ଲେଜେଣ୍ଡ୍ସ ଲିଗ୍ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍ ପଠାନ କ୍ୟାପଟେନ୍
ପ୍ୟାରିସ୍,୬ା୯: ଲେଜେଣ୍ଡ୍ସ ଲିଗ୍ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ଇର୍ଫାନ ପଠାନଙ୍କୁ ଏହି ଅବସରରେ କୋଣାର୍କ ସୂର୍ଯ୍ୟର ଅଧିନାୟକ ଘୋଷଣା କରାଯାଇଥିଲା। ବିନୟ କୁମାର, ରାଜେଶ ବିଷ୍ଣୋଇ ଓ ଶାହାବାଜ୍ ନଦୀମଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇଛି। ଟି୨୦ ଫର୍ମାଟରେ ଏହି ଟୁର୍ନାମେଣ୍ଟ ଖେଳାଯିବ ବୋଲି ଜଣାପଡିଛି। ଓଡ଼ିଶା ରଣଜୀ ଦଳର ପୂର୍ବତନ ଓପନର […] The post ଲେଜେଣ୍ଡ୍ସ ଲିଗ୍ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍ ପଠାନ କ୍ୟାପଟେନ୍ appeared first on Dharitri Odia News.
ପ୍ୟାରିସ୍,୬ା୯: ଲେଜେଣ୍ଡ୍ସ ଲିଗ୍ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ଇର୍ଫାନ ପଠାନଙ୍କୁ ଏହି ଅବସରରେ କୋଣାର୍କ ସୂର୍ଯ୍ୟର ଅଧିନାୟକ ଘୋଷଣା କରାଯାଇଥିଲା। ବିନୟ କୁମାର, ରାଜେଶ ବିଷ୍ଣୋଇ ଓ ଶାହାବାଜ୍ ନଦୀମଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇଛି।
ଟି୨୦ ଫର୍ମାଟରେ ଏହି ଟୁର୍ନାମେଣ୍ଟ ଖେଳାଯିବ ବୋଲି ଜଣାପଡିଛି। ଓଡ଼ିଶା ରଣଜୀ ଦଳର ପୂର୍ବତନ ଓପନର ନଟରାଜ ବେହେରା ଏହି ଦଳରେ ଏକମାତ୍ର ଓଡ଼ିଆ ଭାବରେ ସ୍ଥାନ ପାଇଛନ୍ତି। ଶୁକ୍ରବାର ଟିମ ଲଞ୍ଚ୍ ଅବସରରେ ଓଡ଼ିଶା କ୍ରିକେଟ ଆସୋସିଏଶନ ସମ୍ପାଦକ ସଞ୍ଜୟ ବେହେରା, ପଳର୍ବତନ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ଦୂତି ଚାନ୍ଦ, ପାରା ଅଲିମ୍ପିଆନ ପ୍ରମୋଦ ଭଗତ, ପୂର୍ବତନ କ୍ରିକେଟର ସତ୍ୟରଞ୍ଜନ ଶତପଥୀ, କଣ୍ଠଶିଳ୍ପୀ କ୍ରିଷ୍ନା ବେହୁରା, ସୁସ୍ମିତା ଦାସ, ଅଭିନେତା ସବ୍ୟସାଚି ଓ ଅଭିନେତ୍ରୀ ଅର୍ଚିତା ପ୍ରମୁଖ ସାମିଲ ହୋଇଥିଲେ।
ଦଳ: ଇର୍ଫାନ ପଠାନ୍, ଅମ୍ବାତି ରାୟୁଡୁ, ୟୁସୁଫ୍ ପଠାନ୍, ବିନୟ କୁମାର, ରାଜେଶ ବିଷ୍ଣୋଇ, ଶାହବାଜ ନଦୀମ୍, ପ୍ରବୀଣ ତାମ୍ବେ, ଦୀଓ୍ବେଶ ପଠାନିଆ, କେ.ପି. ଅପନ୍ନା, ନଟରାଜ ବେହେରା, ରସ୍ ଟେଲର, କେଭିନ୍ ଓ ବ୍ରାଏନ୍, ବେନ୍ ଲାଫ୍ଲିନ୍, ରିଚାର୍ଡ ଲେଭି, ନବୀନ ଷ୍ଟିଓ୍ବାର୍ଟ ଓ ଫିଡେଲ ଏଡଓ୍ବାଡର୍ସ।
The post ଲେଜେଣ୍ଡ୍ସ ଲିଗ୍ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍ ପଠାନ କ୍ୟାପଟେନ୍ appeared first on Dharitri Odia News.