ଲୋକପ୍ରିୟ ମସଲା ବ୍ରାଣ୍ଡ ଗୁଣବତ୍ତା ନେଇ ପ୍ରଶ୍ନ, ପରୀକ୍ଷଣରେ ୧୨% ନମୂନା ଫେଲ୍
ନୂଆଦିଲ୍ଲୀ ୧୯/୦୮: ଦେଶର ଲୋକପ୍ରିୟ ମସଲା ବ୍ରାଣ୍ଡ୍ ଗୁଡିକର ଗୁଣବତ୍ତା ନେଇ ଏବେ ବଡ଼ ପ୍ରଶ୍ନବାଚୀ । ବିଦେଶରେ ଏହି ମସଲା ବ୍ରାଣ୍ଡ୍ ଗୁଡିକର ବିଶ୍ୱସନୀୟତାକୁ ସନ୍ଦେହ ଘେରରେ ପକାଇଥିଲା । ବିଭିନ୍ନ ଦେଶ ବିଭିନ୍ନ ମସଲା ବ୍ରାଣ୍ଡ୍ ଉପରେ ବ୍ୟାନ ଲଗାଇବା ପରେ ପୁଣି ଥରେ ମସଲାକୁ ନେଇ ଆଉ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । ନିକଟରେ କେନ୍ଦ୍ର ସରକାର ମସଲା ବ୍ରାଣ୍ଡ ଗୁଡିକର ଗୁଣବତ୍ତା ନେଇ ନମୁନା ସଂଗ୍ରହ କରିବା ସହ ଏହାର ପରୀକ୍ଷା କରାଇଥିଲେ । ତେବେ ପରୀକ୍ଷଣ ହୋଇଥିବା ପ୍ରାୟ ୧୨% ମସଲାର ନମୁନା ଗୁଣବତ୍ତା ଏବଂ ସୁରକ୍ଷା ମାନକ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ରୟଟର୍ସ ହାତରେ ଲାଗିଛି ଏହି ଡାଟା । ଦେଶର ୨ ଲୋକପ୍ରିୟ ବ୍ରାଣ୍ଡ୍ ଉପରେ ଅପମିଶ୍ରଣ ନେଇ ଅଭିଯୋଗ ଆସିବା ପରେ ଏହି ରିପୋର୍ଟ ନେଣ ପୁଣି ଥରେ ଖାଉଟିଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏମ୍ଡିଏଚ୍ ଏବଂ ଏଭରେଷ୍ଟ ଭଳି ୨ ପ୍ରମୁଖ ମସଲା ବ୍ରାଣ୍ଡରେ ଉଚ୍ଚ ମାତ୍ରାରେ କୀଟନାଶକ ବ୍ୟବହାର ହେଉଥିବା ଅଭିଯୋଗ ଆଣି ଏହାକୁ ଏପ୍ରିଲରେ ବ୍ୟାନ କରିଥିଲା ହଂକଂ । ଏହା ପରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ଘଟଣା ଉପରେ ତଦନ୍ତ ଆରମ୍ଭ କରିଥିଲେ । ବିଭିନ୍ନ ବ୍ରାଣ୍ଡ୍ର ମସଲାର ନମୁନା ସଂଗ୍ରହ କରାଯିବା ସହ ଏହାର ଗୁଣବତ୍ତା ପରୀକ୍ଷା କରାଯାଇଥିଲା । ତେବେ ମସଲା ଉପରେ କଟକଣା କେବଳ ହଂକଂରେ ସୀମିତ ରହି
ନୂଆଦିଲ୍ଲୀ ୧୯/୦୮: ଦେଶର ଲୋକପ୍ରିୟ ମସଲା ବ୍ରାଣ୍ଡ୍ ଗୁଡିକର ଗୁଣବତ୍ତା ନେଇ ଏବେ ବଡ଼ ପ୍ରଶ୍ନବାଚୀ । ବିଦେଶରେ ଏହି ମସଲା ବ୍ରାଣ୍ଡ୍ ଗୁଡିକର ବିଶ୍ୱସନୀୟତାକୁ ସନ୍ଦେହ ଘେରରେ ପକାଇଥିଲା । ବିଭିନ୍ନ ଦେଶ ବିଭିନ୍ନ ମସଲା ବ୍ରାଣ୍ଡ୍ ଉପରେ ବ୍ୟାନ ଲଗାଇବା ପରେ ପୁଣି ଥରେ ମସଲାକୁ ନେଇ ଆଉ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । ନିକଟରେ କେନ୍ଦ୍ର ସରକାର ମସଲା ବ୍ରାଣ୍ଡ ଗୁଡିକର ଗୁଣବତ୍ତା ନେଇ ନମୁନା ସଂଗ୍ରହ କରିବା ସହ ଏହାର ପରୀକ୍ଷା କରାଇଥିଲେ ।
ତେବେ ପରୀକ୍ଷଣ ହୋଇଥିବା ପ୍ରାୟ ୧୨% ମସଲାର ନମୁନା ଗୁଣବତ୍ତା ଏବଂ ସୁରକ୍ଷା ମାନକ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ରୟଟର୍ସ ହାତରେ ଲାଗିଛି ଏହି ଡାଟା । ଦେଶର ୨ ଲୋକପ୍ରିୟ ବ୍ରାଣ୍ଡ୍ ଉପରେ ଅପମିଶ୍ରଣ ନେଇ ଅଭିଯୋଗ ଆସିବା ପରେ
