ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୮।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍କା ଉପରେ ଝଟ୍କା ଲାଗୁଛି। ଗୋଟିଏ ପଟେ ନେତାମାନେ ଦଳ ଛାଡ଼ୁଥିବା ବେଳେ ଅନ୍ୟପକ୍ଷେ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସଦ୍ୟ ଘଟଣାକ୍ରମରେ କଂଗ୍ରେସକୁ ଆଇଟିଏଆଇ(ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ) ପକ୍ଷରୁ ବଡ଼ ଝଟ୍କା ଲାଗିଛି। ଏଥିରେ ଆୟକର ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାର ଆବେଦନକୁ ଅଗ୍ରାହ୍ୟ କରିଦିଆଯାଇଛି। ତେବେ ପିଟିଶନ ଖାରଜ ହୋଇଥିବାରୁ କଂଗ୍ରେସ ଓକିଲ ବିବେକ ଟଙ୍ଖା ଏହା ବିରୋଧରେ […] The post ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍କା appeared first on Dharitri Odia News.
ନୂଆଦିଲ୍ଲୀ,୮।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍କା ଉପରେ ଝଟ୍କା ଲାଗୁଛି। ଗୋଟିଏ ପଟେ ନେତାମାନେ ଦଳ ଛାଡ଼ୁଥିବା ବେଳେ ଅନ୍ୟପକ୍ଷେ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସଦ୍ୟ ଘଟଣାକ୍ରମରେ କଂଗ୍ରେସକୁ ଆଇଟିଏଆଇ(ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ) ପକ୍ଷରୁ ବଡ଼ ଝଟ୍କା ଲାଗିଛି। ଏଥିରେ ଆୟକର ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାର ଆବେଦନକୁ ଅଗ୍ରାହ୍ୟ କରିଦିଆଯାଇଛି। ତେବେ ପିଟିଶନ ଖାରଜ ହୋଇଥିବାରୁ କଂଗ୍ରେସ ଓକିଲ ବିବେକ ଟଙ୍ଖା ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।
୨୦୧୮-୧୯ ଆର୍ଥିକ ବର୍ଷର ଟିକସ ଏବଂ ଜରିମାନା ବାବଦରେ କଂଗ୍ରେସ ୨୦୧୦ କୋଟି ବାକି ରଖିଥିବା ଦାବି କରି ଆୟକର ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ଟଙ୍କାକୁ ଫ୍ରିଜ୍ କରିଦିଆଯାଇଥିଲା। ପରେ ବିଭାଗ ପକ୍ଷରୁ ଆଗାମୀ ଶୁଣାଣି ଯାଏ ପ୍ରମୁଖ ଆକାଉଣ୍ଟରୁ ରୋକ ହଟାଇ ଦିଆଯାଇଥିଲା। ଏହାକୁ ନେଇ ଗତ ମାସରେ ଭାଜପା ସରକାରକୁ ଟାର୍ଗେଟ କରିଥିଲା କଂଗ୍ରେସ। ଦଳ ‘ଆର୍ଥିକ ଆତଙ୍କବାଦ’ ଆରମ୍ଭ କରିଥିବା କଂଗ୍ରେସ ନେତା ଅଜୟ ମାକେନ କହିଥିଲେ। ଏପରିକି ନିର୍ବାଚନରେ ଅପଙ୍ଗ କରିବା ଲାଗି ଦଳର ଆକାଉଣ୍ଟରୁ ଅନୁମତି ନ ନେଇ ୬୫ କୋଟିରୁ ଅଧିକ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ କରିଥିଲେ। ଏପରିକି ଏଭଳି କାର୍ଯ୍ୟାନୁଷ୍ଠାନକୁ ସେ ବିରୋଧ କରିଥିଲେ।
The post ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍କା appeared first on Dharitri Odia News.