ଲାଞ୍ଚ ମାମଲାରେ ଡାକ୍ତରଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ,୨୮।୩(ରାକେଶ କୁମାର ରାଉତ): ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଶୁକ୍ରବାର ଏକ ଲାଞ୍ଚ କାରବାର ମାମଲାରେ ଜଣେ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ଜରିମାନା ମଧ୍ୟ କରାଯାଇଛି। ସେ ହେଲେ କନ୍ଧମାଳ ଜିଲା ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ନିଶିଥ ନିଶାନ୍ତ ମାଲୁ। ବର୍ତ୍ତମାନ ସେ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ମେଡିକାଲ ଅଫିସର ଅଛନ୍ତି। […] The post ଲାଞ୍ଚ ମାମଲାରେ ଡାକ୍ତରଙ୍କୁ ୩ ବର୍ଷ ଜେଲ appeared first on Dharitri Odia News.

ଲାଞ୍ଚ ମାମଲାରେ ଡାକ୍ତରଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ,୨୮।୩(ରାକେଶ କୁମାର ରାଉତ): ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଶୁକ୍ରବାର ଏକ ଲାଞ୍ଚ କାରବାର ମାମଲାରେ ଜଣେ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ଜରିମାନା ମଧ୍ୟ କରାଯାଇଛି। ସେ ହେଲେ କନ୍ଧମାଳ ଜିଲା ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ନିଶିଥ ନିଶାନ୍ତ ମାଲୁ। ବର୍ତ୍ତମାନ ସେ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ମେଡିକାଲ ଅଫିସର ଅଛନ୍ତି।

ମିଳିଥିବା ସୁଚନା ଅନୁସାରେ, ୨୦୨୧ରେ ଜଣେ ପୁରୁଷ ସ୍ବାସ୍ଥ୍ୟ କର୍ମୀଙ୍କ ବିଭିନ୍ନ କାର୍ଯ୍ୟ ବାବଦ ବିଲ ପାସ କରି ଦେବା ପାଇଁ ଡା.ମାଲୁ ୭୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇଞ୍‌ ସ୍ବାସ୍ଥ୍ୟକର୍ମୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ବିଭାଗ ଯୋଜନା ଅନୁସାରେ ଲାଞ୍ଚ ନେଉଥିବା ବେଳେ ଡା.ମାଲୁଙ୍କୁ ଗିରଫ କରିଥିଲା। ଏ ନେଇ ଭିଜିଲାନ୍ସ ପକ୍ଷରୁ ୭/୨୧ରେ ମାମଲା ରୁଜୁ ହୋଇଥିଲା।

 

 

 

 

The post ଲାଞ୍ଚ ମାମଲାରେ ଡାକ୍ତରଙ୍କୁ ୩ ବର୍ଷ ଜେଲ appeared first on Dharitri Odia News.