ଲିଟିଲ ଫ୍ଲାୱାର ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ସଦର ଧୋବାବାହାଲି ସ୍ଥିତ ଲିଟିଲ ଫ୍ଲାୱାର୍ ଇଣ୍ଟେରନେସନାଲ ସ୍କୁଲ ଠାରେ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ବିଦ୍ୟାଳୟର ନିର୍ଦେଶକ ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ବିଜ୍ଞାନ ମେଳା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ଏଥିରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରକାର ବିଜ୍ଞାନ ପ୍ରକଳ୍ପ ଆଣି ନିଜ ନିଜ ପ୍ରକଳ୍ପକୁ ପରିବେଷଣ କରିଥିଲେ। ସମସ୍ତ ଶିଶୁ […] The post ଲିଟିଲ ଫ୍ଲାୱାର ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ସଦର ଧୋବାବାହାଲି ସ୍ଥିତ ଲିଟିଲ ଫ୍ଲାୱାର୍ ଇଣ୍ଟେରନେସନାଲ ସ୍କୁଲ ଠାରେ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ବିଦ୍ୟାଳୟର ନିର୍ଦେଶକ ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ବିଜ୍ଞାନ ମେଳା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ଏଥିରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ
ବିଭିନ୍ନ ପ୍ରକାର ବିଜ୍ଞାନ ପ୍ରକଳ୍ପ ଆଣି ନିଜ ନିଜ ପ୍ରକଳ୍ପକୁ ପରିବେଷଣ କରିଥିଲେ। ସମସ୍ତ ଶିଶୁ ଙ୍କ ଅଭିଭାବକ ମାନେ ମଧ୍ୟ ବହୁତ ସଂଖ୍ୟାରେ ଯୋଗ ଦେଇ ଉଲ୍ଲାସ ସହିତ ସମସ୍ତ ପ୍ରକଳ୍ପ ଉପଭୋଗ କରିଥିଲେ। ଏଥିରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ନିଶା, ପାୟଲ, ଚନ୍ଦ୍ରକାନ୍ତି, ବୈଶାଳୀ, ସୌଦାମିନୀ, ସୁଦାମ, ରବିଶଙ୍କର ପ୍ରମୁଖ ଉପସ୍ଥିତ ଥିବା ବେଳେ ଶିକ୍ଷକ ଓ ଅଭିଭାବକ ମାନଙ୍କର ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
The post ଲିଟିଲ ଫ୍ଲାୱାର ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ appeared first on Odisha.News.