ଲାଞ୍ଚ ନେଉଥିଲେ ଦୁଇ ବୟନଶିଳ୍ପ ଅଧିକାରୀ । ଧରା ପଡ଼ିବା ପରେ ଭୋ’ ଭୋ’ ହୋଇ କାନ୍ଦିଲେ ।

କନକ ବ୍ୟୁରୋ: କାନ୍ଦିଲେ ଲାଞ୍ଚୁଆ ଅଧିକାରୀ । ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାବୁଡ଼ରେ ପଡ଼ିଯିବା ପରେ ଅକଲ ଗୁଡୁମ୍ ହୋଇଗଲା। ବାବୁଙ୍କ କଳା କାରନାମା ପଦାକୁ ଆସିଗଲା। ଭିଜିଲାନ୍ସ ଅଧିକାରୀଙ୍କ ପାଖରେ କାନ୍ଦିଲେ ଦୁଇ ଜଣ ବୟନଶିଳ୍ପ ନିରୀକ୍ଷକ କୃଷ୍ଣଚନ୍ଦ୍ର ସାହୁ ଓ ଆଦିତ୍ କୁମାର ଦାସ । ବିରିୟାନି ଖାଇବାକୁ ଦେଇ ବାବୁଙ୍କୁ ପଚରାଉଚରା କରିଛନ୍ତି ଭିଜିଲାନ୍ସ ଅଧିକାରୀ । ବୌଦ୍ଧ ବାଉଁସୁଣି ବୌଦ୍ୟନାଥପୁର ଗଜାନନ ତନ୍ତ ସମବାୟ ସମିତିର ୧୩ ଲକ୍ଷ ୩୧ ହଜାର ଟଙ୍କାର ବିଲ୍ କରିବା ପାଇଁ ଏହି ଦୁଇ ଅଧିକାରୀ ଲାଞ୍ଚ ମାଗିଥିଲେ । ସମବାୟ ସମିତିର ସମ୍ପାଦକ ପଞ୍ଚାନନ ମେହେରଙ୍କଠାରୁ ୧୦ ହଜାର ଟଙ୍କା ନେଉଥିଲେ । ସେହି ସମୟରେ କୃଷ୍ଣଚନ୍ଦ୍ର ଓ ଆଦିତ୍‌ଙ୍କୁ ଧରିବାରେ ସଫଳ ହୋଇଛି ଭିଜିଲାନ୍ସବ । ସେମାନେ ରହୁଥିବା ଭଡା ଘରେ ମଧ୍ୟ ରେଡ୍ କରାଯାଇଛି  ।   