ଲୁଟ୍‌ ୩ କୋଟି ଟଙ୍କାରେ ଗର୍ଲଫ୍ରେଣ୍ଡଙ୍କ ପାଇଁ ଘର କିଣିଲେ ବୟଫ୍ରେଣ୍ଡ

ବେଙ୍ଗାଲୁରୁ, ୫।୨:କର୍ନାଟକର ବେଙ୍ଗାଲୁରୁ ପୋଲିସ ମଙ୍ଗଳବାର ପଞ୍ଚାକ୍ଷରୀ ସ୍ବାମୀ (୩୭) ନାମକ ଜଣେ ଯୁବକଙ୍କୁ ଗିରଫ କରିଛି, ଯିଏକି ଲୋକଙ୍କୁ ଲୁଟିିଥିବା ଟଙ୍କାରେ ତାଙ୍କର ଅଭିନେତ୍ରୀ ଗର୍ଲଫ୍ରେଣ୍ଡଙ୍କ ପାଇଁ କୋଲାକାତାରେ ବିଳାସପୂର୍ଣ୍ଣ ଘର ନିର୍ମାଣ କରିଛନ୍ତି। ଏହି ଘରର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ପଞ୍ଚାକ୍ଷରୀ ମହାରାଷ୍ଟ୍ର, ଗୁଜରାଟ ଏବଂ କର୍ନାଟକରେ ବର୍ଷେ ଧରି ଚୋରି, ଡକାୟତି, ଲୁଟ୍‌ ଭଳି ବିଭିନ୍ନ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ। ମହାରାଷ୍ଟ୍ରର ସୋଲାପୁର ନିବାସୀ ପଞ୍ଚାକ୍ଷରୀ […] The post ଲୁଟ୍‌ ୩ କୋଟି ଟଙ୍କାରେ ଗର୍ଲଫ୍ରେଣ୍ଡଙ୍କ ପାଇଁ ଘର କିଣିଲେ ବୟଫ୍ରେଣ୍ଡ appeared first on Dharitri Odia News.