ଏହି ରିପୋର୍ଟ ନେଣ ପୁଣି ଥରେ ଖାଉଟିଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏମ୍ଡିଏଚ୍ ଏବଂ ଏଭରେଷ୍ଟ ଭଳି ୨ ପ୍ରମୁଖ ମସଲା ବ୍ରାଣ୍ଡରେ ଉଚ୍ଚ ମାତ୍ରାରେ କୀଟନାଶକ ବ୍ୟବହାର ହେଉଥିବା ଅଭିଯୋଗ ଆଣି ଏହାକୁ ଏପ୍ରିଲରେ ବ୍ୟାନ କରିଥିଲା ହଂକଂ । ଏହା ପରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ଘଟଣା ଉପରେ ତଦନ୍ତ ଆରମ୍ଭ କରିଥିଲେ ।
ବିଭିନ୍ନ ବ୍ରାଣ୍ଡ୍ର ମସଲାର ନମୁନା ସଂଗ୍ରହ କରାଯିବା ସହ ଏହାର ଗୁଣବତ୍ତା ପରୀକ୍ଷା କରାଯାଇଥିଲା । ତେବେ ମସଲା ଉପରେ କଟକଣା କେବଳ ହଂକଂରେ ସୀମିତ ରହି ନ ଥିଲା । ହଂକଂ ପରେ ପରେ ବ୍ରିଟେନ ଭାରତୀୟ ମସଲା ଆମଦାନି ଉପରେ କଡା କଟକଣା ଲଗାଇଥିଲା । ନ୍ୟୁଜଲ୍ୟାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ ମଧ୍ୟ ଏହି ମାମଲାକୁ ଗମ୍ଭୀର ଭାବେ ବିଚାର କରିବେ ବୋଲି କହିଥିଲେ । ଏହି ଘଟଣା ପରେ ଏମ୍ଡିଏଚ୍ ଏବଂ ଏଭରେଷ୍ଟ ପ୍ରତିକ୍ରିୟାରେ କହିଥିଲେ, ସେମାନଙ୍କ ଉତ୍ପାଦ ବ୍ୟବହାର କ୍ଷେତ୍ରରେ କୌଣସି ସମସ୍ୟା ହେବନି ।
ଏହି ମସଲା ଗୁଡିକ ଭାରତରେ ବେଶ ଲୋକପ୍ରିୟ । ଭାରତ ମସଲାର ସର୍ବବୃହତ୍ତ ଉତ୍ପାଦନକାରୀ, ବ୍ୟବହାରକାରି ଏବଂ ରପ୍ତାନିକାରୀ ।
ଭାରତୀୟ ମସଲାର ଚାହିଦା ୟୁରୋପ, ଏସିଆ ଏବଂ ଉତ୍ତର ଆମେରିକାରେ ରହିଛି । ରିୟଟର୍ସ ହାତରେ ଲାଗିଥିବା ଆର୍ଟିଆଇ ଡାଟା ମୁତାବକ, ମେରୁ ଜୁଲାଇ ମଧ୍ୟରେ ପରୀକ୍ଷଣ ଲାଗି ସଂଗ୍ରହ କରାଯାଇଥିବା ୪୦୫୪ ମସଲା ନମୁନା ମଧ୍ୟରୁ ୪୭୪ଟି ଗୁଣବତ୍ତା ଏବଂ ସୁରକ୍ଷା ମାନକ ପରୀକ୍ଷାରେ ବିଫଳ ହୋଇଥିଲା । କେଉଁ ବ୍ରାଣ୍ଡ୍ଗୁଡିକର ମସଲା ଏହି ପରୀକ୍ଷାରେ ବେଶି ମାତ୍ରାରେ ବିଫଳ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ତେବେ ଗୁଣବତ୍ତାରେ ସାଲିସ କରିଥିବା କମ୍ପାନିଗୁଡିକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକ୍ରିୟା ସହ ଜଡିତ ସରକାରୀ ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଆଇନ ଅନୁସାରେ ଯାହା କିଛି ନିୟମ ରହିଛି ସେହି ଅନୁସାରେ ସରକାର
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଅଧିକାରୀ କହିଛନ୍ତି ।
ଜିଅନ ମାର୍କେଟ ରିସର୍ଚ୍ଚ ମୁତାବକ, ଭାରତର ଘରୋଇ ମସଲା ଶିଳ୍ପ ୨୦୨୨ରେ ୧୦.୪୪ ବିଲିୟନ ଡଲାର ସ୍ତରରେ ରହିଥିଲା । ୨୦୨୩-୨୪ ଆର୍ôଥକ ବର୍ଷରେ ଭାରତ ୪.୪୬ ବିଲିୟନ ଡଲାରର ମସଲା ବିଦେଶକୁ ରପ୍ତାନି କରିଛି ।