ଲୋକସଭା ନିର୍ବାଚନ ଲଢ଼ିବେନି ପଶୁପତି ପାରସ, ନିଜକୁ କହିଲେ ମୋଦୀଙ୍କ ପରିବାର
ନୂଆଦିଲ୍ଲୀ: ବିହାରରେ ବିଜେପି ପାଇଁ ଆଶ୍ବସ୍ତିକର ଖବର। ଏନଡିଏ ନେତାଙ୍କ ସଦସ୍ୟଙ୍କ ସହ ଚର୍ଚ୍ଚା ପରେ ଅସନ୍ତୁଷ୍ଟ ଆରଏଲଜେପି ସୁପ୍ରିମୋ ପଶୁପତି ପାରସ ନିର୍ବାଚନ ନଲଢ଼ିବାକୁ ଘୋଷଣା କରିଛନ୍ତି। ଅବଶ୍ୟ ବିହାରର ୪୦ ଲୋକସଭା ଦିଟ୍ ପାଇଁ ପଶୁପତି ପାରସଙ୍କ ପାର୍ଟୀ ଏନଡିଏର ବିଜୟ ପାଇଁ ପ୍ରଚାର କରିବେ। ନିକଟରେ ପଶୁପତି ପାରସ ହାଜୀପୁରରୁ ନିର୍ବାଚନ ଲଢ଼ିବା କଥା ଲଗାତାର କହୁଥିଲେ।ହେଲେ ଏବେ ଏନଡିଏ ପାଇଁ ଏହି ରାସ୍ତା ପରିଷ୍କାର ହୋଇଛି।ପଶୁପତି ପାରସ ସୋସିଆଲ ମିଡିଆରେ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆରଏଲଜେପି ଏନଡିଏର ଅଭିନ୍ନ ଅଙ୍ଗ। ପ୍ରଧାନମନ୍ତ୍ର୍ରୀ ମୋଦୀ ଆମର ମଧ୍ୟ ନେତା ଏବଂ ତାଙ୍କ ନିର୍ଣ୍ଣୟ ଆମ ପାଇଁ ସର୍ବୋପରି।ତାଙ୍କ ନେତୃତ୍ବରେ ଏନଡିଏ ଦେଶରେ ୪୦୦+ ସିଟ୍ ଜିତି ତୃତୀୟ ଥର ରେକର୍ଡ ସଂଖ୍ୟକ ବହୁମତରେ ସରକାର ହେବ। କାହିଁକି ଥିଲେ ଅସନ୍ତୁଷ୍ଟ ?ପଶୁପତି ପାରସ ସିଟ୍ ଶେୟାରିଂରେ ଚିରାଙ୍ଗ ପାସଓ୍ବାନଙ୍କ ଏଲଜେପିଆରକୁ ୫ ଲୋକସଭା ସିଟ୍ ଏବଂ ନିଜର ପାର୍ଟୀକୁ ଗୋଟିଏ ମଧ୍ୟ ସିଟ୍ ନମିଳିବା କାରଣରୁ ଅସନ୍ତୁଷ୍ଟ ଥିଲେ। ଏହି କାରଣରୁ ସେ କେନ୍ଦ୍ରୀ ମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ। ଇସ୍ତଫା ଦେବା ପୂର୍ବରୁ ପଶୁପତି ମୋଦୀ ସରକାରରେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଥିଲେ। ଏହା ବାଦ୍ ତାଙ୍କର ଅଭିଯୋଗ ରହିଥିଲା ଯେ, ସିଟ୍ ଶେୟାରିଂ ଘୋଷଣା ପୂର୍ବରୁ ତାଙ୍କ
ନୂଆଦିଲ୍ଲୀ: ବିହାରରେ ବିଜେପି ପାଇଁ ଆଶ୍ବସ୍ତିକର ଖବର। ଏନଡିଏ ନେତାଙ୍କ ସଦସ୍ୟଙ୍କ ସହ ଚର୍ଚ୍ଚା ପରେ ଅସନ୍ତୁଷ୍ଟ ଆରଏଲଜେପି ସୁପ୍ରିମୋ ପଶୁପତି ପାରସ ନିର୍ବାଚନ ନଲଢ଼ିବାକୁ ଘୋଷଣା କରିଛନ୍ତି। ଅବଶ୍ୟ ବିହାରର ୪୦ ଲୋକସଭା ଦିଟ୍ ପାଇଁ ପଶୁପତି ପାରସଙ୍କ ପାର୍ଟୀ ଏନଡିଏର ବିଜୟ ପାଇଁ ପ୍ରଚାର କରିବେ। ନିକଟରେ ପଶୁପତି ପାରସ ହାଜୀପୁରରୁ ନିର୍ବାଚନ ଲଢ଼ିବା କଥା ଲଗାତାର କହୁଥିଲେ।ହେଲେ ଏବେ ଏନଡିଏ ପାଇଁ ଏହି ରାସ୍ତା ପରିଷ୍କାର ହୋଇଛି।
