍ର ପାଇଁ ଅଙ୍ଗନବାଡ଼ି ଅଧିନସ୍ଥ ଗ୍ରାମବାସୀ ଦାବୀ କରୁଥିଲେ। ଗତ କିଛି ଦିନ ତଳେ ଏହି କେନ୍ଦ୍ର ଅପଗ୍ରେଡେସନ ହୋଇଥିଲା। ଏହି କେନ୍ଦ୍ରକୁ ନିଜେ ଅପଗ୍ରେଡେସନ କରାଇ କହି ଅଙ୍ଗନବାଡିକର୍ମୀ ପ୍ରେମଶିଳା କହଁରଙ୍କୁ ସୁପର ଭାଇଜର ଶୈଳବାଳା ସାହୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି ତାଙ୍କର ଦରମା, ଶିଶୁ ମାନଙ୍କର ୟୁନିଫର୍ମ ଆଦି ମଧ୍ୟ ସୁପରଭାଇଜରଙ୍କ ଯୋଗୁଁ ପାଇ ପାରିଛନ୍ତି ବୋଲି କହି ଲାଞ୍ଚ ମାଗିଥିଲେ। ଫୁଲବାଣୀ ଭିଜିଲାନ୍ସ ଟିମର ଡିଏସପି ହେମନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ଫିରିଙ୍ଗିଆ ସମ୍ୱନ୍ୱୀତ ଶିଶୁ ବିକାଶ କାର୍ଯ୍ୟାଳୟ ରେ ସୁପର ଭାଇଜର ଶୈଳବାଳା ସାହୁଙ୍କ ଠାରୁ ୪ ଅଭିଯୋଗ କାରୀଙ୍କ ଠାରୁ ଲାଞ୍ଚ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାହାକୁ ଜବତ କରିଛି। ଏହି ଘଟଣାରେ ସୁପର ଭାଇଜର ଶୈଳବାଳା ସାହୁକୁ ଭିଜିଲାନ୍ସ ଟିମ ଅଟକ ରଖିଥିବା ସୂଚନା ଦେଇଛି। ଏହି ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ କେସ ନଂ ୧୨ା୨୪ରେ ଏକ ମାମଲା ରୁଜୁ କରାଯିବା ସହିତ ସୁପରଭାଇଜରଙ୍କ ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ଏକ କାଳିନ ଚଢାଉ ଜାରିରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମାମଲାର ଅଧିକ ତଦନ୍ତ ଚାଲିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ସମଗ୍ର ଫିରିଙ୍ଗିଆରେ ଆଲୋଚ୍ୟର ବିଷୟ ହୋଇଛି।
The post ଲାଞ୍ଚ ନେଉଥିବା ବେଳେ ସୁପରଭାଇଜରଙ୍କୁ ଧରିଲା ଭିଜିଲାନ୍ସ appeared first on Odisha.News.