ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସ୍‌ଆଇ

ଲାଞ୍ଚ ନେଇ ଧରାପଡ଼ିବା ପରେ ଏଏସ୍‌ଆଇ ଅନୀଲ କୁମାର ନାୟକଙ୍କ ସରକାରୀ ଘର ଓ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସ୍‌ଆଇ

ଲାଞ୍ଚ ନେବା ବେଳେ ଜଣେ ପୁଲିସ୍ ଏଏସ୍‌ଆଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନାଁ ଅନୀଲ କୁମାର ନାୟକ। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

ଜୟପୁର ଟାଉନ ଥାନାରେ କାର୍ଯ୍ୟ କରୁଥିବା ଏଏସ୍‌ଆଇ ଅନୀଲ କୁମାର ନାୟକ ଆଜି ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଧରା ଯାଇଥିବା ଗାଡ଼ି ଛାଡ଼ିବା ପାଇଁ ସେ ଲାଞ୍ଚ ନେଉଥିଲେ।

ଲାଞ୍ଚ ନେଇ ଧରାପଡ଼ିବା ପରେ ଏଏସ୍‌ଆଇ ଅନୀଲ କୁମାର ନାୟକଙ୍କ ସରକାରୀ ଘର ଓ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।