ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ; ଫଟୋ ଭାଇରାଲ

ଦେବୀ ୧୦୫ ନାମକ ଏକ ଇନଷ୍ଟା ଆଇଡିରେ ଏହି ଷ୍ଟାଟସ୍  ଦିଆଯାଇଥିଲା।

ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ; ଫଟୋ ଭାଇରାଲ

ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ। ଏଭଳି ଏକ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଦେବୀ ୧୦୫ ନାମକ ଏକ ଇନଷ୍ଟା ଆଇଡିରେ ଏହି ଷ୍ଟାଟସ୍  ଦିଆଯାଇଥିଲା। ଉକ୍ତ ଯୁବକ ଜଣଙ୍କ ହେଲେ ଦେବୀ ପ୍ରସାଦ ଦାସ। 

ଫଟୋରେ ଦେବୀ ଲିଙ୍ଗରାଜଙ୍କ ମନ୍ଦିର ରୋଷଘର ପାଖରେ ଛିଡ଼ା ହୋଇ ସିଗାରେଟ ଟାଣୁଛନ୍ତି। ଅନ୍ୟ ଜଣେ କେହି ତାଙ୍କ ଫଟୋ ଉତ୍ତୋଳନ କରିଥିବା ଫଟୋରୁ ଜଣାପଡ଼ୁଛି। 

ସୋଶାଲ ମିଡିଆରେ ଏହି ଫଟୋ ଅପଲୋଡ୍ ହେବା ପରେ ଅନେକ ୟୁଜର ପ୍ରତିକ୍ରିୟା ରଖିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି କି ନାହିଁ ଜଣାପଡ଼ି ନାହିଁ। ତେବେ ଫଟୋଟି କେବେକାର ତାହା ଜଣାପଡ଼ିନାହିଁ।