ଲାଞ୍ଚ ମାମଲା: ଭିଜିଲାନ୍ସ କୋର୍ଟରେ ଡାକ୍ତର ଦଣ୍ଡିତ

କଟକ,୧୭।୧ (କାର୍ତ୍ତିକ ସାହୁ): ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଯାଜପୁର ଜିଲା ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡା. କରୁଣାକର ରାଉତ କଟକ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ଭିଜିଲାନ୍ସ ସ୍ପେଶାଲ ଜଜ୍‌ ମଙ୍ଗଳବାର ମାମଲାର ରାୟ ପ୍ରକାଶ କରି ଡା. ରାଉତଙ୍କୁ ୨ ବର୍ଷ ଜେଲଦଣ୍ଡ ସହ ୧୦,୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି […] The post ଲାଞ୍ଚ ମାମଲା: ଭିଜିଲାନ୍ସ କୋର୍ଟରେ ଡାକ୍ତର ଦଣ୍ଡିତ appeared first on Dharitri Odia News.

ଲାଞ୍ଚ ମାମଲା: ଭିଜିଲାନ୍ସ କୋର୍ଟରେ ଡାକ୍ତର ଦଣ୍ଡିତ

କଟକ,୧୭।୧ (କାର୍ତ୍ତିକ ସାହୁ): ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଯାଜପୁର ଜିଲା ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡା. କରୁଣାକର ରାଉତ କଟକ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ଭିଜିଲାନ୍ସ ସ୍ପେଶାଲ ଜଜ୍‌ ମଙ୍ଗଳବାର ମାମଲାର ରାୟ ପ୍ରକାଶ କରି ଡା. ରାଉତଙ୍କୁ ୨ ବର୍ଷ ଜେଲଦଣ୍ଡ ସହ ୧୦,୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଆଦେଶ ରହିଛି। ଡା. ରାଉତ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବାବେଳେ ଜଣେ ଠିକା ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ଲାଞ୍ଚ ଦାବି କରିବା ସହ ଗ୍ରହଣ କରିଥିଲେ। ଠିକା ସ୍ବାସ୍ଥ୍ୟକର୍ମୀ ଜଣଙ୍କ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ଟିମ୍‌ର ତଦାରଖବେଳେ ଅନୁପସ୍ଥିତ ଥିବାରୁ କାର୍ଯ୍ୟାନୁଷ୍ଠାନ ନେବାକୁ ମେଡିକାଲ ଅଫିସର ଡା. ରାଉତ କହିଥିଲେ। କଟକ ଡିଭିଜନ୍‌ର ପୂର୍ବତନ ଡିଏସ୍‌ପି ଭରତ ଚନ୍ଦ୍ର ସେଠୀ ମାମଲାର ତଦନ୍ତ କରିଥିଲେ। ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ସର୍ବେଶ୍ୱର ବାରିକ ଓ ଆଡିସିନାଲ ପବ୍ଲିକ ପ୍ରସିକ୍ୟୁଟର ଦୀପକ କୁମାର ସ୍ବାଇଁ ମାମଲା ପରିଚାଳନା କରୁଥିଲେ। ଡା. ରାଉତ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବାରୁ ତାଙ୍କୁ ଚାକିରିରୁ ବରଖାସ୍ତ କରିବା ନିମନ୍ତେ ଭିଜିଲାନ୍ସ ଉପଯୁକ୍ତ ଅଧିକାରୀଙ୍କ ନିକଟକୁ ଯିବ ବୋଲି ଭିଜିଲାନ୍ସ ପକ୍ଷରୁ ଜାରି ପ୍ରେସ୍‌ ଇସ୍ତାହାରରେ ସୂଚନା ଦିଆଯାଇଛି।

The post ଲାଞ୍ଚ ମାମଲା: ଭିଜିଲାନ୍ସ କୋର୍ଟରେ ଡାକ୍ତର ଦଣ୍ଡିତ appeared first on Dharitri Odia News.