ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ

୧୦ ଟଙ୍କା ସହ ଏଆରଆଇ ରେଶମା ମାଝୀ ଓ ମଧ୍ୟସ୍ଥି ମଣ୍ଟୁ ନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ

ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ବେଲଗାଁର ଏଆରଆଇ ରେଶମା ମାଝୀଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଶିଶକେଲା ଗାଁର ବାସୁଦେବ ନନ୍ଦ ନିଜ ଜମିରେ କାଗଜପତ୍ର କାମ କରିବା ପାଇଁ ଏଆରଆଇଙ୍କ ନିକଟରେ ଦରଖାସ୍ତ କରିଥିଲେ। ସେହି ବାବଦକୁ ରେଶମା ମାଝୀ ୧୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ବାସୁଦେବ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଥିଲେ।

ମଧ୍ୟସ୍ଥି ମଣ୍ଟୁ ନନ୍ଦଙ୍କ ଜରିଆରେ ଅଫିସ ଭିତରେ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ଏଆରଆଇ ରେଶମା ମାଝୀ। ଜବତ ବେଳେ ନଗଦ ୧୦ ଟଙ୍କା ସହ ଏଆରଆଇ ରେଶମା ମାଝୀ ଓ ମଧ୍ୟସ୍ଥି ମଣ୍ଟୁ ନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ଚଢ଼ାଉରେ ବଲାଙ୍ଗିର, ସୋନପୁର, ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ ସାମିଲ ଥିଲେ।