ଲେବାନନରେ IDFର ନରସଂହାର ଜାରି; ଏୟାର ଷ୍ଟ୍ରାଇକରେ ୪୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଲେବାନନରେ ନରସଂହାର ଜାରି ରଖିଛି ଇସ୍ରାଏଲ । ରାଜଧାନୀ ବେରୁଟ ସହ ଅଧିକାଂଶ ସ୍ଥାନରେ ଘନଘନ ଏୟାର ଷ୍ଟ୍ରାଇକ୍ କରିଛି । ଏହି ବୋମା ବର୍ଷାରେ ପ୍ରାୟ ୪୦ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଏବଂ ଛୋଟ ପିଲା ଥିବା ଜଣାପଡ଼ିଛି । ଶନିବାର ରାତିରେ ଏହି ଆକ୍ରମଣ ହୋଇଛି । ହିଜବୁଲ୍ଲାକୁ ଟାର୍ଗେଟ୍ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଏହି ଆକ୍ରମଣ କରିଥିଲା । ବେରୁଟରେ ଥିବା ହିଜବୁଲ୍ଲାର ଅପରେସନ ଗୃହ ଏବଂ ଅସ୍ତ୍ର ଭଣ୍ଡାର ଉପରେ ଏୟାରଷ୍ଟ୍ରାଇକ୍ ହୋଇଛି । ଗତ ସପ୍ତାହେ ଭିତରେ ଇସ୍ରାଏଲ ସେନା ଲେବାନନର ଶହେ ରୁ ଅଧିକ ସ୍ଥାନକୁ ଟାର୍ଗେଟ୍ କରି ମିସାଇଲ୍ ମାଡ଼ କରିଛି । ଏଥିରେ ବହୁ ସଂଖ୍ୟାରେ ହିଜବୁଲ୍ଲା ଆତଙ୍କବାଦୀ ନିହତ ହୋଇଥିବା ଟୁଇଟ୍ କରି ସୂଚନା ହେଉଛି ଆଇଡିଏଫ । ଲେବାନ ସ୍ବାସ୍ଥ୍ୟବିଭାଗର ସୂଚନା ଅନୁଯାୟୀ, ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ପ୍ରାୟ ୪୦ଜଣଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ମଧ୍ୟ ଇସ୍ରାଏଲ ସେନା ହିଜବୁଲ୍ଲା ଉପରେ ହମଲା କରିଥିଲା । ଏଥିରେ ୭ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣ ଲେବାନନର ରୁବେଲରେ ହୋଇଛି । ସେପଟେ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧବିରତି ମଧ୍ୟସ୍ଥତାରୁ ହଟିଲା କତାର ।..  

ଲେବାନନରେ IDFର ନରସଂହାର ଜାରି; ଏୟାର ଷ୍ଟ୍ରାଇକରେ ୪୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଲେବାନନରେ ନରସଂହାର ଜାରି ରଖିଛି ଇସ୍ରାଏଲ । ରାଜଧାନୀ ବେରୁଟ ସହ ଅଧିକାଂଶ ସ୍ଥାନରେ ଘନଘନ ଏୟାର ଷ୍ଟ୍ରାଇକ୍ କରିଛି । ଏହି ବୋମା ବର୍ଷାରେ ପ୍ରାୟ ୪୦ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଏବଂ ଛୋଟ ପିଲା ଥିବା ଜଣାପଡ଼ିଛି । 

ଶନିବାର ରାତିରେ ଏହି ଆକ୍ରମଣ ହୋଇଛି । ହିଜବୁଲ୍ଲାକୁ ଟାର୍ଗେଟ୍ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଏହି ଆକ୍ରମଣ କରିଥିଲା । ବେରୁଟରେ ଥିବା ହିଜବୁଲ୍ଲାର ଅପରେସନ ଗୃହ ଏବଂ ଅସ୍ତ୍ର ଭଣ୍ଡାର ଉପରେ ଏୟାରଷ୍ଟ୍ରାଇକ୍ ହୋଇଛି । ଗତ ସପ୍ତାହେ ଭିତରେ ଇସ୍ରାଏଲ ସେନା ଲେବାନନର ଶହେ ରୁ ଅଧିକ ସ୍ଥାନକୁ ଟାର୍ଗେଟ୍ କରି ମିସାଇଲ୍ ମାଡ଼ କରିଛି । ଏଥିରେ ବହୁ ସଂଖ୍ୟାରେ ହିଜବୁଲ୍ଲା ଆତଙ୍କବାଦୀ ନିହତ ହୋଇଥିବା ଟୁଇଟ୍ କରି ସୂଚନା ହେଉଛି ଆଇଡିଏଫ । 

ଲେବାନ ସ୍ବାସ୍ଥ୍ୟବିଭାଗର ସୂଚନା ଅନୁଯାୟୀ, ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ପ୍ରାୟ ୪୦ଜଣଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ମଧ୍ୟ ଇସ୍ରାଏଲ ସେନା ହିଜବୁଲ୍ଲା ଉପରେ ହମଲା କରିଥିଲା । ଏଥିରେ ୭ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣ ଲେବାନନର ରୁବେଲରେ ହୋଇଛି । ସେପଟେ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧବିରତି ମଧ୍ୟସ୍ଥତାରୁ ହଟିଲା କତାର ।..