ଲାଦରପାଲି ଦ୍ଵିତୀୟ ତମ କ୍ରିକେଟ ଲିଗ ଉତଘାଟିତ 

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନଏସି ଅନ୍ତର୍ଗତ ଲାଦରପାଲି ଖେଳ ପଡିଆରେ ଲାଦରପାଲି କ୍ରିକେଟ ଏସୋସିଏସନ ପକ୍ଷରୁ ଆୟୋଜିତ ଦ୍ଵିତୀୟ ତମ କ୍ରିକେଟ ଲିଗ କୁ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଓ ଅବସରପ୍ରାପ୍ତ ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ଧ୍ରୁବରାଜ ପୋଢ଼ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉତଘାଟନ କରିଥିଲେ। ସମସ୍ତ ଖେଳାଳି ମାନଙ୍କ ଉପସ୍ଥିତି ରେ ଥାନା ଅଧିକାରୀ ଙ୍କ ଛକା  ମାଡ଼  ଖେଳାଳି ମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଭରିଥିଲ। ପ୍ରଥମ ମ୍ୟାଚଟି […]

ଲାଦରପାଲି ଦ୍ଵିତୀୟ ତମ କ୍ରିକେଟ ଲିଗ ଉତଘାଟିତ 
ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନଏସି ଅନ୍ତର୍ଗତ ଲାଦରପାଲି ଖେଳ ପଡିଆରେ ଲାଦରପାଲି କ୍ରିକେଟ ଏସୋସିଏସନ ପକ୍ଷରୁ ଆୟୋଜିତ ଦ୍ଵିତୀୟ ତମ କ୍ରିକେଟ ଲିଗ କୁ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଓ ଅବସରପ୍ରାପ୍ତ ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ଧ୍ରୁବରାଜ ପୋଢ଼ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉତଘାଟନ କରିଥିଲେ। ସମସ୍ତ ଖେଳାଳି ମାନଙ୍କ ଉପସ୍ଥିତି ରେ ଥାନା ଅଧିକାରୀ ଙ୍କ ଛକା  ମାଡ଼  ଖେଳାଳି ମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଭରିଥିଲ।
ପ୍ରଥମ ମ୍ୟାଚଟି ଏଭେଞ୍ଜର ଓ ପେନ୍ଥର ୧୧ ମଧ୍ୟରେ ହୋଇଥିଲା । ଏଥିରେ ପେନ୍ଥର ୧୧ ନିର୍ଦ୍ଧାରିତ ୧୦ ଓଭର ରେ ୬ ୱିକେଟ ବିନିମୟରେ ୧୦୪ ରନ ସଂଗ୍ରହ କରିଥିଲା ।ଟା ବିପକ୍ଷରେ ଏଭେଞ୍ଜର ଦଳ ୫ ୱିକେଟ ହରାଇ ୧୦୯ ରନ କରି ବିଜୟୀ ହୋଇଥିଲା।  ଦ୍ଵିତୀୟ ମ୍ୟାଚଟି କିଙ୍ଗସ ୧୧ ଓ ଗୋଲଡେନ ଇଗଲ  ହୋଇଥିବା ମ୍ୟାଚ୍ ରେ କିଙ୍ଗସ୍ ୧୧ ରୋମାଂଚକ ଢଙ୍ଗରେ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚଟି ମାଭେରିକସ ଓ ବ୍ଲେଣ୍ଡରସ ୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ଶିକ୍ଷକ ପ୍ରଦୀପ୍ତ ଦାଶ ଓ ମନୋହର ବାଗ ଖେଳ ପରିଚାଳନା କରିଥିଲେ।ବ୍ରଜବନ୍ଧୁ ଲୁହା ଓ ପ୍ରୀତମ ବାଗ ମଞ୍ଚ ପରିଚାଳନା କରିଥିଲେ।ଏହି କ୍ରିକେଟ ଲିଗରେ ପ୍ରତିଦିନ ୬ଟି ଦଳକୁ ନେଇ ୩ଟି ମ୍ୟାଚ ହେବା ସହ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ହେବାର ଅଛି ବୋଲି ଏସୋସିଏସନ ପକ୍ଷରୁ ଜଣାପଡିଛି।ଏସୋସିଏସନର ସମସ୍ତ ସଦସ୍ୟଙ୍କ ସହଯୋଗ ରହିଥିଲା।ଦର୍ଶକଙ୍କ ସମାଗମ ରହିଥିଲା।