ଲାରାଙ୍କ ଭବିଷ୍ୟବାଣୀ, ଏହି ୨ ଭାରତୀୟଙ୍କ ମଧ୍ୟରୁ ଯେ କେହି ଭାଙ୍ଗିପାରେ ୪ଶହ ରନ୍‌ର ରେକର୍ଡ

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ଗସ୍ତରେ ଅଛି। ଭାରତୀୟ ଦଳ ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ୫ଟି ଟି -୨୦ ମ୍ୟାଚ ଖେଳିଛନ୍ତି। ଏବେ ଭେଟେରାନ ୱେଷ୍ଟଇଣ୍ଡିଜ କ୍ରିକେଟର ବ୍ରାଏନ ଲାରା ଏକ ବଡ ଦାବି କରିଛନ୍ତି। ସେ ଏମିତି ଦୁଇ ଖେଳାଳିଙ୍କ କଥା କହିଛନ୍ତି ଯିଏ ଟେଷ୍ଟରେ ୪୦୦ ରନ ରେକର୍ଡ ଭାଙ୍ଗି ପାରିବେ ବୋଲି ଲାରା ଅନୁମାନ କରିଛନ୍ତି। ସବୁଠାରୁ ଭଲ କଥା ହେଉଛି ଏଥିପାଇଁ ସେମାନେ ୨ ଜଣ ଭାରତୀୟଙ୍କୁ ବାଛିଛନ୍ତ। […] The post ଲାରାଙ୍କ ଭବିଷ୍ୟବାଣୀ, ଏହି ୨ ଭାରତୀୟଙ୍କ ମଧ୍ୟରୁ ଯେ କେହି ଭାଙ୍ଗିପାରେ ୪ଶହ ରନ୍‌ର ରେକର୍ଡ appeared first on Dharitri Odia News.

ଲାରାଙ୍କ ଭବିଷ୍ୟବାଣୀ, ଏହି ୨ ଭାରତୀୟଙ୍କ ମଧ୍ୟରୁ ଯେ କେହି ଭାଙ୍ଗିପାରେ ୪ଶହ ରନ୍‌ର ରେକର୍ଡ

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ଗସ୍ତରେ ଅଛି। ଭାରତୀୟ ଦଳ ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ୫ଟି ଟି -୨୦ ମ୍ୟାଚ ଖେଳିଛନ୍ତି। ଏବେ ଭେଟେରାନ ୱେଷ୍ଟଇଣ୍ଡିଜ କ୍ରିକେଟର ବ୍ରାଏନ ଲାରା ଏକ ବଡ ଦାବି କରିଛନ୍ତି। ସେ ଏମିତି ଦୁଇ ଖେଳାଳିଙ୍କ କଥା କହିଛନ୍ତି ଯିଏ ଟେଷ୍ଟରେ ୪୦୦ ରନ ରେକର୍ଡ ଭାଙ୍ଗି ପାରିବେ ବୋଲି ଲାରା ଅନୁମାନ କରିଛନ୍ତି। ସବୁଠାରୁ ଭଲ କଥା ହେଉଛି ଏଥିପାଇଁ ସେମାନେ ୨ ଜଣ ଭାରତୀୟଙ୍କୁ ବାଛିଛନ୍ତ। ଲାରା ୧୨ ଏପ୍ରିଲ ୨୦୦୪ରେ ଇଂଲଣ୍ଡ ବିପକ୍ଷରେ ୪୦୦* ରନ ଇନିଂସ ଖେଳି ରେକର୍ଡ କରିଥିଲେ। ତେବେ ଏହି ରେକର୍ଡ ଅବିସ୍ମରଣୀୟ। ତାଙ୍କ ରେକର୍ଡ ବିଷୟରେ ଲାରା କହିଛନ୍ତି ଯେ ବିରେନ୍ଦ୍ର ସେହୱାଗ, କ୍ରିସ ଗେଲ, ସନଥ ଜୟସୁରିଆଙ୍କ ପରି ଅନେକ କିମ୍ବଦନ୍ତୀ ତାଙ୍କ ରେକର୍ଡକୁ ଚ୍ୟାଲେଞ୍ଜ କରିଛନ୍ତି। ଡେଲି ମେଲ ସହିତ କଥାବାର୍ତ୍ତା କରି ଲାରା କହିଛନ୍ତି, ‘ମୋ ସମୟରେ ଏପରି ଖେଳାଳି ଥିଲେ ଯେଉଁମାନେ ଏହି ରେକର୍ଡକୁ ଚ୍ୟାଲେଞ୍ଜ କରିଥିଲେ କିମ୍ବା ଅନ୍ତତଃ ୩୦୦ ଅତିକ୍ରମ କରିଥିଲେ। ଏମାନଙ୍କ ମଧ୍ୟରେ ବିରେନ୍ଦ୍ର ସେହୱାଗ, କ୍ରିସ ଗେଲ, ଇନଜାମାମ-ଉଲ-ହକ, ସନଥ ଜୟସୁରିଆ ଅଛନ୍ତି। ସେମାନେ ସମସ୍ତେ ଅତ୍ୟଧିକ ଆକ୍ରମଣାତ୍ମକ ଖେଳାଳି ଥିଲେ। ଭବିଷ୍ୟତରେ ତାଙ୍କ ରେକର୍ଡ ଭାଙ୍ଗିବାକୁ ସେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜ୍ୟାକ କ୍ରାଉଲି, ହ୍ୟାରି ବ୍ରୁକ ଏବଂ ଭାରତୀୟ କ୍ରିକେଟର ଶୁବମନ ଗିଲ ଏବଂ ଯଶସ୍ବୀ ଜୟସୱାଲଙ୍କୁ ପ୍ରତିଯୋଗୀ ଭାବରେ ବର୍ଣ୍ଣନା କରିଛନ୍ତି।

The post ଲାରାଙ୍କ ଭବିଷ୍ୟବାଣୀ, ଏହି ୨ ଭାରତୀୟଙ୍କ ମଧ୍ୟରୁ ଯେ କେହି ଭାଙ୍ଗିପାରେ ୪ଶହ ରନ୍‌ର ରେକର୍ଡ appeared first on Dharitri Odia News.