ଲୁଟ୍‌ ଟଙ୍କା ଉଦ୍ଧାର, ୪ ଲୁଟେରା ଗିରଫ

ଭୁବନେଶ୍ୱର ଶାସ୍ତ୍ରୀନଗର ଉଦୟଭାନୁ ବିଶ୍ୱାଳଙ୍କର ଖୁଚୁରା ଟଙ୍କା କାରବାର ବ୍ୟବସାୟ ରହିଛି। ସେ ବଡ଼ ନୋଟ ବଦଳରେ ଖୁଚୁରା ଦେଇ କମିଶନ ପାଆନ୍ତି।

ଲୁଟ୍‌ ଟଙ୍କା ଉଦ୍ଧାର, ୪ ଲୁଟେରା ଗିରଫ

ବ୍ୟବସାୟୀଙ୍କଠାରୁ ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ଏହି ଅଭିଯୋଗରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି। ଲୁଟ୍‌ ହୋଇଥିବା ଟଙ୍କା ଭିତରୁ ୯ ଲକ୍ଷ ୬୯ ହଜାର ଟଙ୍କା ଜବତ କରିଛି ପୁଲିସ୍‌।

ଭୁବନେଶ୍ୱର ଶାସ୍ତ୍ରୀନଗର ଉଦୟଭାନୁ ବିଶ୍ୱାଳଙ୍କର ଖୁଚୁରା ଟଙ୍କା କାରବାର ବ୍ୟବସାୟ ରହିଛି। ସେ ବଡ଼ ନୋଟ ବଦଳରେ ଖୁଚୁରା ଦେଇ କମିଶନ ପାଆନ୍ତି। ତେଣୁ ଉଦୟଭାନୁ, ତାଙ୍କ ଦୁଇ ସହଯୋଗୀ ଶମ୍ଭୁନାଥ ସାହୁ ଓ ଧର୍ମେନ୍ଦ୍ର ରେଡ୍ଡୀ ଗତ ୩୧ ତାରିଖ ରାତିରେ ଛତ୍ରପୁରରୁ ଟଙ୍କା ଧରି ରାତି ଭୁବନେଶ୍ୱର ଫେରୁଥିଲେ। ତେବେ ପିତାପଲ୍ଲୀ ଛକରେ ସୋମନାଥ ଜେନା, ଦୀପ୍ତି ରଞ୍ଜନ ବଳିଆରସିଂ, ଆଶିଷ କୁମାର ଦାସ ଓ ସ୍ମୃତି ରଞ୍ଜନ ସିଂ ନିଜକୁ ପୁଲିସ୍‌ ଅଫିସର ବୋଲି ପରିଚୟ ଦେଇ ସେମାନଙ୍କୁ ଅଟକାଇଥିଲେ। ପରେ ସେମାନେ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ।

ଏନେଇ ଇନ୍‌ଫୋ ଭ୍ୟାଲି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଘଟଣାର ତଦନ୍ତ ପାଇଁ ୪ ଜଣିଆ ଟିମ୍‌ ଗଠନ କରିଥିଲା। ଆଜି ୪ ଅଭିଯୁକ୍ତଙ୍କୁ ସୋମନାଥ ଜେନା, ଦୀପ୍ତି ରଞ୍ଜନ ବଳିଆରସିଂ, ଆଶିଷ କୁମାର ଦାସ ଓ ସ୍ମୃତି ରଞ୍ଜନ ସିଂଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ୯ ଲକ୍ଷ ୬୯ ହଜାର ଟଙ୍କା, ୩ଟି ବାଇକ୍‌ ଓ ମୋବାଇଲ ଜବତ କରିଛି ପୁଲିସ୍‌। ଏହି ଲୁଟ୍‌ର ମାଷ୍ଟର ମାଇଁଣ୍ଡ ହେଉଛନ୍ତି ସୋମନାଥ ଜେନା। ତାଙ୍କ ନାଁରେ ହତ୍ୟା ଓ ଲୁଟ୍‌ ମାମଲା ରହିଛି। ସେ ହତ୍ୟା ମାମଲାରେ ଜେଲ୍‌ ଯାଇଥିଲେ। ବେଲ୍‌ରେ ଆସି ଲୁଟ୍‌ କରିଥିଲେ।