ଲିଫ୍ଟରେ ଫସିଲେ ମହିଳା ଡାକ୍ତର
ଟିଟିଲାଗଡ଼,୧୦ା୭(ଶରତ ମିଶ୍ର): ଏକ ଅଭାବନୀୟ ଘଟଣାକ୍ରମେ ଟିଟିଲାଗଡ଼ ସହରର ପିପଲପଦରସ୍ଥିତ ମାତୃ ଓ ଶିଶୁ ଡାକ୍ତରଖାନାର ଲିଫ୍ଟରେ ଜଣେ ଡାକ୍ତରାଣୀ ଦୀର୍ଘ ସମୟ ଧରି ଫସି ରହିବା ଚର୍ଚ୍ଚାର ବିଷୟ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ସାଢେ ୧୦ଟାରେ ମାତୃ ଓ ଶିଶୁ ଡାକ୍ତରଖାନାର ଉପର ମହଲାରେ ଏକ ପ୍ରସୂତି କାର୍ଯ୍ୟ ସାରି ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. କିରଣମୟୀ ପଣ୍ଡା ଲିଫ୍ଟ ଯୋଗେ ତଳକୁ ଓହ୍ଲାଉଥିବା ବେଳେ […] The post ଲିଫ୍ଟରେ ଫସିଲେ ମହିଳା ଡାକ୍ତର appeared first on Dharitri Odia News.
ଟିଟିଲାଗଡ଼,୧୦ା୭(ଶରତ ମିଶ୍ର): ଏକ ଅଭାବନୀୟ ଘଟଣାକ୍ରମେ ଟିଟିଲାଗଡ଼ ସହରର ପିପଲପଦରସ୍ଥିତ ମାତୃ ଓ ଶିଶୁ ଡାକ୍ତରଖାନାର ଲିଫ୍ଟରେ ଜଣେ ଡାକ୍ତରାଣୀ ଦୀର୍ଘ ସମୟ ଧରି ଫସି ରହିବା ଚର୍ଚ୍ଚାର ବିଷୟ ହୋଇଛି l
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ସାଢେ ୧୦ଟାରେ ମାତୃ ଓ ଶିଶୁ ଡାକ୍ତରଖାନାର ଉପର ମହଲାରେ ଏକ ପ୍ରସୂତି କାର୍ଯ୍ୟ ସାରି ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. କିରଣମୟୀ ପଣ୍ଡା ଲିଫ୍ଟ ଯୋଗେ ତଳକୁ ଓହ୍ଲାଉଥିବା ବେଳେ ଲିଫ୍ଟଟି ପ୍ରଥମ ମହଲାରୁ ପ୍ରାୟ ୭ ଫୁଟ ତଳକୁ ଆସି ଅଟକି ଯାଇଥିଲା। ଖବର ପାଇ ଅନ୍ୟତମ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ବଳରାମ ସାହୁ, ଡା. ଓମକାର ହୋତା ତଥା କର୍ମଚାରୀ ପହଞ୍ଚତ୍ ସହାୟତା ପାଇଁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇ ଅଗ୍ନିଶମ ସେବାସଂସ୍ଥାକୁ ଖବର ଦେଇଥିଲେ। ଏନେଇ ଟିଟିଲାଗଡ଼ ଅଗ୍ନିଶମ ଅଧିକାରୀ ରାଧେଶ୍ୟାମ ବାରିକଙ୍କ ନେତୃତ୍ୱରେ ଏକ ଦଳ ପହଞ୍ଚି ଅତ୍ୟାଧୁନିକ ଯନ୍ତ୍ର ସହାୟତାରେ ଲିଫ୍ଟର ଗେଟ ଭାଙ୍ଗିଥିଲେ। ଜଣେ କର୍ମଚାରୀ ତଳକୁ ଓହ୍ଲାଇ ଏକ ଚୌକି ଏବଂ ତା ଉପରେ ଏକ ଷ୍ଟୁଲ ପକାଇ ଡାକ୍ତରାଣୀଙ୍କୁ ତଳୁ ଉପରକୁ ଟାଣି ଅଣାଯାଇଥିଲା। ଡାକ୍ତରାଣୀ ଜଣକ ଲିଫ୍ଟରେ ପ୍ରାୟ ଦେଢ ଘଣ୍ଟା ଧରି ଫସିଥିବା କୁହାଯାଉଛି।
The post ଲିଫ୍ଟରେ ଫସିଲେ ମହିଳା ଡାକ୍ତର appeared first on Dharitri Odia News.