ଲାଲୁଙ୍କୁ ଶାହା ଦେଲେ ଏମିତି ଚେତାବନୀ

ପାଟନା,୯ା୩: ବିହାରରେ ନୂଆ ଏନ୍‌ଡିଏ ସରକାର ଗଠନ ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ପାଟନାରେ ପହଞ୍ଚିଛନ୍ତି। ଶନିବାର ପାଟନା ନିକଟ ପାଲିଗଞ୍ଜରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଶାହା କହିଛନ୍ତି, ମୁଁ ବିହାରବାସୀଙ୍କୁ ମୋର ହୃଦୟରୁ ଧନ୍ୟବାଦ ଦେଉଛି, କାରଣ ଯେତେବେଳେ ବି ଆମେ ଆସିବୁ, ବିହାରର ଲୋକମାନେ ଆମ ବ୍ୟାଗ୍‌କୁ ଫୁଳରେ ଭରି ଦିଅନ୍ତି। ୨୦୧୪ରେ ବିହାର ୩୧ଟି ସିଟ୍‌ ଦେଇଥିଲା, ୨୦୧୯ରେ ୩୯ଟି ସିଟ୍‌ ଦେଇଥିଲା […] The post ଲାଲୁଙ୍କୁ ଶାହା ଦେଲେ ଏମିତି ଚେତାବନୀ appeared first on Dharitri Odia News.

ଲାଲୁଙ୍କୁ ଶାହା ଦେଲେ ଏମିତି ଚେତାବନୀ

ପାଟନା,୯ା୩: ବିହାରରେ ନୂଆ ଏନ୍‌ଡିଏ ସରକାର ଗଠନ ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ପାଟନାରେ ପହଞ୍ଚିଛନ୍ତି। ଶନିବାର ପାଟନା ନିକଟ ପାଲିଗଞ୍ଜରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଶାହା କହିଛନ୍ତି, ମୁଁ ବିହାରବାସୀଙ୍କୁ ମୋର ହୃଦୟରୁ ଧନ୍ୟବାଦ ଦେଉଛି, କାରଣ ଯେତେବେଳେ ବି ଆମେ ଆସିବୁ, ବିହାରର ଲୋକମାନେ ଆମ ବ୍ୟାଗ୍‌କୁ ଫୁଳରେ ଭରି ଦିଅନ୍ତି। ୨୦୧୪ରେ ବିହାର ୩୧ଟି ସିଟ୍‌ ଦେଇଥିଲା, ୨୦୧୯ରେ ୩୯ଟି ସିଟ୍‌ ଦେଇଥିଲା ଏବଂ ୨୦୨୪ରେ ବିହାରର ଲୋକମାନେ ୪୦ଟି ସିଟ୍‌ ଏନ୍‌ଡିଏ ଆକାଉଣ୍ଟରେ ରଖିବା ପାଇଁ କାର୍ଯ୍ୟ କରିବେ। ସେ କହିଛନ୍ତି, କର୍ପୂରୀ ଠାକୁରଙ୍କୁ ଭାରତରତ୍ନ ପୁରସ୍କାର ଦେବା ପାଇଁ କଂଗ୍ରେସ କୌଣସି ଉଦ୍ୟମ କରିନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କର୍ପୂରୀ ଠାକୁରଙ୍କୁ ଭାରତରତ୍ନରେ ସମ୍ମାନିତ କରିଛନ୍ତି। କଂଗ୍ରେସ-ଆରଜେଡି କେବଳ ସେମାନଙ୍କ ପରିବାର ପ୍ରତି ଧ୍ୟାନ ଦେଇଛନ୍ତି, ଲାଲୁ ଯାଦବ କର୍ପୂରୀଙ୍କୁ କେବେବି ସମ୍ମାନ ଦେଇ ନ ଥିଲେ।

ଶାହା ଆହୁରି ମଧ୍ୟ କହିଛନ୍ତି, ଲାଲୁ ଜୀ ପଛୁଆ ଲୋକଙ୍କ ପ୍ରତି କଦାପି ଭଲ କାମ କରିପାରିବେ ନାହିଁ, ହଁ ସେ ଗରିବ ଏବଂ ପଛୁଆ ଲୋକଙ୍କ ଜମି ନେଇ ପାରିବେ। ମୁଁ ଲାଲୁ ଯାଦବଙ୍କ ଦଳକୁ ଚେତାବନୀ ଦେବାକୁ ଚାହୁଁଛି ଯେ, ବିହାରର ଗରିବ ଲୋକଙ୍କ ଜମି ନେଇଥିବା ଲୋକଙ୍କ ବିରୋଧରେ ଏକ ସ୍ବତନ୍ତ୍ର କମିଟି ଗଠନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁମାନେ ଗରିବଙ୍କ ଜମି ଦଖଲ କରିବେ, ସେମାନେ ଆଉ ରକ୍ଷା ପାଇବେ ନାହିଁ। ଆମର ଡବଲ ଇଞ୍ଜିନ ସରକାର ଏକ କମିଟି ଗଠନ କରିବେ ଏବଂ ଯେଉଁମାନେ ଗରିବଙ୍କ ଜମି ଦଖଲ କରିଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସେମାନଙ୍କୁ ଜେଲରେ ରଖିବା ପାଇଁ କାର୍ଯ୍ୟ କରାଯିବ।

The post ଲାଲୁଙ୍କୁ ଶାହା ଦେଲେ ଏମିତି ଚେତାବନୀ appeared first on Dharitri Odia News.