ଲୁଟ୍‌ ୩ କୋଟି ଟଙ୍କାରେ ଗର୍ଲଫ୍ରେଣ୍ଡଙ୍କ ପାଇଁ ଘର କିଣିଲେ ବୟଫ୍ରେଣ୍ଡ

ବେଙ୍ଗାଲୁରୁ, ୫।୨:କର୍ନାଟକର ବେଙ୍ଗାଲୁରୁ ପୋଲିସ ମଙ୍ଗଳବାର ପଞ୍ଚାକ୍ଷରୀ ସ୍ବାମୀ (୩୭) ନାମକ ଜଣେ ଯୁବକଙ୍କୁ ଗିରଫ କରିଛି, ଯିଏକି ଲୋକଙ୍କୁ ଲୁଟିିଥିବା ଟଙ୍କାରେ ତାଙ୍କର ଅଭିନେତ୍ରୀ ଗର୍ଲଫ୍ରେଣ୍ଡଙ୍କ ପାଇଁ କୋଲାକାତାରେ ବିଳାସପୂର୍ଣ୍ଣ ଘର ନିର୍ମାଣ କରିଛନ୍ତି। ଏହି ଘରର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ପଞ୍ଚାକ୍ଷରୀ ମହାରାଷ୍ଟ୍ର, ଗୁଜରାଟ ଏବଂ କର୍ନାଟକରେ ବର୍ଷେ ଧରି ଚୋରି, ଡକାୟତି, ଲୁଟ୍‌ ଭଳି ବିଭିନ୍ନ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ।
ମହାରାଷ୍ଟ୍ରର ସୋଲାପୁର ନିବାସୀ ପଞ୍ଚାକ୍ଷରୀ ବିବାହିତ ଥିବାବେଳେ ତାଙ୍କର ଜଣେ ସନ୍ତାନ ରହିଛନ୍ତି। ଏହାସତ୍ତ୍ୱେ ପଞ୍ଚାକ୍ଷରୀ ଅନେକ ମହିଳାଙ୍କ ସହ ସମ୍ବନ୍ଧ ରଖିଥିବା ପୋଲିସ କହିଛି। ସେ ୨୦୦୩ରେ ନାବାଳକ ଥିବା ସମୟରେ ଚୋରି କରିବା ଆରମ୍ଭ କରିଥିଲେ। ୨୦୦୯ ସୁଦ୍ଧା ପଞ୍ଚାକ୍ଷରୀ ଜଣେ ପେସାଦାର ଚୋର ଭାବେ ପରିଣତ ହୋଇଯାଇଥିଲେ। ସେତେବେଳ ସୁଦ୍ଧା ସେ ବିଭିନ୍ନ ଅପରାଧ ମାଧ୍ୟମରେ ଅନେକ କୋଟି ଟଙ୍କାର ସମ୍ପତ୍ତି ହାସଲ କରି ସାରିଥିଲେ। ପଚରାଉଚରା ସମୟରେ ପଞ୍ଚାକ୍ଷରୀ ପୋଲିସକୁ କହିଛନ୍ତି, ସେ ୨୦୧୪-୧୫ରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ସମ୍ପର୍କରେ ଆସିଥିଲେ। ତାଙ୍କ ସହ ପଞ୍ଚାକ୍ଷରୀଙ୍କର ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ଉଭୟ ପରସ୍ପରକୁ ଡେଟିଂ କରିବା ସହ ରିଲେଶନ୍‌ଶିପ୍‌ରେ ମଧ୍ୟ ରହିଥିଲେ। ସେ ଉକ୍ତ ଅଭିନେତ୍ରୀଙ୍କ ପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ପଞ୍ଚାକ୍ଷରୀ ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି। ସେ କୋଲକାତାରେ ୩ କୋଟି ଟଙ୍କା ମୂଲ୍ୟର ଏକ ଘର ନିର୍ମାଣ କରି ଉକ୍ତ ଅଭିନେତ୍ରୀଙ୍କୁ ଉପହାରରେ ଦେଇଥିଲେ। ସେହିପରି ଗର୍ଲଫ୍ରେଣ୍ଡଙ୍କୁ ୨୨ ଲକ୍ଷ ଟଙ୍କା ମୂଲ୍ୟର ଏକ ଆକ୍ୱାରିଅମ ମଧ୍ୟ ଗିଫ୍ଟରେ ଦେଇଥିଲେ ବୋଲି ପଞ୍ଚାକ୍ଷରୀ ଜେରା ସମୟରେ ପୋଲିସକୁ କହିଛନ୍ତି। ୨୦୧୬ରେ ତାଙ୍କୁ ଗୁଜରାଟ ପୋଲିସ ଗିରଫ କରିଥିଲା ଏବଂ ସେ ୬ ବର୍ଷ ଜେଲଦଣ୍ଡ ଭୋଗିଥିଲେ। ୨୦୨୨ରେ ସାବରମତୀ ସେଣ୍ଟ୍ରାଲ ଜେଲରୁ ମୁକୁଳିବା ପରେ ପଞ୍ଚାକ୍ଷରୀ ପୁଣି ଚୋରି କରିବା ଆରମ୍ଭ କରିଥିଲେ। ପରେ ତାଙ୍କୁ ବିଭିନ୍ନ ଚୋରି ଏବଂ ଲୁଟ୍‌ ଘଟଣା ପାଇଁ ମହାରାଷ୍ଟ୍ର ପୋଲିସ ଗିରଫ କରିଥିଲା। ୨୦୨୪ରେ ସେ ଆଉ ଥରେ ମୁକୁଳିଥିଲେ ଓ ନିଜ ଠିକଣା ବଦଳାଇ ବେଙ୍ଗାଲୁରୁ ଯାଇଥିଲେ। ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ସେ ଚୋରି ଏବଂ ଡକାୟତି କରିବା ଆରମ୍ଭ କରିଥିଲେ। ଗତ ମାସ ୯ ତାରିଖରେ ବେଙ୍ଗାଲୁରୁର ମଦିବାଲା ଅଞ୍ଚଳର ଏକ ଘରୁ ସେ ଚୋରି କରିଥିଲେ। ଗତ ରବିବାର ପୋଲିସ ତାଙ୍କୁ ମଦିବାଲା ବଜାର ଅଞ୍ଚଳରୁ ଗିରଫ କରିଥିଲା। ତାଙ୍କ ନିକଟରୁ ଏକ ଆଇରନ ରଡ୍‌ ଏବଂ ଫାୟାର ଗନ୍‌ ଜବତ ହୋଇଛି। ଏହାକୁ ବ୍ୟବହାର କରି ପଞ୍ଚାକ୍ଷରୀ ଚୋରି ସୁନାକୁ ତରଳାଇ ସୁନା ବିସ୍କୁଟ ତିଆରି କରୁଥିଲେ। ତାଙ୍କ ଦ୍ୱାରା ଚୋରି ସୁନା ଏବଂ ରୁପାର ବିସ୍କୁଟକୁ ସେ ତାଙ୍କ ସୋଲାପୁରସ୍ଥିତ ବାସଭବନରେ ସଂଗ୍ରହ କରି ରଖୁଥିଲେ। ଅପରାଧ କରିବା ପରେ ପଞ୍ଚାକ୍ଷରୀ ପୋଲିସ ସନ୍ଦେହରୁ ବଞ୍ଚିବା ପାଇଁ ଲଗାତର ନିଜ ପୋଷାକ ବଦଳାଇ ଦେଉଥିଲେ ବୋଲି ପୋଲିସ କହିଛି।

The post ଲୁଟ୍‌ ୩ କୋଟି ଟଙ୍କାରେ ଗର୍ଲଫ୍ରେଣ୍ଡଙ୍କ ପାଇଁ ଘର କିଣିଲେ ବୟଫ୍ରେଣ୍ଡ appeared first on Dharitri Odia News.