ଲୋକ ସଭା ନିର୍ବାଚନ ଫଳାଫଳ ପରେ ଶିନ୍ଦେଙ୍କୁ ଚିଠି ଲେଖି ଏମିତି ଦାବି କଲେ ଶରଦ ପାଓ୍ବାର
ମୁମ୍ବାଇ,୧୮।୬: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏସପି) ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଚିଠି ଲେଖି ରାଜ୍ୟରେ ମରୁଡ଼ି ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ପୁଣେ ଜିଲାର ପୁରନ୍ଦର, ବାରମାଟି, ଇନ୍ଦପୁର ଏବଂ ଡାଉଣ୍ଡ ତହସିଲରେ ପରିସ୍ଥିତିର ମୁକାବିଲା ପାଇଁ ସେ ଏକ ବୈଠକ ଡାକିବାକୁ ଦାବି କରିଛନ୍ତି। ପାୱାର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ମଧ୍ୟ ଏହି ଚିଠିକୁ ଶେୟାର କରିଛନ୍ତି। ସେ ଚିଠିରେ ଲେଖିଛନ୍ତି, ରାଜ୍ୟ ସରକାର ଏହି ଅଞ୍ଚଳରେ […] The post ଲୋକ ସଭା ନିର୍ବାଚନ ଫଳାଫଳ ପରେ ଶିନ୍ଦେଙ୍କୁ ଚିଠି ଲେଖି ଏମିତି ଦାବି କଲେ ଶରଦ ପାଓ୍ବାର appeared first on Dharitri Odia News.
ମୁମ୍ବାଇ,୧୮।୬: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏସପି) ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଚିଠି ଲେଖି ରାଜ୍ୟରେ ମରୁଡ଼ି ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ପୁଣେ ଜିଲାର ପୁରନ୍ଦର, ବାରମାଟି, ଇନ୍ଦପୁର ଏବଂ ଡାଉଣ୍ଡ ତହସିଲରେ ପରିସ୍ଥିତିର ମୁକାବିଲା ପାଇଁ ସେ ଏକ ବୈଠକ ଡାକିବାକୁ ଦାବି କରିଛନ୍ତି।
ପାୱାର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ମଧ୍ୟ ଏହି ଚିଠିକୁ ଶେୟାର କରିଛନ୍ତି। ସେ ଚିଠିରେ ଲେଖିଛନ୍ତି, ରାଜ୍ୟ ସରକାର ଏହି ଅଞ୍ଚଳରେ ଜଳସେଚନ ଯୋଜନା ଆରମ୍ଭ କରିଥିଲେ।
ଶରଦ ପାୱାର ଆହୁରି ଲେଖିଛନ୍ତି, ଗ୍ରାମବାସୀଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଦାବି କରିବା ସହିତ କିଛି ସମାଧାନ ପାଇଁ ପରାମର୍ଶ ଦିଅନ୍ତୁ।
ଏନସିପି (ଶରଦ ଦଳ) ନେତା ଚିଠିରେ ଲେଖିଛନ୍ତି, ପୁଣେ ଜିଲାର ଉପର ଅଞ୍ଚଳରେ ପାରମ୍ପାରିକ ମରୁଡ଼ି ପରିସ୍ଥିତିକୁ ଦୂର କରିବା ପାଇଁ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଆପଣଙ୍କ ନେତୃତ୍ୱରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଉଭୟ ଉପମୁଖ୍ୟମନ୍ତ୍ରୀ। ମୃତ୍ତିକା ଓ ଜଳ ସଂରକ୍ଷଣ ମନ୍ତ୍ରୀ ତଥା ଜଳ ଯୋଗାଣ ମନ୍ତ୍ରୀଙ୍କ ଉପସ୍ଥିତିରେ ମୁମ୍ବାଇରେ ଏକ ବୈଠକ ଆୟୋଜନ କରାଯାଉ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାର ଗତ ସପ୍ତାହରେ ବାରାମାଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଅନେକ ମରୁଡ଼ି ପ୍ରଭାବିତ ଗ୍ରାମ ପରିଦର୍ଶନ କରି କୃଷକଙ୍କ ସହ କଥାବାର୍ତ୍ତା କରିଥିଲେ। ତାଙ୍କ ଦଳର ଅଧିକାରୀମାନେ କହିଛନ୍ତି ଯେ ସେ ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ଦିନ ଅଧିକ ଗ୍ରାମ ଗସ୍ତ କରିବେ।
The post ଲୋକ ସଭା ନିର୍ବାଚନ ଫଳାଫଳ ପରେ ଶିନ୍ଦେଙ୍କୁ ଚିଠି ଲେଖି ଏମିତି ଦାବି କଲେ ଶରଦ ପାଓ୍ବାର appeared first on Dharitri Odia News.