ଲେବାନନରେ ସିରିଏଲ୍ ବ୍ଲାଷ୍ଟ ! ଲୋକଙ୍କ ପକେଟ୍‌ରେ ଥିବା ପେଜରରେ ହଠାତ୍ ବିସ୍ଫୋରଣ

୧୯୯୦ ଦଶକରେ ଏହା ବେଶ୍ ଲୋକପ୍ରିୟ ଥିଲା। ବିଶେଷ କରି ଡାକ୍ତର, ବ୍ୟବସାୟୀ ଏବଂ ଜରୁରୀ ସେବା ସହ ଜଡିତ ବ୍ୟକ୍ତି ଏହାକୁ ବ୍ୟବହାର କରୁଥିଲେ ।

ଲେବାନନରେ ସିରିଏଲ୍ ବ୍ଲାଷ୍ଟ ! ଲୋକଙ୍କ ପକେଟ୍‌ରେ ଥିବା ପେଜରରେ ହଠାତ୍ ବିସ୍ଫୋରଣ

ଲେବାନନରେ ସିରିଏଲ୍ ବ୍ଲାଷ୍ଟ। ଲୋକଙ୍କ ପକେଟ୍ ରେ ଥିବା ପେଜରରେ ହଠାତ୍ ବିସ୍ଫୋରଣ ଘଟିଛି। ଜଣେ କି ଦୁଇ ଜଣ ନୁହେଁ, ଶହ ଶହ ଲୋକଙ୍କ ପକେଟ୍ ରେ ଏକାସଙ୍ଗେ ହୋଇଛି ବିସ୍ଫୋରଣ। ଯେଉଁଥିରେ ଏଯାଏଁ ୮ ଜଣ ପ୍ରାଣ ହରାଇଥିବା ବେଳେ ୨୮ଶହରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ୨ ଶହ ଜଣ ଗୁରୁତର ଅଛନ୍ତି। ଅଧିକାଂଶ ହିଜବୁଲ୍ଲା ସଦସ୍ୟଙ୍କ ପେଜରରେ ବିସ୍ପୋରଣ ଘଟି ସେମାନେ ଆହତ ହୋଇଛନ୍ତି। ଏଥିପାଇଁ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲକୁ ଦାୟୀ କରାଯାଇଛି।

ଇସ୍ରାଏଲ ପକ୍ଷରୁ ପେଜରକୁ ହ୍ୟାକ୍ କରି ବିସ୍ଫୋରଣ କରାଯାଇଥିବା ଅଭିଯୋଗ କରିଛି ହିଜବୁଲ୍ଲା ସଂଗଠନ। ବିସ୍ଫୋରଣରେ ଲେବାନନରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ମୋତାବା ଅମାନୀ ବି ଆହତ ହୋଇଛନ୍ତି। ଏହାପରେ ଲେବାନନରେ ହାଇଆଲର୍ଟ ଜାରି କରିଦିଆଯାଇଛି। ଲୋକଙ୍କୁ ପେଜର ବ୍ୟବହାର ନକରିବାକୁ କୁହାଯାଇଛି। .. ପେଜର ହେଉଛି ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ।

ମେସେଜ୍ ପଠାଇବା ଏବଂ ପଢିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ରେଡିଓ ସିଗନାଲ୍ ଦ୍ବାରା ଏହା ମେସେଜ୍ ରିସିଭ୍ କରିଥାଏ। ମୋବାଇଲ୍ ନଥିବା ବେଳେ ଏହାର ବହୁଳ ବ୍ୟବହାର ହେଉଥିଲା। ୧୯୯୦ ଦଶକରେ ଏହା ବେଶ୍ ଲୋକପ୍ରିୟ ଥିଲା। ବିଶେଷ କରି ଡାକ୍ତର, ବ୍ୟବସାୟୀ ଏବଂ ଜରୁରୀ ସେବା ସହ ଜଡିତ ବ୍ୟକ୍ତି ଏହାକୁ ବ୍ୟବହାର କରୁଥିଲେ ।