ଲାଲା ଲଜପତ ରାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ଡେସ୍କ: ଅଲ ଇଣ୍ଡିଆ ଟ୍ରେଡ ୟୁନିୟନ କଂଗ୍ରେସ – ଏଆଇଟିୟୁସିର ପ୍ରତିଷ୍ଠାତା ଅଧ୍ୟକ୍ଷ ଲାଲା ଲଜପତ ରାୟଙ୍କ ପ୍ରତିମୂର୍ତ୍ତି ଆଜି ତାଙ୍କ ଜନ୍ମଜୟନ୍ତୀ ଅବସରରେ ଉନ୍ମୋଚିତ ହୋଇଛି। ଏହି ପ୍ରତିମୂର୍ତ୍ତିକୁ ଏଆଇଟିୟୁସିର ସାଧାରଣ ସମ୍ପାଦକ ଅମରଜିତ କୌର ଉନ୍ମୋଚନ କରିଛନ୍ତି। ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ପରେ ଅମରଜିତ କୌର ଏବଂ ଲାଲା ଲଜପତ ରାୟଙ୍କ ନାତୁଣୀ ଅନୀତା ଗୋୟଲ ଏଆଇଟିୟୁସି ପ୍ରାଙ୍ଗଣରେ ଚାରା ରୋପଣ କରିଥିଲେ। ଏହି ଚାରାକୁ ଭାରତୀୟ ପିପୁଲ୍ସ ଥିଏଟର ଆସୋସିଏସନ ଦ୍ୱାରା […]

ଡେସ୍କ: ଅଲ ଇଣ୍ଡିଆ ଟ୍ରେଡ ୟୁନିୟନ କଂଗ୍ରେସ – ଏଆଇଟିୟୁସିର ପ୍ରତିଷ୍ଠାତା ଅଧ୍ୟକ୍ଷ ଲାଲା ଲଜପତ ରାୟଙ୍କ ପ୍ରତିମୂର୍ତ୍ତି ଆଜି ତାଙ୍କ ଜନ୍ମଜୟନ୍ତୀ ଅବସରରେ ଉନ୍ମୋଚିତ ହୋଇଛି। ଏହି ପ୍ରତିମୂର୍ତ୍ତିକୁ ଏଆଇଟିୟୁସିର ସାଧାରଣ ସମ୍ପାଦକ ଅମରଜିତ କୌର ଉନ୍ମୋଚନ କରିଛନ୍ତି। ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ପରେ ଅମରଜିତ କୌର ଏବଂ ଲାଲା ଲଜପତ ରାୟଙ୍କ ନାତୁଣୀ ଅନୀତା ଗୋୟଲ ଏଆଇଟିୟୁସି ପ୍ରାଙ୍ଗଣରେ ଚାରା ରୋପଣ କରିଥିଲେ। ଏହି ଚାରାକୁ ଭାରତୀୟ ପିପୁଲ୍ସ ଥିଏଟର ଆସୋସିଏସନ ଦ୍ୱାରା ଦେଶର ୫୦ ଜଣ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଗ୍ରାମରୁ ସଂଗୃହିତ ମାଟିରେ ରୋପଣ କରାଯାଇଥିଲା। ଏହି ଅବସରରେ ଶ୍ରୀମତୀ କୌର କହିଛନ୍ତି ଯେ ଲାଲା ଲଜପତ ରାୟ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ ଦେଇଛନ୍ତି ଏବଂ ଅତ୍ୟାଚାରୀ ସାମ୍ରାଜ୍ୟବାଦୀ ତଥା ପୁଞ୍ଜିପତିଙ୍କ ବିରୁଦ୍ଧରେ ଶ୍ରମିକ ଶ୍ରେଣୀ ସହିତ ଠିଆ ହୋଇ ଭାରତୀୟ ଲୋକଙ୍କ ଆକାଂକ୍ଷା ପୂରଣ କରିବାକୁ ଏକ ସ୍ୱାଧୀନ ଭାରତର ସ୍ୱପ୍ନ ଦେଖିଥିଲେ।