ଲିଡ୍ସରେ ଶୁକ୍ରବାରଠୁ ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ସିରିଜ, କ୍ୟାପଟେନ୍ ଗିଲ୍‌ଙ୍କ ପାଇଁ ଅଗ୍ନିପରୀକ୍ଷା

ଲିଡ୍ସ,୨୦/୦୬: ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠୁ (ଶୁକ୍ରବାର) ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଲିଡ୍ସରେ ଖେଳାଯିବ ପ୍ରଥମ ଟେଷ୍ଟ । ଏହା ପୂର୍ବରୁ ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟର ନୂଆ ଟ୍ରଫି ଉନ୍ମୋଚିତ ହୋଇଛି । ଆଣ୍ଡରସନ୍‌ ଓ ସଚିନ୍‌ ଟ୍ରଫିର ନାମ ରହିଛି । ଉଭୟ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର ଓ ଜେମ୍ସ ଆଣ୍ଡରସନ୍‌ ଉପସ୍ଥିତ ରହି ଟ୍ରଫି ଉନ୍ମୋଚନ କରିଛନ୍ତି ।ସବୁ ଅପେକ୍ଷାର ଅନ୍ତ ଘଟିଛି । ଆଜିଠୁ ଆରମ୍ଭ ହେବ ଯାଉଛି ଇଂଲଣ୍ଡ-ଭାରତ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ । ଏହା କେବଳ ଏକ ସିରିଜର କିମ୍ବା ଏକ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଚକ୍ରର ଆରମ୍ଭ ନୁହେଁ, ବରଂ ଏହା ଭାରତୀୟ କ୍ରିକେଟ୍‌ ପାଇଁ  ଏକ ନୂଆ ଅଧ୍ୟାୟର ଆରମ୍ଭ। ଏଥର ଟେଷ୍ଟ ଦଳରେ  ନାହାନ୍ତି ବିରାଟ କୋହଲି, ରୋହିତ ଶର୍ମା, ରବି ଚନ୍ଦ୍ରନ  ଅଶ୍ୱିନ, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ  ଭଳି ତାରକା ଖେଳାଳି । ନୂଆ ଅଧିନାୟକ ଶୁଭମନ ଗିଲଙ୍କ ସହ କିଛି ନୂଆ ଓ କିଛି ପ୍ରତ୍ୟାବର୍ତ୍ତନ କରୁଥିବା  ଖେଳାଳିଙ୍କୁ ନେଇ ପ୍ରସ୍ତୁତ ହୋଇଛି ଭାରତୀୟ ଦଳ । ୮ ବର୍ଷ ପରେ କରୁଣ ନାଏର ଫେରୁଛନ୍ତି । ପ୍ରସିଦ୍ଧ  କ୍ରିଷ୍ଣା,ଯଶପ୍ରୀତ ବୁମରା, ସର୍ଦୁଲ ଠାକୁରଙ୍କ ଭଳି  ପ୍ରମୁଖ ଖେଳାଳି ଆହତ ଯନ୍ତ୍ରଣାରୁ ବାହାରି ଅର୍ନ୍ତଜାତୀୟ  କ୍ରିକେଟ୍‌କୁ ଫେରୁଛନ୍ତି । ନୂଆ କରି ପ୍ରସ୍ତୁତ କରାଯାଉଛି  ମଧ୍ୟ ଭାଗ ବ୍ୟାଟିଂ କ୍ରମ । ଏଭଳି ଅନେକ ପରୀ

ଲିଡ୍ସରେ ଶୁକ୍ରବାରଠୁ ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ସିରିଜ, କ୍ୟାପଟେନ୍ ଗିଲ୍‌ଙ୍କ ପାଇଁ ଅଗ୍ନିପରୀକ୍ଷା

ଲିଡ୍ସ,୨୦/୦୬: ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠୁ (ଶୁକ୍ରବାର) ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଲିଡ୍ସରେ ଖେଳାଯିବ ପ୍ରଥମ ଟେଷ୍ଟ । ଏହା ପୂର୍ବରୁ ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟର ନୂଆ ଟ୍ରଫି ଉନ୍ମୋଚିତ ହୋଇଛି । ଆଣ୍ଡରସନ୍‌ ଓ ସଚିନ୍‌ ଟ୍ରଫିର ନାମ ରହିଛି । ଉଭୟ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର ଓ ଜେମ୍ସ ଆଣ୍ଡରସନ୍‌ ଉପସ୍ଥିତ ରହି ଟ୍ରଫି ଉନ୍ମୋଚନ କରିଛନ୍ତି ।

