ଲୋକମତ ସଂସଦୀୟ ପୁରସ୍କାର ୨୦୨୩; ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର। ଲୋକମତ ସଂସଦୀୟ... The post ଲୋକମତ ସଂସଦୀୟ ପୁରସ୍କାର ୨୦୨୩; ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର appeared first on .

ଲୋକମତ ସଂସଦୀୟ ପୁରସ୍କାର ୨୦୨୩; ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର। ଲୋକମତ ସଂସଦୀୟ ପୁରସ୍କାର ୨୦୨୩ ଲାଭ କରିଛନ୍ତି ଡକ୍ଟର ପାତ୍ର। ସେହିପରି କଂଗ୍ରେସ ଲୋକସଭା ସାଂସଦ ଶଶୀ ଥରୁର ବି ଏହି ପୁରସ୍କାର ଲାଭ କରିଛନ୍ତି। ଡକ୍ଟର ସସ୍ମିତ ପାତ୍ର ଓ ଶଶୀ ଥରୁରଙ୍କ ବ୍ଯତୀତ ଲୋକସଭା ଓ ରାଜ୍ୟସଭାର ଅନ୍ୟ ୬ ସାଂସଦ ବି ବିଭିନ୍ନ କ୍ଷେତ୍ର ଲାଗି ପୁରସ୍କୃତ ହୋଇଛନ୍ତି।

ଲୋକସଭା ସାଂସଦ ତଥା ବହୁଜନ ସମାଜ ପାର୍ଟି ସାଂସଦ ଡାନିସ ଅଲ୍ଲୀ ଓ ସିପିଏମର ରାଜ୍ୟସଭା ଏମପି ଜନ ବ୍ରିଟ୍ଟାସ ବେଷ୍ଟ ଡେବ୍ଯୁଟାଣ୍ଟ ଭାବେ ପୁରସ୍କୃତ ହୋଇଥିଲେ। ସମାଜବାଦୀ ପାର୍ଟି ରାଜ୍ୟସଭା ସାଂସଦ ରାମ ଗୋପାଳ ଯାଦବ ଓ ବିଜେପି ଲୋକସଭା ସାଂସଦ ମାନେକା ସଞ୍ଜୟ ଗାନ୍ଧୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ମିଳିଛି। ଲୋକସଭାର ଶିରୋମଣି ଅକାଳୀ ଦଳର ସାଂସଦ ହରସିମରତ କୌର ବାଦଲ ଏବଂ ବିଜେପିର ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେଙ୍କୁ ସମ୍ପୃକ୍ତ ଗୃହରେ ଶ୍ରେଷ୍ଠ ମହିଳା ସାଂସଦ ଭାବରେ ପୁରସ୍କୃତ କରାଯାଇଥିଲା।

ପ୍ରତିବର୍ଷ ଲୋକସଭାରୁ ୪ଜଣ, ରାଜ୍ୟସଭାରୁ ୨ ଜଣଙ୍କୁ ଲୋକମତ ସଂସଦୀୟ ପୁରସ୍କାର ମିଳିଥାଏ। ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ମୁଖ୍ୟ ଅତିଥି ଭାବେ ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଆଠୱାଲେ ଯୋଗ ଦେଇଥିଲେ।

The post ଲୋକମତ ସଂସଦୀୟ ପୁରସ୍କାର ୨୦୨୩; ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର appeared first on .