‘ଲେଖା ଛିଡ଼ିଲା, କ୍ରୀତଦାସ ମାନସିକତାରୁ ଓଡ଼ିଶାବାସୀ ମୁକ୍ତି ପାଇଲେ’

ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇ ଓଡ଼ିଶାବାସୀ ଜଣାଇଦେଲେ । ଯେଉଁଠି ନୀତି ନାହିଁ, ନେତା ଠିକ୍ ନାହାନ୍ତି ସେ ଦଳ ତିଷ୍ଠିବନି ।

‘ଲେଖା ଛିଡ଼ିଲା, କ୍ରୀତଦାସ ମାନସିକତାରୁ ଓଡ଼ିଶାବାସୀ ମୁକ୍ତି ପାଇଲେ’

ଲେଖା ଛିଡ଼ିଲା, କ୍ରୀତଦାସରୁ ଓଡ଼ିଶାବାସୀ ମୁକ୍ତି ପାଇଲେ । ମିଶନ ଓଭର୍, ଚାପ୍ଟର କ୍ଲୋଜ୍ । ସୁନାମୀ ଆସିଛି, ଓଡ଼ିଶାରେ ପରିବର୍ତ୍ତନ ହୋଇଛି । ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁରର ନବନିର୍ବାଚିତ ସାଂସଦ ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି, ଏଠାରେ ଜନତାଙ୍କ ସରକାର, ଲୋକଙ୍କ ସରକାର ହେବ । ପୂରା ଭାରତବାସୀଙ୍କୁ ଚକିତ କରିଛନ୍ତି ଓଡ଼ିଶାବାସୀ ।

ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇ ଓଡ଼ିଶାବାସୀ ଜଣାଇଦେଲେ । ଯେଉଁଠି ନୀତି ନାହିଁ, ନେତା ଠିକ୍ ନାହାନ୍ତି ସେ ଦଳ ତିଷ୍ଠିବନି । ପ୍ରତିଶୋଧ ପରାୟଣ ରାଜନୀତିରେ ବିଶ୍ବାସ କରନ୍ତି ନାହିଁ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେ ବ୍ରହ୍ମପୁରରେ ୧ ଲକ୍ଷ ୬୫ ହଜାରରୁ ଅଧିକ ଭୋଟର ବିଜୟୀ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ନିର୍ବାଚନୀ ବୈତରଣୀ ପାର୍ କରି ପାରିଲେନି ୩ଦଳ ମୁଖିଆ: ହାରିଲେ ନବୀନ-ମନମୋହନ-ଶରତ

ସୂଚନା ଅନୁସାରେ ଚଳିତ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କ ବିରୋଧରେ ବିଜେଡି ପକ୍ଷରୁ ନିର୍ବାଚନ ଲଢ଼ୁଥିଲେ ଭୃଗୁ ବକ୍ସିପାତ୍ର । ତେବେ ବ୍ରହ୍ମପୁର ଲୋକସଭା ଆସନରୁ ଏକ ଲକ୍ଷ ୬୫ ହଜାରରୁ ଅଧିକ ଭୋଟରେ ବିଜୟଲାଭ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

ସେପଟେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ବର୍ଷରୁ ଅଧିକ ସମୟର ଶାସନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଓଡ଼ିଶାରେ ବିଜେପିକୁ ସ୍ପଷ୍ଟ ବହୁମତ। ଓଡ଼ିଶାରେ ସକରକାର ଗଠନର ମ୍ୟାଜିକ ନମ୍ୱର ୭୪ଥିବା ବେଳେ ବିଜେପି ଏହାକୁ ପାର୍‌ କରି ପାଇଛି ୭୮ଆସନ। କେବଳ ସେତିକି ନୁହେଁ ଲୋକସଭାରେ ମଧ୍ୟ ବିଜେପି ବାଜି ମାରିଛି। ମୋଟ୍ ୨୧ ଆସନରୁ ବିଜେପି ଖାତାକୁ ଯାଇଛି ୨୦ଆସନ।

ଚଳିତ ଥରର ନିର୍ବାଚନ ସମସ୍ତଙ୍କୁ ଚମକାଇ ଦେଇଛି। ପରିବର୍ତ୍ତନ ନାରାରେ ସାମିଲ୍ ହୋଇଛନ୍ତି ରାଜ୍ୟବାସୀ। ଓଡ଼ିଶାରେ ବିଜେଡି ଶାସନକୁ କହିଛନ୍ତି ନା। ଗତକାଲି ଭୋଟ୍ ଗଣତି ଆରମ୍ଭ ହେବା ପରାଠାରୁ ହିଁ ବିଜେପି ଟ୍ରେଣ୍ଡ କରିଥିଲା। ମଧ୍ୟାହ୍ନ ସୁଦ୍ଧା ବିଜେପି ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା। ଲୋକସଭାରେ ଗୋଟିଏ ପରେ ଗୋଟିଏ ସିଟ୍‌ରେ ଜିତି ଚାଲିଥିଲା ବିଜେପି। ଅପରାହ୍ନ ୨ଟା ସୁଦ୍ଧା ମ୍ୟାଜିକ୍ ନମ୍ବର ଛୁଇଁଯାଇଥିଲା ବିଜେପି। ସନ୍ଧ୍ୟା ବେଳକୁ ଚିତ୍ର ସ୍ପଷ୍ଟ ହୋଇଯାଇଥିଲା। ଲୋକ ବିଜେଡି ପରିବର୍ତ୍ତେ ବିଜେପିକୁ ସ୍ପଷ୍ଟ ବହୁମତ ଦେଇଛନ୍ତି ।

ସବୁଠୁ ବଡ଼ କଥା ହେଲା ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ନେଇ ବିଜେଡି ଯେତେ ପ୍ରଚାର କରିବାକୁ ଚେଷ୍ଟା କରିଥିଲେ ବି ତାହା ଆଉ କାମ ଦେଲାନି । ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଥିବା ବିଜେଡି ସରକାରକୁ ଲୋକେ କ୍ଷମତାଚ୍ୟୁତ କରିଛନ୍ତି । ଚଳିତ ନିର୍ବାଚନରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସାମ୍ନା କରିଛି ଦଳ । ଭୁଶୁଡିଯାଇଛି ବିଜେଡି ଗଡ଼ ।

ଅଧିକ ପଢ଼ନ୍ତୁ: କାମ କଲାନି ନବୀନ ଯାଦୁ; ଓଡ଼ିଶାରେ ଫୁଟିଲା ପଦ୍ମ