ଲିଫ୍ଟ ମାଗି ଯାଉଥିଲେ, ଟ୍ରକ ଧକ୍କାରେ ଚାଲିଗଲା ଜୀବନ
ମୁନିଗୁଡ଼ା ୧୮।୦୩ : ବାଇକ୍କୁ ଧକ୍କା ଦେଲା ଟ୍ରକ । ଏହି ଦୁର୍ଘଟଣାରେ ନବମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଚାଳକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଖୁଣ୍ଟବାଡି ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ, ସୋମବାର ଦିନ ରାଣୀପିଣ୍ଡା ଗାଁର ଭଗବାନ ଦଣ୍ଡସେନା ମୁନିଗୁଡ଼ାରୁ ନିଜ ଗାଁକୁ ଫେରୁଥିଲେ । ଅସୁରପଡ଼ାକୁ ଯିବା ପାଇଁ ପାତ୍ରଗୁଡ଼ା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଦୀପ୍ତି କାନ୍ଧପାଣି ସ୍କୁଲ ନିକଟରୁ ଲିଫ୍ଟ ମାଗି ବାଇକରେ ଯାଉଥିଲେ । ହେଲେ ଖୁଣ୍ଟବାଡି ଗାଁ ନିକଟରେ ବାଇକକୁ ପଛପଟୁ ଧକ୍କା ଦେଇଥିଲା ଏକ ଟ୍ରକ । ଫଳରେ ବାଇକ୍ରେ ବସିଥିବା ହାଇସ୍କୁଲ ଛାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପୋଲିସ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଗୁରତର ଅବସ୍ଥାରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି। ଉତ୍ୟକ୍ତ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ମୁନିଗୁଡା ଓ ଅମ୍ବାଦଳା ପୋଲିସ ପହଁଚିଛି।
ମୁନିଗୁଡ଼ା ୧୮।୦୩ : ବାଇକ୍କୁ ଧକ୍କା ଦେଲା ଟ୍ରକ । ଏହି ଦୁର୍ଘଟଣାରେ ନବମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଚାଳକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଖୁଣ୍ଟବାଡି ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା ।
ଖବର ଅନୁଯାୟୀ, ସୋମବାର ଦିନ ରାଣୀପିଣ୍ଡା ଗାଁର ଭଗବାନ ଦଣ୍ଡସେନା ମୁନିଗୁଡ଼ାରୁ ନିଜ ଗାଁକୁ ଫେରୁଥିଲେ । ଅସୁରପଡ଼ାକୁ ଯିବା ପାଇଁ ପାତ୍ରଗୁଡ଼ା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଦୀପ୍ତି କାନ୍ଧପାଣି ସ୍କୁଲ ନିକଟରୁ ଲିଫ୍ଟ ମାଗି ବାଇକରେ ଯାଉଥିଲେ । ହେଲେ ଖୁଣ୍ଟବାଡି ଗାଁ ନିକଟରେ ବାଇକକୁ ପଛପଟୁ ଧକ୍କା ଦେଇଥିଲା ଏକ ଟ୍ରକ । ଫଳରେ ବାଇକ୍ରେ ବସିଥିବା ହାଇସ୍କୁଲ ଛାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପୋଲିସ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଗୁରତର ଅବସ୍ଥାରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି। ଉତ୍ୟକ୍ତ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ମୁନିଗୁଡା ଓ ଅମ୍ବାଦଳା ପୋଲିସ ପହଁଚିଛି।