ଲେବାନନ୍ ଉପରେ ଆଖିବୁଜା ଆକ୍ରମଣ ; ଏସ୍ରାଏଲର ଏୟାରଷ୍ଟ୍ରାଇକରେ ୨୨ ମୃତ, ଶତାଧିକ ଆହତ
କନକ ବ୍ୟୁରୋ: ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ । ଲେବାନନ ଉପରେ ଇସ୍ରାଏଲ ଘନଘନ ରକେଟ୍ ମାଡ଼ କରିଛି । ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼ କରିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ସୂଚନା ରହିଛି । ବିନା ସତର୍କ ସୂଚନା ଦେଇ ୨ଟି କୋଠା ଉପରେ ଏୟାରଷ୍ଟ୍ରାଇକ୍ କରିଛି । ହେଜବୋଲ୍ଲା ଆତଙ୍କବାଦୀ ଲୁଚିଥିବା ଆଶଙ୍କାରେ ଇସ୍ରାଏଲ ରକେଟ୍ ମାଡ଼ କରିଛି।ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗୁରୁବାର ରାତିରେ ଲେବାନାନର ରାଜଧାନୀ ଉପରେ ଇସ୍ରାଏଲର ଆକ୍ରମଣରେ ଅତି କମରେ ୨୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୭ ଜଣ ଆହତ ହୋଇଛନ୍ତି।ଏହି ଆକ୍ରମଣ ସହରର ଦକ୍ଷିଣ ଉପକଣ୍ଠରେ ହେଜବୋଲ୍ଲାର ଗଡ଼ଠାରୁ ବହୁ ଦୂରରେ କେନ୍ଦ୍ରୀୟ ବେରୁଟର କିଛି ଅଂଶକୁ ଟାର୍ଗେଟ କରିଛି। ସୂଚନା ଅନୁସାରେ ନିହତ ହିଜବୁଲ୍ଲା ଟପ କମାଣ୍ଡର ହସନ ନସରୁଲ୍ଲାର ଭିଣୋଇ ୱାକିଫ ସଫାକୁ ଟାର୍ଗେଟ କରି ଆଇଡିଏଫ ଆକ୍ରମଣ କରିଥିଲା କିନ୍ତୁ ଶେଷ ସମୟରେ ଚକମା ଦେଇ ଫେରାର ହୋଇଛି ସଫା ।
କନକ ବ୍ୟୁରୋ: ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ । ଲେବାନନ ଉପରେ ଇସ୍ରାଏଲ ଘନଘନ ରକେଟ୍ ମାଡ଼ କରିଛି । ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼ କରିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ସୂଚନା ରହିଛି ।
ବିନା ସତର୍କ ସୂଚନା ଦେଇ ୨ଟି କୋଠା ଉପରେ ଏୟାରଷ୍ଟ୍ରାଇକ୍ କରିଛି । ହେଜବୋଲ୍ଲା ଆତଙ୍କବାଦୀ ଲୁଚିଥିବା ଆଶଙ୍କାରେ ଇସ୍ରାଏଲ ରକେଟ୍ ମାଡ଼ କରିଛି।ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗୁରୁବାର ରାତିରେ ଲେବାନାନର ରାଜଧାନୀ ଉପରେ ଇସ୍ରାଏଲର ଆକ୍ରମଣରେ ଅତି କମରେ ୨୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୭ ଜଣ ଆହତ ହୋଇଛନ୍ତି।ଏହି ଆକ୍ରମଣ ସହରର ଦକ୍ଷିଣ ଉପକଣ୍ଠରେ ହେଜବୋଲ୍ଲାର ଗଡ଼ଠାରୁ ବହୁ ଦୂରରେ କେନ୍ଦ୍ରୀୟ ବେରୁଟର କିଛି ଅଂଶକୁ ଟାର୍ଗେଟ କରିଛି। ସୂଚନା ଅନୁସାରେ ନିହତ ହିଜବୁଲ୍ଲା ଟପ କମାଣ୍ଡର ହସନ ନସରୁଲ୍ଲାର ଭିଣୋଇ ୱାକିଫ ସଫାକୁ ଟାର୍ଗେଟ କରି ଆଇଡିଏଫ ଆକ୍ରମଣ କରିଥିଲା କିନ୍ତୁ ଶେଷ ସମୟରେ ଚକମା ଦେଇ ଫେରାର ହୋଇଛି ସଫା ।