ସବୁ ଅପେକ୍ଷାର ଅନ୍ତ ଘଟିଛି । ଆଜିଠୁ ଆରମ୍ଭ ହେବ ଯାଉଛି ଇଂଲଣ୍ଡ-ଭାରତ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ । ଏହା କେବଳ ଏକ ସିରିଜର କିମ୍ବା ଏକ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଚକ୍ରର ଆରମ୍ଭ ନୁହେଁ, ବରଂ ଏହା ଭାରତୀୟ କ୍ରିକେଟ୍‌ ପାଇଁ  ଏକ ନୂଆ ଅଧ୍ୟାୟର ଆରମ୍ଭ। ଏଥର ଟେଷ୍ଟ ଦଳରେ  ନାହାନ୍ତି ବିରାଟ କୋହଲି, ରୋହିତ ଶର୍ମା, ରବି ଚନ୍ଦ୍ରନ  ଅଶ୍ୱିନ, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ  ଭଳି ତାରକା ଖେଳାଳି । ନୂଆ ଅଧିନାୟକ ଶୁଭମନ ଗିଲଙ୍କ ସହ କିଛି ନୂଆ ଓ କିଛି ପ୍ରତ୍ୟାବର୍ତ୍ତନ କରୁଥିବା  ଖେଳାଳିଙ୍କୁ ନେଇ ପ୍ରସ୍ତୁତ ହୋଇଛି ଭାରତୀୟ ଦଳ । 

୮ ବର୍ଷ ପରେ କରୁଣ ନାଏର ଫେରୁଛନ୍ତି । ପ୍ରସିଦ୍ଧ  କ୍ରିଷ୍ଣା,ଯଶପ୍ରୀତ ବୁମରା, ସର୍ଦୁଲ ଠାକୁରଙ୍କ ଭଳି  ପ୍ରମୁଖ ଖେଳାଳି ଆହତ ଯନ୍ତ୍ରଣାରୁ ବାହାରି ଅର୍ନ୍ତଜାତୀୟ  କ୍ରିକେଟ୍‌କୁ ଫେରୁଛନ୍ତି । ନୂଆ କରି ପ୍ରସ୍ତୁତ କରାଯାଉଛି  ମଧ୍ୟ ଭାଗ ବ୍ୟାଟିଂ କ୍ରମ । ଏଭଳି ଅନେକ ପରୀକ୍ଷା  ନିରୀକ୍ଷା ସହ ଭାରତ ନୂଆ ଟେଷ୍ଟ ଚାମ୍ପିଅନସିପ୍‌  ଅଭିଯାନ ଆରମ୍ଭ କରିବାକୁ ଯାଉଛି । 

ହେଡିଂଲେ ଭାରତ ପାଇଁ ସେଭଳି ସଫଳ ଗ୍ରାଉଣ୍ଡ  ହୋଇ ନଥିଲେ ହେଁ ଗିଲଙ୍କ ଯୁବ ଟିମ୍‌ ଇଣ୍ଡିଆ ସବୁ  ଚ୍ୟାଲେଞ୍ଜର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି । ଖାଲି ସେତିକି  ନୁହେଁ, ଦୁର୍ବଳ ବିବେଚନା କରୁଥିବା ସବୁ ସମାଲୋଚକଙ୍କୁ  ଚୁପ୍‌ କରିବାକୁ ଗିଲ୍‌ ବାହିନୀ ଅପେକ୍ଷା କରି ରହିଛି । ହେଡିଂଲେରେ ଭାରତ ୭ଟି ଟେଷ୍ଟ ଖେଳିଛି ।  ଏଥିରୁ ୨ଟି ଟେଷ୍ଟ ଜିତିଥିବାବେଳେ ୪ଟି ଟେଷ୍ଟରେ  ପରାଜିତ ହୋଇଛି । ଗୋଟିଏ ଟେଷ୍ଟ ଡ୍ର’ ରହିଛି ।