ଲାଞ୍ଜିଗଡରୋଡ଼ଠାରେ ବିଜେଡିର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ
କଳାହାଣ୍ଡି, ୨୬/୦୪-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡଠାରେ ଆଜି ସନ୍ଧ୍ୟାରେ ବିଜେଡିର ପଂଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଆହ୍ୱାନ ଦେବା ସହିତ ନିଜ ପାଇଁ ଭୋଟ ଭିକ୍ଷା କରିଥିଲେ। ଏହାସହିତ ବହୁ ସଂଖ୍ୟାରେ ଯୁବବର୍ଗ ଏହି ସମ୍ମିଳନୀରେ […] The post ଲାଞ୍ଜିଗଡରୋଡ଼ଠାରେ ବିଜେଡିର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ appeared first on Odisha.News.

କଳାହାଣ୍ଡି, ୨୬/୦୪-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡଠାରେ ଆଜି ସନ୍ଧ୍ୟାରେ ବିଜେଡିର ପଂଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଆହ୍ୱାନ ଦେବା ସହିତ ନିଜ ପାଇଁ ଭୋଟ ଭିକ୍ଷା କରିଥିଲେ। ଏହାସହିତ ବହୁ ସଂଖ୍ୟାରେ ଯୁବବର୍ଗ ଏହି ସମ୍ମିଳନୀରେ ସାମିଲ ହେବା ବିଜେଡି ପ୍ରତି ଯୁବବର୍ଗଙ୍କ ଆସ୍ଥା ଓ ବିଶ୍ୱାସକୁ ପ୍ରମାଣିତ କରୁଛି ବୋଲି କହିବା ସହିତ ଯୁବପିଢ଼ି ନବୀନ ଓଡ଼ିଶାର ସାରଥୀ ହେବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ବିଜେଡି ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସୌରଭ ପାତ୍ର, ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଡିଲେଶ କୁମାର ନାଗ, କଦମ୍ବଗୁଡା ସରପଞ୍ଚ ସନ୍ତୋଷ ମାଝୀଙ୍କ ସମେତ ବରିଷ୍ଠ ବିଜେଡି କର୍ମୀ ବିଦ୍ୟା ମାଝୀ, ନାଭି ଗହୀର, ବାବୁଲାଲ ମହାନନ୍ଦ, ସେନାପତି ରଣା, ନାଭା ଗହୀର, ରୋଶନଲାଲ ବର୍ମା, ବିରଞ୍ଚି ପ୍ରଧାନୀ ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ ଲାଞ୍ଜିଗଡ ରୋଡ଼ ପଂଚାୟତର ବିଭିନ୍ନ ଗାଁରୁ ଦୁଇଶହରୁ ଅଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ। ସେହିପରି ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ୪୦ରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ଦଳରେ ସାମିଲ ହୋଇଥିଲେ।
The post ଲାଞ୍ଜିଗଡରୋଡ଼ଠାରେ ବିଜେଡିର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ appeared first on Odisha.News.