ଲିଡ୍ସରେ ପନ୍ତଙ୍କ ଦମଦାର ଶତକ, ଧୋନୀଙ୍କୁ ପଛରେ ପକାଇ ହେଲେ ନମ୍ବର ଓ୍ଵାନ ଓ୍ଵିକେଟ୍ କିପର

ଲିଡ୍ସ: ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଦ୍ଵିତୀୟ ଦିନରେ ଋଷଭ ପନ୍ତଙ୍କ ବ୍ୟାଟ୍ ଗର୍ଜି ଉଠିଛି। ପନ୍ତ ଦମଦାର ବ୍ୟାଟିଂ କରି ଶତକ ଅର୍ଜନ କରିଛନ୍ତି। ଶତକ ହାସଲ କରିବା ସହ ପନ୍ତ ଏକ ଐତିହାସିକ ରେକର୍ଡ ନିଜ ନାଁରେ କରିଛନ୍ତି। ସେ ଟେଷ୍ଟରେ ଭାରତୀୟ ଓ୍ଵିକେଟ୍ କିପର ଭାବେ  ସର୍ବାଧିକ ଶତକ ହାସଲ କରିଛନ୍ତି। ଏହା ତାଙ୍କର ଟେଷ୍ଟ କ୍ୟାରିୟରର ସପ୍ତମ ଟେଷ୍ଟ ଶତକ। ପନ୍ତଙ୍କ ଶତକ ବଳରେ ଭାରତ ଦ୍ଵିତୀୟ ଦିନରେ ନିଜର ସ୍ଥିତି ଆହୁରି ମଜବୁତ କରିଛି। ଏହା ପୂର୍ବରୁ ପନ୍ତ ଓ ଧୋନୀ ୬ ଶତକ ସହ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ଥିଲେ। ତେବେ ଲିଡ୍ସ ଟେଷ୍ଟରେ ଶତକ ଅର୍ଜନ କରି ପନ୍ତ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଆଉ ଭାରତର ଟେଷ୍ଟ ଓ୍ଵିକେଟ୍ କିପର ବ୍ୟାଟର ଭାବେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଧୋନୀ ୯୦ ଟେଷ୍ଟରେ ୬ ଶତକ ହାସଲ କରିଥିବା ବେଳେ ପନ୍ତ ମାତ୍ର ୪୪ ଟେଷ୍ଟରେ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି। Also read: 'ପ୍ରିନ୍ସ' ଶୁଭମନ ଗିଲ୍ ଅଧିନାୟକ ଭାବେ ଭାଙ୍ଗିଲେ 'କିଙ୍ଗ୍ କୋହଲି'ଙ୍କ ବଡ଼ ରେକର୍ଡ, ଲଗାଇଲେ ଐତିହାସିକ ଶତକ୨୭ ବର୍ଷୀୟ ପନ୍ତ ଛକା ମାରି ଲଗାତାର ତୃତୀୟ ଥର ଟେଷ୍ଟରେ ଶତକ ପୂରଣ କରିଛନ୍ତି। ବଡ଼ କଥା ସେ ତିନି ଥର ଇଂଲଣ୍ଡର ସ୍ପିନ ବୋଲରଙ୍କ ବିପକ୍ଷରେ ଛକା ମାରି ଏହି କାରନାମା  କରିଛନ୍ତି। ସେ ଲିଡ୍ସରେ ସ୍ପିନର ଶୋଏବ ବସିରଙ୍କ ବଲରେ ଛକା ମାରି ଶତକ ପୂରଣ କରିଥିଲେ। ଏହା