ପଶୁପତି ପାରସ ସୋସିଆଲ ମିଡିଆରେ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆରଏଲଜେପି ଏନଡିଏର ଅଭିନ୍ନ ଅଙ୍ଗ। ପ୍ରଧାନମନ୍ତ୍ର୍ରୀ ମୋଦୀ ଆମର ମଧ୍ୟ ନେତା ଏବଂ ତାଙ୍କ ନିର୍ଣ୍ଣୟ ଆମ ପାଇଁ ସର୍ବୋପରି।ତାଙ୍କ ନେତୃତ୍ବରେ ଏନଡିଏ ଦେଶରେ ୪୦୦+ ସିଟ୍ ଜିତି ତୃତୀୟ ଥର ରେକର୍ଡ ସଂଖ୍ୟକ ବହୁମତରେ ସରକାର ହେବ।
କାହିଁକି ଥିଲେ ଅସନ୍ତୁଷ୍ଟ ?
ପଶୁପତି ପାରସ ସିଟ୍ ଶେୟାରିଂରେ ଚିରାଙ୍ଗ ପାସଓ୍ବାନଙ୍କ ଏଲଜେପିଆରକୁ ୫ ଲୋକସଭା ସିଟ୍ ଏବଂ ନିଜର ପାର୍ଟୀକୁ ଗୋଟିଏ ମଧ୍ୟ ସିଟ୍ ନମିଳିବା କାରଣରୁ ଅସନ୍ତୁଷ୍ଟ ଥିଲେ। ଏହି କାରଣରୁ ସେ କେନ୍ଦ୍ରୀ ମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ। ଇସ୍ତଫା ଦେବା ପୂର୍ବରୁ ପଶୁପତି ମୋଦୀ ସରକାରରେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଥିଲେ। ଏହା ବାଦ୍ ତାଙ୍କର ଅଭିଯୋଗ ରହିଥିଲା ଯେ, ସିଟ୍ ଶେୟାରିଂ ଘୋଷଣା ପୂର୍ବରୁ ତାଙ୍କ ସହ ଆଲୋଚନା କରାଯାଇନଥିଲା। ସେ କହିଥିଲେ ଯେ, ମୋ ପାର୍ଟୀ ସହ ଅନ୍ୟାୟ ହୋଇଛି ଆମକୁ ଗୋଟିଏବି ସିଟ୍ ଦିଆଯାଇନାହିଁ।
ଇଣ୍ଡି ମେଣ୍ଟରେ ଯୋଗଦେବା ନେଇ ହେଉଥିଲା ଚର୍ଚ୍ଚା
କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏଭଳି କୁହାଯାଇଥିଲା ଯେ, ପଶୁପତି ପାରସ ଇଣ୍ଡି ମେଣ୍ଟ ସହ ଯାଇପାରନ୍ତି। ବିହାରରେ ବିଜେପି ୧୭ ସିଟ୍ରେ ନିର୍ବାଚନ ଲଢ଼ିବେ। ସେହିଭଳି ଜେଡିୟୁ ୧୬, ରାମବିଲାସଙ୍କ ଲୋକ ଜନଶକ୍ତି ପାର୍ଟୀ ୫, ଜୀତନରାମ ମାଞ୍ଝୀଙ୍କ ପାର୍ଟୀକୁ ୧ ଏବଂ ଉପେନ୍ଦ୍ର କୁଶଓ୍ବାହାଙ୍କ ପାର୍ଟୀ ରାଷ୍ଟ୍ରୀୟ ଲୋକ ଜନତା ଦଳକୁ ୧ ସିଟ୍ ମିଳିଛି।