ଲିଡ୍ସରେ ପନ୍ତଙ୍କ ଦମଦାର ଶତକ, ଧୋନୀଙ୍କୁ ପଛରେ ପକାଇ ହେଲେ ନମ୍ବର ଓ୍ଵାନ ଓ୍ଵିକେଟ୍ କିପର

ଲିଡ୍ସ: ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଦ୍ଵିତୀୟ ଦିନରେ ଋଷଭ ପନ୍ତଙ୍କ ବ୍ୟାଟ୍ ଗର୍ଜି ଉଠିଛି। ପନ୍ତ ଦମଦାର ବ୍ୟାଟିଂ କରି ଶତକ ଅର୍ଜନ କରିଛନ୍ତି। ଶତକ ହାସଲ କରିବା ସହ ପନ୍ତ ଏକ ଐତିହାସିକ ରେକର୍ଡ ନିଜ ନାଁରେ କରିଛନ୍ତି। ସେ ଟେଷ୍ଟରେ ଭାରତୀୟ ଓ୍ଵିକେଟ୍ କିପର ଭାବେ  ସର୍ବାଧିକ ଶତକ ହାସଲ କରିଛନ୍ତି। ଏହା ତାଙ୍କର ଟେଷ୍ଟ କ୍ୟାରିୟରର ସପ୍ତମ ଟେଷ୍ଟ ଶତକ। 

ପନ୍ତଙ୍କ ଶତକ ବଳରେ ଭାରତ ଦ୍ଵିତୀୟ ଦିନରେ ନିଜର ସ୍ଥିତି ଆହୁରି ମଜବୁତ କରିଛି। ଏହା ପୂର୍ବରୁ ପନ୍ତ ଓ ଧୋନୀ ୬ ଶତକ ସହ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ଥିଲେ। ତେବେ ଲିଡ୍ସ ଟେଷ୍ଟରେ ଶତକ ଅର୍ଜନ କରି ପନ୍ତ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଆଉ ଭାରତର ଟେଷ୍ଟ ଓ୍ଵିକେଟ୍ କିପର ବ୍ୟାଟର ଭାବେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଧୋନୀ ୯୦ ଟେଷ୍ଟରେ ୬ ଶତକ ହାସଲ କରିଥିବା ବେଳେ ପନ୍ତ ମାତ୍ର ୪୪ ଟେଷ୍ଟରେ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି। 

Also read: 'ପ୍ରିନ୍ସ' ଶୁଭମନ ଗିଲ୍ ଅଧିନାୟକ ଭାବେ ଭାଙ୍ଗିଲେ 'କିଙ୍ଗ୍ କୋହଲି'ଙ୍କ ବଡ଼ ରେକର୍ଡ, ଲଗାଇଲେ ଐତିହାସିକ ଶତକ

୨୭ ବର୍ଷୀୟ ପନ୍ତ ଛକା ମାରି ଲଗାତାର ତୃତୀୟ ଥର ଟେଷ୍ଟରେ ଶତକ ପୂରଣ କରିଛନ୍ତି। ବଡ଼ କଥା ସେ ତିନି ଥର ଇଂଲଣ୍ଡର ସ୍ପିନ ବୋଲରଙ୍କ ବିପକ୍ଷରେ ଛକା ମାରି ଏହି କାରନାମା  କରିଛନ୍ତି। ସେ ଲିଡ୍ସରେ ସ୍ପିନର ଶୋଏବ ବସିରଙ୍କ ବଲରେ ଛକା ମାରି ଶତକ ପୂରଣ କରିଥିଲେ। ଏହା ପୂର୍ବରୁ ଆଦିଲ ରଶିଦ ଓ ଜୋ ରୁଟଙ୍କ ବଲରେ ଛକା ମାରି ପନ୍ତ ଶତକ ପୂରଣ କରିଥିଲେ। ହିଟ୍‌ମ୍ୟାନ୍ ରୋହିତ ଶର୍ମା ମଧ୍ୟ ତିନି ଥର ଏହି କମାଲ କରିଛନ୍ତି। ଭାରତ ପାଇଁ ସଚିନ ତେନ୍ଦୁଲକର ଛକା ମାରି ସର୍ବାଧିକ ୬ ଶତକ ହାସଲ କରିଛନ୍ତି।